ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର

ସମ୍ବଲପୁର,୭।୧: ସମ୍ବଲପୁର ଜିଲା ରେଙ୍ଗାଲି ରମ୍ପେଲା ଛକ ନିକଟରେ ଶନିବାର ଏକ ଏନ୍‌କାଉଣ୍ଟର ହୋଇଛି। ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୀବ କରାଳି ଆହତ ହୋଇଛନ୍ତି। ସଞ୍ଜୀବଙ୍କୁ ଗୁରୁତର ଅବସ୍ଥାରେ ଭୀମସାରରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ, ଚାରମାଳ ଡକାୟତି ମାମଲାରେ ପୋଲିସ ସଞ୍ଜୀବଙ୍କୁ ଖୋଜୁଥିଲା। ହେଲେ ଶନିବାର ରେଙ୍ଗାଲି ରମ୍ପେଲା ଛକ ନିକଟରେ ସଞ୍ଜୀବ ଥିବା ପୋଲିସକୁ ଖବର ମିଳିଥିଲା। ଏନେଇ ପୋଲିସର ଏକ ଟିମ୍‌ ସଞ୍ଜୀବଙ୍କୁ ଧରିବା ପାଇଁ ଚଢାଉ କରିଥିଲା। ଚଢାଉ […] The post ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର appeared first on Dharitri Odia News.

ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର

ସମ୍ବଲପୁର,୭।୧: ସମ୍ବଲପୁର ଜିଲା ରେଙ୍ଗାଲି ରମ୍ପେଲା ଛକ ନିକଟରେ ଶନିବାର ଏକ ଏନ୍‌କାଉଣ୍ଟର ହୋଇଛି। ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୀବ କରାଳି ଆହତ ହୋଇଛନ୍ତି। ସଞ୍ଜୀବଙ୍କୁ ଗୁରୁତର ଅବସ୍ଥାରେ ଭୀମସାରରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଚାରମାଳ ଡକାୟତି ମାମଲାରେ ପୋଲିସ ସଞ୍ଜୀବଙ୍କୁ ଖୋଜୁଥିଲା। ହେଲେ ଶନିବାର ରେଙ୍ଗାଲି ରମ୍ପେଲା ଛକ ନିକଟରେ ସଞ୍ଜୀବ ଥିବା ପୋଲିସକୁ ଖବର ମିଳିଥିଲା। ଏନେଇ ପୋଲିସର ଏକ ଟିମ୍‌ ସଞ୍ଜୀବଙ୍କୁ ଧରିବା ପାଇଁ ଚଢାଉ କରିଥିଲା। ଚଢାଉ ବେଳେ ସଞ୍ଜୀବ ପୋଲିସ ଉପରକୁ ଗୁଳିମାଡ଼ କରିଥିଲେ। ହେଲେ ପୋଲିସର ପାଲଟା ଜବାବରେ ସଞ୍ଜୀବଙ୍କ ଡାହାଣ ଗୋଡ଼ରେ ବାଜିଛି ଗୁଳି ବାଜିଥିଲା। ପରେ ପୋଲିସ ସଞ୍ଜୀବଙ୍କୁ କାବୁ କରି ଚିକିତ୍ସା ପାଇଁ ଭୀମସାରରେ ଭର୍ତ୍ତି କରିଛି। ସଞ୍ଜୀବଙ୍କ ନାଁରେ ଠକେଇ, ଚୋରି ଓ ଡକାୟତ ଭଳି ୨୩ଟି ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

The post ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର appeared first on Dharitri Odia News.