ପିଲାଙ୍କଠାରେ ଦ୍ରୁତ ଗତିରେ ବ୍ୟାପୁଛି ଏହି ରୋଗ, ଜାଣନ୍ତୁ କ’ଣ ରହିଛି ଏହାର ଲକ୍ଷଣ

ଭୋପାଳ,୨୧।୨: ମଧ୍ୟପ୍ରଦେଶରେ ମିଳିମିଳା ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହି ରୋଗ ହେତୁ ଏ ପର୍ଯ୍ୟନ୍ତ ୨ ପିଲାଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ଜଣ ଶିଶୁ ସଂକ୍ରମିତ ହୋଇଛନ୍ତି। ମଧ୍ୟପ୍ରଦେଶର ସମସ୍ତ ଗ୍ରାମରେ ସ୍କୁଲ ତିନି ଦିନ ଧରି ବନ୍ଦ ରହିଛି। ମିଳିମିଳାକୁ ରୁବେଲା ନାମରେ ମଧ୍ୟ ଜଣାଯାଏ। ଏହା ଏକ ସଂକ୍ରାମକ ରୋଗ ଯାହା ଶୀଘ୍ର ବ୍ୟାପେ। ସଂକ୍ରମିତ ବ୍ୟକ୍ତି କାଶ କିମ୍ବା ଛିଙ୍କିବା ସମୟରେ ଜୀବାଣୁ ଜଣଙ୍କଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ। ସିଡିସି […] The post ପିଲାଙ୍କଠାରେ ଦ୍ରୁତ ଗତିରେ ବ୍ୟାପୁଛି ଏହି ରୋଗ, ଜାଣନ୍ତୁ କ’ଣ ରହିଛି ଏହାର ଲକ୍ଷଣ appeared first on Dharitri Odia News.

ପିଲାଙ୍କଠାରେ ଦ୍ରୁତ ଗତିରେ ବ୍ୟାପୁଛି ଏହି ରୋଗ, ଜାଣନ୍ତୁ କ’ଣ ରହିଛି ଏହାର ଲକ୍ଷଣ

ଭୋପାଳ,୨୧।୨: ମଧ୍ୟପ୍ରଦେଶରେ ମିଳିମିଳା ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହି ରୋଗ ହେତୁ ଏ ପର୍ଯ୍ୟନ୍ତ ୨ ପିଲାଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ଜଣ ଶିଶୁ ସଂକ୍ରମିତ ହୋଇଛନ୍ତି। ମଧ୍ୟପ୍ରଦେଶର ସମସ୍ତ ଗ୍ରାମରେ ସ୍କୁଲ ତିନି ଦିନ ଧରି ବନ୍ଦ ରହିଛି। ମିଳିମିଳାକୁ ରୁବେଲା ନାମରେ ମଧ୍ୟ ଜଣାଯାଏ। ଏହା ଏକ ସଂକ୍ରାମକ ରୋଗ ଯାହା ଶୀଘ୍ର ବ୍ୟାପେ। ସଂକ୍ରମିତ ବ୍ୟକ୍ତି କାଶ କିମ୍ବା ଛିଙ୍କିବା ସମୟରେ ଜୀବାଣୁ ଜଣଙ୍କଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ। ସିଡିସି ଅନୁଯାୟୀ ଏହାର ଲକ୍ଷଣ ୭-୧୪ ଦିନ ମଧ୍ୟରେ ଦେଖାଯାଏ। ଏହି ରୋଗରେ ଚର୍ମରେ ସାମାନ୍ୟ ଦାଗ ଦେଖାଯାଏ । ଏହି ରୋଗ ଛୋଟ ପିଲାମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ଅଟେ।

ଏହାର ଲକ୍ଷଣ :
– ୧୦୪ ଡିଗ୍ରୀ ପର୍ଯ୍ୟନ୍ତ ଉଚ୍ଚ ଜ୍ୱର।
– ପ୍ରବଳ କାଶ ଏବଂ ନାକରୁ, ଆଖିରୁ ପାଣି ଆସିବା।
– ଛାଡ ହେବା, ଗାଲ ଭିତରେ ଛୋଟ ଛୋଟ ଦାଗ ଏବଂ ଶରୀରରେ ନାଲି ରଙ୍ଗର ଦାଗ ପଡିବା

ମିଳିମିଳାକୁ ଏଡାଇବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ଠିକ ସମୟରେ ଇଞ୍ଜେକ୍ସନ । ଯଦି ଆପଣ ମିଳିମିଳା ରୋଗରେ ଆକ୍ରାନ୍ତ ତେବେ ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯିବା ଠାରୁ ଦୂରେଇ ରୁହନ୍ତୁ। ମିଳିମିଳାର ଲକ୍ଷଣ ତୁରନ୍ତ ଦେଖାଯାଏ ନାହିଁ । ତେଣୁ, ପରିଷ୍କାର ପରିଚ୍ଛନ୍ନତାର ଯତ୍ନ ନିଅନ୍ତୁ । ମିଳିମିଳା ଏକ ସଂକ୍ରାମକ ରୋଗ।

The post ପିଲାଙ୍କଠାରେ ଦ୍ରୁତ ଗତିରେ ବ୍ୟାପୁଛି ଏହି ରୋଗ, ଜାଣନ୍ତୁ କ’ଣ ରହିଛି ଏହାର ଲକ୍ଷଣ appeared first on Dharitri Odia News.