ଆନ୍ଦୋଳନକୁ ସ୍ଥଗିତ ରଖିଲା ଓଏଏସ୍ ସଂଘ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏପରି ନିଷ୍ପତ୍ତି
ଭୁବନେଶ୍ୱର ୦୧।୦୬ : BMC ଅତିରିକ୍ତ ନିର୍ଦ୍ଦେଶକଙ୍କୁ ମାଡ଼ ଘଟଣାକୁ ବିରୋଧ କରି ଆଜିଠାରୁ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଥିଲା ଓଏଏସ୍ ସଂଘ। ତେବେ ଆକ୍ସନ୍ ନେଇ OAS ସଂଘକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଶ୍ବସ୍ତ କରିବା ପରେ ସମୂହ ଛୁଟି ନିଷ୍ପତ୍ତିରୁ ଓହରିଛି ଓଏଏସ୍ ସଂଘ।ମୁଖ୍ୟମନ୍ତ୍ରୀ ରାତି ୧୧ଟାରେ ପ୍ରାୟ ଏକ ଘଣ୍ଟା ଧରି ସଂଘର ସଦସ୍ୟମାନଙ୍କୁ ଭେଟିଥିଲେ, ଯେଉଁଥିରେ ମୁଖ୍ୟ ଶାସନ ସଚିବ, ଡିଜିପି, ସିପି ଏବଂ ଏଜି ଉପସ୍ଥିତ ଥିଲେ । ଘଟଣା ପଛରେ ଥିବା ଦୋଷୀ ଯେତେ ଶକ୍ତିଶାଳୀ ହୁଅନ୍ତି, ସେମାନଙ୍କୁ ଆଇନର କଠୋର ବ୍ୟବସ୍ଥା ଅନୁଯାୟୀ କଠୋର ଦଣ୍ଡ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପୂର୍ବରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟମାନଙ୍କୁ ଧରିବା ପାଇଁ ଖୋଜା ଚାଲିଛି। ଛୁଟିରେ ନ ଯିବା କିମ୍ବା ଏପରି କୌଣସି ପଦକ୍ଷେପ ନ ନେବାକୁ OAS ସଂଘକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ତାଙ୍କ ଉପରେ ବିଶ୍ୱାସ ରଖିବାକୁ ନିବେଦନ କରିଥିଲେ। ଏହାକୁ ସମ୍ମାନ ଜଣାଇ, ଗଣ ଛୁଟି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି।
ଭୁବନେଶ୍ୱର ୦୧।୦୬ : BMC ଅତିରିକ୍ତ ନିର୍ଦ୍ଦେଶକଙ୍କୁ ମାଡ଼ ଘଟଣାକୁ ବିରୋଧ କରି ଆଜିଠାରୁ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଥିଲା ଓଏଏସ୍ ସଂଘ। ତେବେ ଆକ୍ସନ୍ ନେଇ OAS ସଂଘକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଶ୍ବସ୍ତ କରିବା ପରେ ସମୂହ ଛୁଟି ନିଷ୍ପତ୍ତିରୁ ଓହରିଛି ଓଏଏସ୍ ସଂଘ।

ମୁଖ୍ୟମନ୍ତ୍ରୀ ରାତି ୧୧ଟାରେ ପ୍ରାୟ ଏକ ଘଣ୍ଟା ଧରି ସଂଘର ସଦସ୍ୟମାନଙ୍କୁ ଭେଟିଥିଲେ, ଯେଉଁଥିରେ ମୁଖ୍ୟ ଶାସନ ସଚିବ, ଡିଜିପି, ସିପି ଏବଂ ଏଜି ଉପସ୍ଥିତ ଥିଲେ । ଘଟଣା ପଛରେ ଥିବା ଦୋଷୀ ଯେତେ ଶକ୍ତିଶାଳୀ ହୁଅନ୍ତି, ସେମାନଙ୍କୁ ଆଇନର କଠୋର ବ୍ୟବସ୍ଥା ଅନୁଯାୟୀ କଠୋର ଦଣ୍ଡ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପୂର୍ବରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟମାନଙ୍କୁ ଧରିବା ପାଇଁ ଖୋଜା ଚାଲିଛି। ଛୁଟିରେ ନ ଯିବା କିମ୍ବା ଏପରି କୌଣସି ପଦକ୍ଷେପ ନ ନେବାକୁ OAS ସଂଘକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ତାଙ୍କ ଉପରେ ବିଶ୍ୱାସ ରଖିବାକୁ ନିବେଦନ କରିଥିଲେ। ଏହାକୁ ସମ୍ମାନ ଜଣାଇ, ଗଣ ଛୁଟି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି।