ଡୋଡା ଆକ୍ରମଣକୁ ନେଇ ବଡ଼ ଖୁଲାସା: ଆତଙ୍କବାଦୀ ସାଜି ଭାରତରେ ପ୍ରବେଶ କରିଛନ୍ତି ପାକିସ୍ତାନର ପୂର୍ବତନ ଯବାନ
ଶ୍ରୀନଗର,୧୭।୭: ଜମ୍ମୁ-କଶ୍ମୀରର ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଛି। ସେନାର ଯବାନମାନେ ଆଧୁନିକ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଏବଂ ହେଲମେଟ୍ ପିନ୍ଧିଥିଲେ, ହେଲେ ତାଙ୍କ ମୁହଁ ଖୋଲା ରହିଥିଲା। ଆତଙ୍କବାଦୀମାନେ ଯବାନଙ୍କ ମୁହଁକୁ ଟାର୍ଗେଟ କରିଥିଲେ। ଏବେ ଉକ୍ତ ଆତଙ୍କବାଦୀଙ୍କ କନେକ୍ସନ ପାକିସ୍ତାନ ସେନା ସହ ଥିବା ସୂଚନା ମିଳିଛି। ସୋମବାର ରାତିରେ ହୋଇଥିବା ଏହି ଆକ୍ରମଣରେ ଜଣେ କ୍ୟାପଟେନ୍ଙ୍କ ସହ ଜମ୍ମୁ କଶ୍ମୀରର ୪ ପୋଲିସ ଶହୀଦ ହୋଇଥିଲେ। ତେବେ ଉକ୍ତ […] The post ଡୋଡା ଆକ୍ରମଣକୁ ନେଇ ବଡ଼ ଖୁଲାସା: ଆତଙ୍କବାଦୀ ସାଜି ଭାରତରେ ପ୍ରବେଶ କରିଛନ୍ତି ପାକିସ୍ତାନର ପୂର୍ବତନ ଯବାନ appeared first on Dharitri Odia News.
ଶ୍ରୀନଗର,୧୭।୭: ଜମ୍ମୁ-କଶ୍ମୀରର ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଛି। ସେନାର ଯବାନମାନେ ଆଧୁନିକ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଏବଂ ହେଲମେଟ୍ ପିନ୍ଧିଥିଲେ, ହେଲେ ତାଙ୍କ ମୁହଁ ଖୋଲା ରହିଥିଲା। ଆତଙ୍କବାଦୀମାନେ ଯବାନଙ୍କ ମୁହଁକୁ ଟାର୍ଗେଟ କରିଥିଲେ। ଏବେ ଉକ୍ତ ଆତଙ୍କବାଦୀଙ୍କ କନେକ୍ସନ ପାକିସ୍ତାନ ସେନା ସହ ଥିବା ସୂଚନା ମିଳିଛି।
ସୋମବାର ରାତିରେ ହୋଇଥିବା ଏହି ଆକ୍ରମଣରେ ଜଣେ କ୍ୟାପଟେନ୍ଙ୍କ ସହ ଜମ୍ମୁ କଶ୍ମୀରର ୪ ପୋଲିସ ଶହୀଦ ହୋଇଥିଲେ। ତେବେ ଉକ୍ତ ଆତଙ୍କବାଦୀମାନଙ୍କୁ ଜଙ୍ଗଲର ଟ୍ରେନିଂ ଦିଆଯିବା ସହ ଯବାନମାନଙ୍କ ମୁହଁଙ୍କୁ ଟାର୍ଗେଟ କରିବାର ପ୍ରଶିକ୍ଷଣ ଦିଆଯାଇଛି। ସେମାନେ ଜମ୍ମୁ ଅଞ୍ଚଳର ଘନ ଜଙ୍ଗଲରେ ଲୁଚି ରହିଛନ୍ତି।
ବିଶେଷଜ୍ଞଙ୍କ ଅନୁସାରେ ସେମାନେ ବିଦେଶୀ ଆତଙ୍କବାଦୀ ହୋଇଥିବା ବେଳେ ପାକିସ୍ତାନର ପୂର୍ବ ସୈନିକ ହୋଇପାରନ୍ତି। ତାଙ୍କୁ ଭଡ଼ାରେ ସୈନିକ ଭାବେ ଅଣାଯାଇଛି। କାରଣ ଜଙ୍ଗଲରେ ଲୁଚିବାର ଉଚ୍ଚ ପ୍ରଶିକ୍ଷଣ ଯବାନମାନଙ୍କ ଏକ ବୈଶିଷ୍ଟ୍ୟତା। ନିଜର ଏହି ଟ୍ରେନିଂ ଯୋଗୁ ସେମାନେ ବାହାର ଦୁନିଆ ସହ ଯୋଗାଯୋଗ ବିନା ଅନେକ ଦିନ ଧରି ଜୀବିତ ରହିପାରନ୍ତି।
ନିକଟରେ କଠୁଆରେ ସେନାର ଗାଡ଼ି ଉପରେ ଗ୍ରେନେଡ୍ ଆକ୍ରମଣ ସମୟରେ ଆତଙ୍କବାଦୀମାନେ ବଡିକ୍ୟାମ୍ ଲଗାଇଥିଲେ। ସେମାନେ ଏହା ଜରିଆରେ ଆକ୍ରମଣର ଫଟୋ ପଠାଉଥିଲେ। ଏଥିରୁ ସେମାନଙ୍କୁ ଟେକ୍ନୋଲୋଜି ବ୍ୟବହାର କରିବାର ଟ୍ରେନିଂ ଦିଆଯାଇଥିବା ଜଣାପଡ଼ିଛି।
ଡୋଡୋରେ ସୋମବାର ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହାପରେ ଯେଉଁ ସୂଚନା ମିଳିଥିଲା ସେଥିରୁ ସ୍ପଷ୍ଟ ହୋଇଥିଲା ଯେ ସେନାର ୧୫ଜଣ ଯବାନଙ୍କ ଟିମ୍ ତଲାସି ଅଭିଯାନ କରୁଥିଲା। ଏହି ସମୟରେ ସେମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା। କାର୍ଯ୍ୟାନୁଷ୍ଠାନରେ ଜୀବନ ହରାଇଥିବା ଯବାନମାନେ ଏହି ତଲାସି ଦଳର ନେତୃତ୍ୱ ନେଉଥିଲେ। ସେମାନଙ୍କର କେବଳ ମୁହଁ ଖୋଲା ରହିଥିଲା, ଯେଉଁଥିରେ ଆଘାତ ଲାଗିଛି।
ଆକ୍ରମଣ ପରେ ଆହତ ଯବାନଙ୍କୁ ଡାକ୍ତରଖାନା ଅଣାଯାଇଥିଲା, ଯେଉଁଠାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଆକ୍ରମଣ ପଛରେ ଜୈସ ଏ ମହମ୍ମଦ ସହ ଜଡ଼ିତ ସଂଗଠନ ‘କଶ୍ମୀର ଟାଇଗର୍ସ’ ଥିବା ଜଣାପଡ଼ିଛି। ଏବେ ସେମାନଙ୍କୁ ନିପାତ କରିବା ଲାଗି ସେନାର ପାରା କମାଣ୍ଡୋ ତଲାସି ଅଭିଯାନ ଚଳାଇଛନ୍ତି। ସେଥିରେ ଡ୍ରୋନ୍ ଏବଂ ହେଲିକପ୍ଟରର ସହାୟତା ନିଆଯାଉଛି।
The post ଡୋଡା ଆକ୍ରମଣକୁ ନେଇ ବଡ଼ ଖୁଲାସା: ଆତଙ୍କବାଦୀ ସାଜି ଭାରତରେ ପ୍ରବେଶ କରିଛନ୍ତି ପାକିସ୍ତାନର ପୂର୍ବତନ ଯବାନ appeared first on Dharitri Odia News.