ସୁବର୍ଣ୍ଣପୁରରେ ଧୁମ୍ ଧାମରେ ପାଳିତ ହେଲା ରାମ ଶ୍ରୀ ନବମୀ ପର୍ବ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ସହରର ବିଭିନ୍ନ ସ୍ଥାନରେ ଧୂମଧାମରେ ଶ୍ରୀ ରାମ ନବମୀ ପାଳିତ ହୋଇଯାଇଛି। ସହର ର ମଝିପଡା ସ୍ଥିତ ରାମଜୀ ମନ୍ଦିର ଠାରେ ଶ୍ରୀ ରାମ ନବମୀ ଅବସରରେ ପୂଜାର୍ଚ୍ଚନା ସହ ହୋମ, ଅଷ୍ଟ ପ୍ରହରୀ ନାମଯଜ୍ଞ ଓ ନଗର କୀର୍ତ୍ତନ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଯଜ୍ଞରେ କର୍ତ୍ତା ଭାବେ ଶ୍ରୀ ଚମରା ରାମ ତ୍ରୀପାଠୀ ଓ ଖିତିଶୁତା ତ୍ରିପାଠୀ କାର୍ଯ୍ଯ ତୁଳାଇ ଥିବା ବେଳେ […] The post ସୁବର୍ଣ୍ଣପୁରରେ ଧୁମ୍ ଧାମରେ ପାଳିତ ହେଲା ରାମ ଶ୍ରୀ ନବମୀ ପର୍ବ appeared first on Odisha.News.

ସୁବର୍ଣ୍ଣପୁରରେ ଧୁମ୍ ଧାମରେ  ପାଳିତ ହେଲା ରାମ ଶ୍ରୀ ନବମୀ ପର୍ବ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ସହରର ବିଭିନ୍ନ ସ୍ଥାନରେ ଧୂମଧାମରେ ଶ୍ରୀ ରାମ ନବମୀ ପାଳିତ ହୋଇଯାଇଛି। ସହର ର ମଝିପଡା ସ୍ଥିତ ରାମଜୀ ମନ୍ଦିର ଠାରେ ଶ୍ରୀ ରାମ ନବମୀ ଅବସରରେ ପୂଜାର୍ଚ୍ଚନା ସହ ହୋମ, ଅଷ୍ଟ ପ୍ରହରୀ ନାମଯଜ୍ଞ ଓ ନଗର କୀର୍ତ୍ତନ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଯଜ୍ଞରେ କର୍ତ୍ତା ଭାବେ ଶ୍ରୀ ଚମରା ରାମ ତ୍ରୀପାଠୀ ଓ ଖିତିଶୁତା ତ୍ରିପାଠୀ କାର୍ଯ୍ଯ ତୁଳାଇ ଥିବା ବେଳେ ମୁଖ୍ୟ ପୂଜକ ଭାବେ ଡୁଗୁ ମିଶ୍ର ଓ ଚୈତନ୍ୟ ପୁଝାରୀ କାର୍ଯ୍ୟ ତୁଳାଇ ଥିଲେ। ଶହ ଶହ ଭକ୍ତ ଶ୍ରଦ୍ଧାଳୁ ଧାଡ଼ି ବାନ୍ଧି ଶ୍ରୀରାମ ପ୍ରଭୂ ଙ୍କ ଦର୍ଶନ କରି ପ୍ରଭୂ କୃପା ଲାଭ କରିଥିବା ବେଳେ ରାମଜୀ ମନ୍ଦିର କମିଟି ର ବରିଷ୍ଠ ସଦସ୍ୟ ବୃନ୍ଦାବନ ଦଳାଇ, ମନବୁଧ ଭୋଇ, ପଦ୍ମ ନାଭ ପାଢ଼ୀ, ଭକୋଡୋ ସ୍ବାଇଁ, ଲଡୁ କିଶୋର ମଲ୍ଲିକ, ପୀୟୁଷ ପଣ୍ଡା, ପ୍ରତାପ ଦାଶ, ବିକାଶ ପଣ୍ଡା, ସନ୍ତୋଷ ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ। ପ୍ରକାଶ ଥାଉ କି ଦୀର୍ଘ ୬୩ ବର୍ଷ ଧରି ସୋନପୁର ମଝିପଡ଼ା ଠାରେ ଏହି ରାମ ନବମୀ ଉତ୍ସବ ଓ ନାମ ଯଜ୍ଞ ପାଳନ ହୋଇ ଆସୁଛି। ଏଵଂ ସ୍ୱର୍ଗୀୟ ଘାସିରାମ ତ୍ରୀପାଠୀ ଓ ଚମରା ସାହୁ ଏହାର ପ୍ରତିଷ୍ଠାତା ସଭ୍ୟ ଥିବା ସୂଚନା ମିଳିଛି।

The post ସୁବର୍ଣ୍ଣପୁରରେ ଧୁମ୍ ଧାମରେ ପାଳିତ ହେଲା ରାମ ଶ୍ରୀ ନବମୀ ପର୍ବ appeared first on Odisha.News.