Video: କିଏ ହେବ ଟି ୨୦ ବିଶ୍ୱକପରେ ଅଧିନାୟକ ? ସ୍ପଷ୍ଟ କଲେ ବିସିସିଆଇ ସଚିବ ଜୟ ଶାହା

ନୂଆଦିଲ୍ଲୀ,୧୪ା୨: ଗତ ବର୍ଷ ଭାରତୀୟ କ୍ରିକେଟ୍ ଦଳ ପାଇଁ ଶୁଭଙ୍କର ନ ଥିଲା। ଆଇସିସି ଟେଷ୍ଟ ଚାମ୍ପିଅନସିପ୍ ଏବଂ ଦିନିକିଆ ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆ ହାତରେ ପରାଜୟର ସାମ୍ନା କରିବାକୁ ପଡିଥିଲା। କିନ୍ତୁ ଚଳିତ ବର୍ଷ ଭାରତୀୟ ଦଳକୁ ଜୁନ ମାସରେ ଟି୨୦ ବିଶ୍ୱକପ ଖେଳିବାକୁ ପଡିବ। ତେବେ ଏଠାରେ ପ୍ରଶଂସକଙ୍କ ପାଇଁ ସବୁଠାରୁ ବଡ ପ୍ରଶ୍ନ ହେଲା ଏହି ବିଶ୍ୱକପରେ ଭାରତୀୟ ଦଳର ଅଧିନାୟକ କିଏ ହେବେ? ଅଧିନାୟକତ୍ୱ ପାଇଁ ରୋହିତ ଶର୍ମା ଏବଂ ତାରକା […] The post Video: କିଏ ହେବ ଟି ୨୦ ବିଶ୍ୱକପରେ ଅଧିନାୟକ ? ସ୍ପଷ୍ଟ କଲେ ବିସିସିଆଇ ସଚିବ ଜୟ ଶାହା appeared first on Dharitri Odia News.

Video: କିଏ ହେବ ଟି ୨୦ ବିଶ୍ୱକପରେ ଅଧିନାୟକ ? ସ୍ପଷ୍ଟ କଲେ ବିସିସିଆଇ ସଚିବ ଜୟ ଶାହା

ନୂଆଦିଲ୍ଲୀ,୧୪ା୨: ଗତ ବର୍ଷ ଭାରତୀୟ କ୍ରିକେଟ୍ ଦଳ ପାଇଁ ଶୁଭଙ୍କର ନ ଥିଲା। ଆଇସିସି ଟେଷ୍ଟ ଚାମ୍ପିଅନସିପ୍ ଏବଂ ଦିନିକିଆ ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆ ହାତରେ ପରାଜୟର ସାମ୍ନା କରିବାକୁ ପଡିଥିଲା। କିନ୍ତୁ ଚଳିତ ବର୍ଷ ଭାରତୀୟ ଦଳକୁ ଜୁନ ମାସରେ ଟି୨୦ ବିଶ୍ୱକପ ଖେଳିବାକୁ ପଡିବ।

ତେବେ ଏଠାରେ ପ୍ରଶଂସକଙ୍କ ପାଇଁ ସବୁଠାରୁ ବଡ ପ୍ରଶ୍ନ ହେଲା ଏହି ବିଶ୍ୱକପରେ ଭାରତୀୟ ଦଳର ଅଧିନାୟକ କିଏ ହେବେ? ଅଧିନାୟକତ୍ୱ ପାଇଁ ରୋହିତ ଶର୍ମା ଏବଂ ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଗରେ ରହିଛନ୍ତି।

ବର୍ତ୍ତମାନ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ସଚିବ ଜୟ ଶାହା ଏହା ନିଶ୍ଚିତ କରିଛନ୍ତି। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ଜୟ ଶାହା ସ୍ପଷ୍ଟ କରିଛନ୍ତି ଯେ ଆସନ୍ତା ଟି ୨୦ ବିଶ୍ୱକପରେ ଭାରତୀୟ ଦଳର ଅଧିନାୟକତ୍ୱ ରୋହିତ ଶର୍ମାଙ୍କ ହାତରେ ରହିବ। ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଉପ-ଅଧିନାୟକ ହେବେ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ୧୫ ଫେବୃଆରୀରୁ ରାଜକୋଟରେ ଖେଳାଯିବ। ଏହାର ଗୋଟିଏ ଦିନ ପୂର୍ବରୁ ରାଜକୋଟରେ ଥିବା ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ (ଏସସିଏ) କ୍ରିକେଟ୍ ଷ୍ଟାଡିୟମର ନାମ ପ୍ରଥମ ଶ୍ରେଣୀ ଖେଳାଳି ତଥା ବରିଷ୍ଠ ପ୍ରଶାସକ ନିରଂଜନ ଶାହାଙ୍କ ନାମରେ ନାମିତ ହୋଇଛି।

The post Video: କିଏ ହେବ ଟି ୨୦ ବିଶ୍ୱକପରେ ଅଧିନାୟକ ? ସ୍ପଷ୍ଟ କଲେ ବିସିସିଆଇ ସଚିବ ଜୟ ଶାହା appeared first on Dharitri Odia News.