ସଂଘବଦ୍ଧ ଆକ୍ରମଣରେ ଜଣେ ଗୁରୁତର: ଯୁବକଙ୍କୁ ମାଡ଼ିବସିଲେ ଗ୍ରାମବାସୀ

ହିଞ୍ଜିଳିକାଟୁ, ୧୪।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ବୁରୁପୋଡା ହାଇସ୍କୁଲ ଛକ ନିକଟରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମର ସିମାଞ୍ଚଳ ନାୟକ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଗୁରୁତର ଆହତ ଯୁବକ ଜଣଙ୍କ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧିନ ରହିଥିବା ଜଣାପଡିଛି। ତେବେ ଆକ୍ରମଣର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ଖବର ପାଇ […] The post ସଂଘବଦ୍ଧ ଆକ୍ରମଣରେ ଜଣେ ଗୁରୁତର: ଯୁବକଙ୍କୁ ମାଡ଼ିବସିଲେ ଗ୍ରାମବାସୀ appeared first on Dharitri Odia News.

ସଂଘବଦ୍ଧ ଆକ୍ରମଣରେ ଜଣେ ଗୁରୁତର: ଯୁବକଙ୍କୁ ମାଡ଼ିବସିଲେ ଗ୍ରାମବାସୀ

ହିଞ୍ଜିଳିକାଟୁ, ୧୪।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ବୁରୁପୋଡା ହାଇସ୍କୁଲ ଛକ ନିକଟରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମର ସିମାଞ୍ଚଳ ନାୟକ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଗୁରୁତର ଆହତ ଯୁବକ ଜଣଙ୍କ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧିନ ରହିଥିବା ଜଣାପଡିଛି। ତେବେ ଆକ୍ରମଣର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଜଣେ ଯୁବକଙ୍କୁ କାବୁ କରି ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।
ପ୍ରକାଶ ଯେ, ହିଞ୍ଜିଳି ଥାନା ବୁରୁପୋଡା ହାଇସ୍କୁଲ ଛକ ନିକଟରେ ସିମାଞ୍ଚଳ କିଛି ସାଥିଙ୍କ ଗହଣରେ ବୁଲୁଥିବା ବେଳେ ୫ଟି ମୋଟର ସାଇକେଲ ଯୋଗେ ୮/୧୦ ଜଣ ଯୁବକ ଉକ୍ତ ସ୍ଥାନରେ ପହଞ୍ଚି ସିମାଞ୍ଚଳଙ୍କୁ ହଠାତ୍‌ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣରେ ସୀମାଞ୍ଚଳ ଗୁରୁତର ଆହତ ହୋଇ ତଳେ ପଡି ଯାଇଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଅଞ୍ଚଳର ଲୋକେ ରୁଣ୍ଡ ହୋଇ ଯାଇଥିଲେ। ସ୍ଥାନୀୟ ଲୋକମାନଙ୍କୁ ଦେଖି ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରୁଥିବାବେଳେ ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ କାବୁ କରିନେଇଥିଲେ। ପରେ ସେମାନେ ଉକ୍ତ ଯୁବକକୁ ହିଞ୍ଜିଳି ପୋଲିସ ହାତରେ ଜିମା ଦେଇଥିଲେ। ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ିନାହିଁ । ପୋଲିସ ତଦନ୍ତ ଚଳାଇଛି।

The post ସଂଘବଦ୍ଧ ଆକ୍ରମଣରେ ଜଣେ ଗୁରୁତର: ଯୁବକଙ୍କୁ ମାଡ଼ିବସିଲେ ଗ୍ରାମବାସୀ appeared first on Dharitri Odia News.