ଲଘୁଚାପ ବର୍ଷାରେ ଭିଜୁଛି ପାଚିଲା ଧାନ

ମହାକାଳପଡ଼ା,୨୬ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):ବଙ୍ଗୋପ ସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପାଚିଲା ଧାନ ବର୍ଷାରେ ଭିଜୁଛି। ବର୍ଷକ ପାଇଁ ଉପାର୍ଜିତ ହୋଇଥିବା ଧାନ ଅମଳ ହୋଇ ନ ପାରି ନଷ୍ଟ ହେଉଛି। ସପ୍ତାହ ହେଲା ତୁହାକୁ ତୁହା ବର୍ଷା ଲାଗି ରହିଛି। ଚାଷ ଜମିରେ ପାଚିଲା ଧାନ ଭାସୁଛି। ବର୍ଷକର ଫସଲ ଅମଳ ପାଇଁ ଚାଷୀ ବହୁ କଷ୍ଟ କରି ଚାଷ କରିଥିଲେ ମଧ୍ୟ ଲାଭ ଆଶା ଛାଡ଼ି ଦେଇଛି। ଚାଷ ଜମିରେ ପାଚିଲା […] The post ଲଘୁଚାପ ବର୍ଷାରେ ଭିଜୁଛି ପାଚିଲା ଧାନ appeared first on Dharitri Odia News.

ଲଘୁଚାପ ବର୍ଷାରେ ଭିଜୁଛି ପାଚିଲା ଧାନ

ମହାକାଳପଡ଼ା,୨୬ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):ବଙ୍ଗୋପ ସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପାଚିଲା ଧାନ ବର୍ଷାରେ ଭିଜୁଛି। ବର୍ଷକ ପାଇଁ ଉପାର୍ଜିତ ହୋଇଥିବା ଧାନ ଅମଳ ହୋଇ ନ ପାରି ନଷ୍ଟ ହେଉଛି। ସପ୍ତାହ ହେଲା ତୁହାକୁ ତୁହା ବର୍ଷା ଲାଗି ରହିଛି। ଚାଷ ଜମିରେ ପାଚିଲା ଧାନ ଭାସୁଛି। ବର୍ଷକର ଫସଲ ଅମଳ ପାଇଁ ଚାଷୀ ବହୁ କଷ୍ଟ କରି ଚାଷ କରିଥିଲେ ମଧ୍ୟ ଲାଭ ଆଶା ଛାଡ଼ି ଦେଇଛି। ଚାଷ ଜମିରେ ପାଚିଲା ଧାନକୁ ଦେଖି ଚାଷୀର ଆଖିରୁ ଲୁହ ଝରୁଛି ା ଦେଶରେ ଚାଷୀମାନେ ସବୁୁଠୁ ଅବହେଳିତ। ବର୍ଷା ବର୍ଷକର ଦାନା ଛଡ଼ାଇ ନେଲା। ଆଉ ଏଭଳି ଦୁଃଖ ସହି ହେଉନି ବୋଲି ନିଜ ଦୁଃଖ ବଖାଣିଛନ୍ତି ଭାଗ ଚାଷୀ ନିରଞ୍ଜନ ବେହେରା। ଆମେ ମାଲିକଙ୍କ ଜମି ଚାଷ କରି ବର୍ଷକ ପାଇଁ ଧାନ ଅମଳ କରି ପରିବାର ଚଳାଇଥାଉ। ହେଲେ ଅଦିନିଆ ବର୍ଷା ଦାଉ ସାଧିଛି । କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ୩୧ ପଞ୍ଚାୟତରେ ଧାନ ଫସଲ ଉଜୁଡ଼ିବାକୁ ବସିଲାଣି। ହାଇବ୍ରିଡ୍‌ ବା ଅମଳକ୍ଷମ ଧାନ ପାଣିରେ ଭିଜି ରହିଥିବାରୁ ଗଜା ହେବା ଆଶଙ୍କା ରହିଛି ପୁଲିନ ମଣ୍ଡଳ , ହରେକୃଷ୍ଣ ବେହେରା, ବାବାଜୀ ଦାସ, ପ୍ରଫୁଲ୍ଲ ବେହେରା , ନାରାୟଣ ମାଇତି ପ୍ରମୁଖ ଚାଷୀ ଅଭିଯୋଗ କରିଛନ୍ତି । କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରି ସରକାରୀ ସହାୟତା ଯୋଗାଇ ଦେବା ପାଇଁ ବୁଦ୍ଧିଜୀବୀ ଲକ୍ଷ୍ମୀକାନ୍ତ ସ୍ବାଇଁ ଦାବି କରିଛନ୍ତି।

The post ଲଘୁଚାପ ବର୍ଷାରେ ଭିଜୁଛି ପାଚିଲା ଧାନ appeared first on Dharitri Odia News.