ସମ୍ବଲପୁରରେ ଏକଲ ଅଭିଯାନର ଶୁଭାରମ୍ଭ
ସମ୍ବଲପୁର:ସଂସ୍କାର ମୂଳକ ଶିକ୍ଷା ହିଁ ବିକଶିତ ରାଜ୍ୟ ଓ ରାଷ୍ଟ୍ର ଗଠନର ପରିଚୟ। ଗ୍ରାମ୍ୟ ବିକାଶକୁ ଆଗେଇ ନେବାକୁ ହେଲେ ଗୋଷ୍ଠି ସହଭାଗିତା ଏକ ବିଶେଷ ଅଙ୍ଗ। ଯାହାକି ଏକଲ ଅଭିଯାନ ଏକ ଦୃଷ୍ଟାନ୍ତ ବୋଲି ଆଜି ଏକଲ ଅଭିଯାନର ସମ୍ବଲପୁର ଚେପ୍ଟର ଶାଖା ଉଦଘାଟନ ଉତ୍ସବରେ ମତ ପ୍ରକାଶ ପାଇଛି। ଆଜି ସ୍ଥାନୀୟ ହରଜିତ ରେସିଡେନ୍ସି ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ବନ ବନ୍ଧୁ ପରିଷଦ ସମ୍ବଲପୁର ଚେପ୍ଟରକୁ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ […] The post ସମ୍ବଲପୁରରେ ଏକଲ ଅଭିଯାନର ଶୁଭାରମ୍ଭ appeared first on Odisha.News.

ସମ୍ବଲପୁର:ସଂସ୍କାର ମୂଳକ ଶିକ୍ଷା ହିଁ ବିକଶିତ ରାଜ୍ୟ ଓ ରାଷ୍ଟ୍ର ଗଠନର ପରିଚୟ। ଗ୍ରାମ୍ୟ ବିକାଶକୁ ଆଗେଇ ନେବାକୁ ହେଲେ ଗୋଷ୍ଠି ସହଭାଗିତା ଏକ ବିଶେଷ ଅଙ୍ଗ। ଯାହାକି ଏକଲ ଅଭିଯାନ ଏକ ଦୃଷ୍ଟାନ୍ତ ବୋଲି ଆଜି ଏକଲ ଅଭିଯାନର ସମ୍ବଲପୁର ଚେପ୍ଟର ଶାଖା ଉଦଘାଟନ ଉତ୍ସବରେ ମତ ପ୍ରକାଶ ପାଇଛି।
ଆଜି ସ୍ଥାନୀୟ ହରଜିତ ରେସିଡେନ୍ସି ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ବନ ବନ୍ଧୁ ପରିଷଦ ସମ୍ବଲପୁର ଚେପ୍ଟରକୁ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ ମିଳିତ ଭାବେ ଉଦଘାଟନ କରିଥିଲେ।
ଏହି ଉପଲକ୍ଷେ ଆୟୋଜିତ ସଭାରେ ଜିଲ୍ଲାପାଳ ଶ୍ରୀ ବୋନ୍ଦର ମୁଖ୍ୟଅତିଥି ଓ ବିଶିଷ୍ଟ ଅତିଥି ଭାବେ ଏସପି ଶ୍ରୀ ଭାମୁ ଯୋଗ ଦେଇଥିବା ବେଳେ ମହିଳା ଶାଖା ସଭାନେତ୍ରୀ ବିନା ଅଗ୍ରୱାଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏକଲ ଅଭିଯାନର ଜାତୀୟ ସମ୍ପାଦକ (କୋଳକତା) ଶାନ୍ତା ଶାରଦା, ରାଞ୍ଚି ଅଧ୍ୟାକ୍ଷା ରେଖା ଜୈନ, ଭୁବନେଶ୍ୱର ପେଟ୍ରନ ଅଜୟ ଅଗ୍ରୱାଲ, ଭୁବନେଶ୍ୱର ସଭାପତି ପ୍ରକାଶ ଭୁରା, ଜାତୀୟ ସଭାପତି ତଥା ସିଏସଆର ପ୍ରଭାରୀ ରାକେଶ ଝୁନଝୁନୱାଲା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏକଲ ଅଭିଯାନର ଶିକ୍ଷା ସଂସ୍କାର ସହିତ ସମ୍ବଲପୁରକୁ ଯୋଡି ସମାଜର ମତି, ଗତି ଓ ବିଚାରଧାରାରେ ପରିବର୍ତ୍ତନ ଆଣିବାକୁ କାର୍ଯ୍ୟ କରିବ ବୋଲି କହିଥିଲେ। ଅଞ୍ଚଳ ସଭାପତି ବିଜୟ କେଡିଆ ଅତିଥି ସ୍ୱାଗତ ସହିତ ଶେଷରେ ଧନ୍ୟବାଦ ଦେଇଥିଲେ।
The post ସମ୍ବଲପୁରରେ ଏକଲ ଅଭିଯାନର ଶୁଭାରମ୍ଭ appeared first on Odisha.News.