OTET ପ୍ରଶ୍ନପତ୍ର ଲିକ୍‌ ମାମଲା: ବୋର୍ଡ ଉପସଭାପତିଙ୍କୁ ପଚରାଉଚରା

କଟକ,୨ା୮: OTET ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ପଚରାଉଚରା କରାଯାଉଛି। କ୍ରାଇମବ୍ରାଞ୍ଚ ଅଫିସକୁ ଡାକି ବୋର୍ଡ ଉପସଭାପତିଙ୍କୁ ପଚରାଉଚରା କରାଯାଉଥିବାବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟର ମଧ୍ୟ ଯାଞ୍ଚ କରାଯାଉଥିବା ସୂଚନାରୁ ଜଣାପଡ଼ିଛି। ଜୁଲାଇ ୨୦ରେ ହେବାକୁ ଥିବା OTET ପରୀକ୍ଷା ପୂର୍ବ ଦିନ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ହେବା ପରେ ବାତିଲ କରାଯାଇଥିଲା। ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ (BSE) କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ମୁଖ୍ୟ […] The post OTET ପ୍ରଶ୍ନପତ୍ର ଲିକ୍‌ ମାମଲା: ବୋର୍ଡ ଉପସଭାପତିଙ୍କୁ ପଚରାଉଚରା appeared first on Dharitri Odia News.

OTET ପ୍ରଶ୍ନପତ୍ର ଲିକ୍‌ ମାମଲା: ବୋର୍ଡ ଉପସଭାପତିଙ୍କୁ ପଚରାଉଚରା

କଟକ,୨ା୮: OTET ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ପଚରାଉଚରା କରାଯାଉଛି। କ୍ରାଇମବ୍ରାଞ୍ଚ ଅଫିସକୁ ଡାକି ବୋର୍ଡ ଉପସଭାପତିଙ୍କୁ ପଚରାଉଚରା କରାଯାଉଥିବାବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟର ମଧ୍ୟ ଯାଞ୍ଚ କରାଯାଉଥିବା ସୂଚନାରୁ ଜଣାପଡ଼ିଛି।

ଜୁଲାଇ ୨୦ରେ ହେବାକୁ ଥିବା OTET ପରୀକ୍ଷା ପୂର୍ବ ଦିନ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ହେବା ପରେ ବାତିଲ କରାଯାଇଥିଲା। ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ (BSE) କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ମୁଖ୍ୟ ଅଭିଯୁକ୍ତ ବୋଲି ଚିହ୍ନଟ ହୋଇଛନ୍ତି। ସେ BSE ଉପାଧ୍ୟକ୍ଷଙ୍କ ଲାପଟପରୁ ପ୍ରଶ୍ନପତ୍ର ଚୋରି କରି ପେନ ଡ୍ରାଇଭରେ ସ୍ଥାନାନ୍ତର କରିଥିଲେ। ଏହାପରେ ରାୟଗଡ଼ା ଜିଲାର ଶିକ୍ଷକ ବିଜୟ ମିଶ୍ର ଓ କୋରାପୁଟର ସନାତନ ବିଷୋୟୀଙ୍କ ସହ ଅନ୍ୟ ତିନି ଦଲାଲଙ୍କ ମାଧ୍ୟମରେ ପ୍ରଶ୍ନପତ୍ର ବିକ୍ରି କରାଯାଇଥିଲା।

କ୍ରାଇମବ୍ରାଞ୍ଚ ସୂଚନା ଅନୁଯାୟୀ, ଜିତନଙ୍କ ଆକାଉଣ୍ଟରେ ୨.୫ ଲକ୍ଷ ଟଙ୍କା ଜମା ହୋଇଥିବା ଜଣାପଡ଼ିଛି। ଅଭିଯୁକ୍ତମାନଙ୍କ ମୋବାଇଲ ଓ ଇଲେକ୍ଟ୍ରୋନିକ ଡିଭାଇସ ଜବତ କରାଯାଇ ଫରେନସିକ ପରୀକ୍ଷା ପାଇଁ ପଠାଯାଇଛି। ଲାପଟପ ପାସୱାର୍ଡ କେମିତି ମିଳିଲା ଏବଂ ପ୍ରଶ୍ନପତ୍ର କାହା କାହା ପାଖକୁ ଗଲା, ତା’ର ଲିଙ୍କ ଖୋଜା ଜାରି ରହିଛି।

The post OTET ପ୍ରଶ୍ନପତ୍ର ଲିକ୍‌ ମାମଲା: ବୋର୍ଡ ଉପସଭାପତିଙ୍କୁ ପଚରାଉଚରା appeared first on Dharitri Odia News.