ଚତୁର୍ଦ୍ଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ରେ ବରିଷ୍ଠ ମଞ୍ଚ କଳାକାର ତଥା ନାଟ୍ୟକାର ପ୍ରମୋଦ ସମ୍ୱର୍ଦ୍ଧିତ ହେବେ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ର ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଚତୁର୍ଦ୍ଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳାରେ ସମର୍ଦ୍ଧିତ ହେବେ କନ୍ଧମାଳ ଜିଲ୍ଲାର ଅନନ୍ୟ ପ୍ରତିଭା ବରିଷ୍ଠ ମଞ୍ଚ ଅଭିନେତା ତଥା ନାଟ୍ୟକାର, ବାଲିଗୁଡା ନୁଆସାହି ବାସିନ୍ଦା ପ୍ରମୋଦ କୁମାର ଦଣ୍ଡସେନା l ଏନେଇ ଅନୁଷ୍ଠାନ ର ସାଧାରଣ ସମ୍ପାଦକ କାହ୍ନୁ ଚରଣ ଶତପଥୀ ପ୍ରକାଶ କରିଛନ୍ତି l ଆସନ୍ତା ବାଇଶି ତାରିଖ ଦିନ ପ୍ରତିଭା ସମ୍ୱର୍ଦ୍ଧିତ କାର୍ଯ୍ଯକ୍ରମରେ ସମ୍ୱର୍ଦ୍ଧିତ […] The post ଚତୁର୍ଦ୍ଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ରେ ବରିଷ୍ଠ ମଞ୍ଚ କଳାକାର ତଥା ନାଟ୍ୟକାର ପ୍ରମୋଦ ସମ୍ୱର୍ଦ୍ଧିତ ହେବେ appeared first on Odisha.News.

ଚତୁର୍ଦ୍ଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ରେ ବରିଷ୍ଠ ମଞ୍ଚ କଳାକାର ତଥା ନାଟ୍ୟକାର ପ୍ରମୋଦ ସମ୍ୱର୍ଦ୍ଧିତ ହେବେ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ର ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଚତୁର୍ଦ୍ଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳାରେ ସମର୍ଦ୍ଧିତ ହେବେ କନ୍ଧମାଳ ଜିଲ୍ଲାର ଅନନ୍ୟ ପ୍ରତିଭା ବରିଷ୍ଠ ମଞ୍ଚ ଅଭିନେତା ତଥା ନାଟ୍ୟକାର, ବାଲିଗୁଡା ନୁଆସାହି ବାସିନ୍ଦା ପ୍ରମୋଦ କୁମାର ଦଣ୍ଡସେନା l ଏନେଇ ଅନୁଷ୍ଠାନ ର ସାଧାରଣ ସମ୍ପାଦକ କାହ୍ନୁ ଚରଣ ଶତପଥୀ ପ୍ରକାଶ କରିଛନ୍ତି l ଆସନ୍ତା ବାଇଶି ତାରିଖ ଦିନ ପ୍ରତିଭା ସମ୍ୱର୍ଦ୍ଧିତ କାର୍ଯ୍ଯକ୍ରମରେ ସମ୍ୱର୍ଦ୍ଧିତ ହେବେ l ସୂଚନାଯୋଗ୍ୟ ଯେ ମାତ୍ର ପଞ୍ଚମ ଶ୍ରେଣୀରୁ ଅଭିନୟ ଜୀବନ ଆରମ୍ଭ କରି ଏଯାବତ୍ ୫୦ ରୁ ଉର୍ଦ୍ଧ୍ବ ମଞ୍ଚ ନାଟକ ରେ ଅଭିନୟ ର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି ଏଵଂ ତିନୋଟି ନାଟକ ରଚନା ଓ ନିର୍ଦ୍ଦେଶନା ଦେଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି l ନାଟକ ଗୁମୁରୀ କାନ୍ଦୁଛି ଗୁମୁଡୁମାହା, ଶିଶୁ ନାଟକ ଖେମୂଣ୍ଡି ର ପାଟ୍ଟରାଣୀ ମାଆ ପାଟ୍ଟଖଣ୍ଡା , ନାଟକ ” ଝାର୍” ଦ ଫରେଷ୍ଟ ଅନ୍ୟତମ l ଶହେ ରୁ ଉର୍ଦ୍ଧ୍ବ ପଥପ୍ରାନ୍ତ ନାଟକ ରେ ଅଭିନୟ ଓ ପଚାଶ ରୁ ଉର୍ଦ୍ଧ୍ବ ପଥପ୍ରାନ୍ତ ନାଟକର ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି l ପ୍ରମୋଦଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ଓଡ଼ିଶା ର ବିଭିନ୍ନ ମଞ୍ଚରେ ମଞ୍ଚସ୍ଥ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି l ଓଡ଼ିଶା ବାହାରେ ମଧ୍ଯ ସେ ନାଟକ ପାଇଁ କାମ କରିଛନ୍ତି l କେବଳ ମଞ୍ଚ ନାଟକ ନୁହେଁ ଲୋକ କଳା, ଲୋକ ସଙ୍ଗୀତ, ପାରମ୍ପରିକ କଳାକୁ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରଦର୍ଶନ କରି କନ୍ଧମାଳ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି l

The post ଚତୁର୍ଦ୍ଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ରେ ବରିଷ୍ଠ ମଞ୍ଚ କଳାକାର ତଥା ନାଟ୍ୟକାର ପ୍ରମୋଦ ସମ୍ୱର୍ଦ୍ଧିତ ହେବେ appeared first on Odisha.News.