ନନ୍ଦନକାନନରେ ଜନ୍ମ ହେଲେ ୧୧ଟି ହଳଦିଆ ଆନାକୋଣ୍ଡା
ବାରଙ୍ଗ,୭।୭(ଲିଙ୍ଗରାଜ ରାଉତ): ଦ୍ୱିତୀୟ ଥର ପାଇଁ ମା’ ହୋଇଛି ହଳଦିଆ ଆନାକୋଣ୍ଡା। ସୋମବାର ଏହା ଜଣାପଡ଼ିବା ପରେ କର୍ମଚାରୀ ମହଲରେ ଖୁସିର ମହୋଲ ଖେଳିଯାଇଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସରୀସୃପ ପାର୍କରେ ୨୦୨୫ ଜୁଲାଇ ୪ରେ ଦ୍ୱିତୀୟ ପ୍ରଜନନ ଯୋଡିରୁ ୧୧ଟି ହଳଦିଆ ଆନାକୋଣ୍ଡା ଜନ୍ମ ହୋଇଥିଲା। ଅକ୍ଟୋବର ୨୦୧୯ରେ ମାଡ୍ରାସ କୁମ୍ଭୀରବ୍ୟାଙ୍କ ଟ୍ରଷ୍ଟରୁ ଆନାକୋଣ୍ଡା ପିତାମାତା ସାପଗୁଡ଼ିକୁ ଅଣାଯାଇଥିଲା। ୨୦୨୫ ଜୁନ ୨୯ରେ ୭ଟି ଛୁଆ ଜନ୍ମ ହେବା ପରେ ଏକ ସପ୍ତାହ ମଧ୍ୟରେ ପୁଣି […] The post ନନ୍ଦନକାନନରେ ଜନ୍ମ ହେଲେ ୧୧ଟି ହଳଦିଆ ଆନାକୋଣ୍ଡା appeared first on Dharitri Odia News.
ବାରଙ୍ଗ,୭।୭(ଲିଙ୍ଗରାଜ ରାଉତ): ଦ୍ୱିତୀୟ ଥର ପାଇଁ ମା’ ହୋଇଛି ହଳଦିଆ ଆନାକୋଣ୍ଡା। ସୋମବାର ଏହା ଜଣାପଡ଼ିବା ପରେ କର୍ମଚାରୀ ମହଲରେ ଖୁସିର ମହୋଲ ଖେଳିଯାଇଛି।
ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସରୀସୃପ ପାର୍କରେ ୨୦୨୫ ଜୁଲାଇ ୪ରେ ଦ୍ୱିତୀୟ ପ୍ରଜନନ ଯୋଡିରୁ ୧୧ଟି ହଳଦିଆ ଆନାକୋଣ୍ଡା ଜନ୍ମ ହୋଇଥିଲା। ଅକ୍ଟୋବର ୨୦୧୯ରେ ମାଡ୍ରାସ କୁମ୍ଭୀରବ୍ୟାଙ୍କ ଟ୍ରଷ୍ଟରୁ ଆନାକୋଣ୍ଡା ପିତାମାତା ସାପଗୁଡ଼ିକୁ ଅଣାଯାଇଥିଲା। ୨୦୨୫ ଜୁନ ୨୯ରେ ୭ଟି ଛୁଆ ଜନ୍ମ ହେବା ପରେ ଏକ ସପ୍ତାହ ମଧ୍ୟରେ ପୁଣି ଦ୍ୱିତୀୟ ସଫଳ ପ୍ରଜନନ ନନ୍ଦନକାନନ ପାଇ ଗୌରବ ଆଣିଛି।
ନବଯାତକ ଛୁଆକୁ ମିଶାଇ ଆନାକୋଣ୍ଡାଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ସେଥିମଧ୍ୟରୁ ୨ ବୟସ୍କ ପୁରୁଷ, ୨ ବୟସ୍କ ମାଈ, ୩ ଉପ ବୟସ୍କ ଏବଂ ୧୮ ଛୁଆ ରହିଛନ୍ତି। ଏହି ସଫଳ ପ୍ରଜନନ ନନ୍ଦନକାନନର ସରୀସୃପ ସଂରକ୍ଷଣ ଏବଂ ବୈଜ୍ଞାନିକଙ୍କ ପରିଚାଳନା ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି ବୋଲି ଉପ ନିର୍ଦ୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତି।
The post ନନ୍ଦନକାନନରେ ଜନ୍ମ ହେଲେ ୧୧ଟି ହଳଦିଆ ଆନାକୋଣ୍ଡା appeared first on Dharitri Odia News.