ଚେତା ଥିବା ଅବସ୍ଥାରେ ରୋଗୀଙ୍କ ଅସ୍ତ୍ରୋପଚାର
ଶିକାଗୋ: ସାଧାରଣତଃ ଅପରେଶନ୍ ସମୟରେ ରୋଗୀଙ୍କୁ ଚେତାଶୂନ୍ୟ କରାଯାଇଥାଏ। କିନ୍ତୁ ଆମେରିକାର ଶିକାଗୋରେ ଏକ ଅସ୍ତ୍ରୋପଚାର ସମୟରେ ଜନ୍ ନିକୋଲସ(୨୮) ନାମକ ଜଣେ ରୋଗୀ ସମ୍ପୂର୍ଣ୍ଣ ଜାଗ୍ରତ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୋମବାର ସିକାଗୋର ସ୍ଥାନୀୟ ଉତ୍ତର-ପଶ୍ଚିମ ମେମୋରିଆଲ ହସ୍ପିଟାଲରେ ନିକୋଲସଙ୍କର ସଫଳ ଅସ୍ତ୍ରୋପଚାର ସହ କିଡ୍ନୀ ପ୍ରତିରୋପଣ କରାଯାଇଛି। ତେବେ ଅପରେଶନ ସମୟରେ ସେ କୌଣସି ଯନ୍ତ୍ରଣା ଅନୁଭବ କରିନାହାନ୍ତି ଏବଂ ତାଙ୍କୁ ମାତ୍ର ୨୪ ଘଣ୍ଟା ପରେ ଡାକ୍ତରଖାନାରୁ ଡିସଚାର୍ଜ କରିଦିଆଯାଇଥିବା ନିକୋଲସ […] The post ଚେତା ଥିବା ଅବସ୍ଥାରେ ରୋଗୀଙ୍କ ଅସ୍ତ୍ରୋପଚାର appeared first on Dharitri Odia News.
ଶିକାଗୋ: ସାଧାରଣତଃ ଅପରେଶନ୍ ସମୟରେ ରୋଗୀଙ୍କୁ ଚେତାଶୂନ୍ୟ କରାଯାଇଥାଏ। କିନ୍ତୁ ଆମେରିକାର ଶିକାଗୋରେ ଏକ ଅସ୍ତ୍ରୋପଚାର ସମୟରେ ଜନ୍ ନିକୋଲସ(୨୮) ନାମକ ଜଣେ ରୋଗୀ ସମ୍ପୂର୍ଣ୍ଣ ଜାଗ୍ରତ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୋମବାର ସିକାଗୋର ସ୍ଥାନୀୟ ଉତ୍ତର-ପଶ୍ଚିମ ମେମୋରିଆଲ ହସ୍ପିଟାଲରେ ନିକୋଲସଙ୍କର ସଫଳ ଅସ୍ତ୍ରୋପଚାର ସହ କିଡ୍ନୀ ପ୍ରତିରୋପଣ କରାଯାଇଛି। ତେବେ ଅପରେଶନ ସମୟରେ ସେ କୌଣସି ଯନ୍ତ୍ରଣା ଅନୁଭବ କରିନାହାନ୍ତି ଏବଂ ତାଙ୍କୁ ମାତ୍ର ୨୪ ଘଣ୍ଟା ପରେ ଡାକ୍ତରଖାନାରୁ ଡିସଚାର୍ଜ କରିଦିଆଯାଇଥିବା ନିକୋଲସ କହିଛନ୍ତି।
ଏହା ଏକ ନୂତନ ପଦ୍ଧତିର ଅସ୍ତ୍ରୋପଚାର ହୋଇଥିବା କହି କିଡ୍ନୀ ପ୍ରତିରୋପଣ ପାଇଁ ଏହା ସରଳ ଓ ସୁବିଧାଜନକ ପଦ୍ଧତି ବୋଲି ଉତ୍ତର-ପଶ୍ଚିମ ମେମୋରିଆଲ ହସ୍ପିଟାଲର ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡାକ୍ତର ସତୀଶ ନାଦିଗ୍ ସୂଚନା ଦେଇଛନ୍ତି। ଏହି ନୂତନ ପଦ୍ଧତି ରୋଗୀଙ୍କ ଅଭିଜ୍ଞତାକୁ ଉନ୍ନତ କରି ତାଙ୍କୁ ଜାଗ୍ରତ ରହିବାକୁ ଅନୁମତି ଦେଇଥାଏ ବୋଲି ସେ କହିଛନ୍ତି। ଏହି ମାମଲାରେ ନିକୋଲସଙ୍କୁ ଅପରେଶନ କକ୍ଷ ମଧ୍ୟରେ ସ୍ପାଇନଲ ଆନାସ୍ଥେସିଆ ଇଞ୍ଜେକ୍ସନ ଦିଆଯାଇଥିଲା। ସାଧାରଣ ଆନାସ୍ଥେସିଆ ପ୍ରତି ଫୋବିଆ ଥିବା ରୋଗୀଙ୍କ କ୍ଷେତ୍ରରେ ଏହି ନୂତନ ପଦ୍ଧତି ଅବଲମ୍ବନ କରାଯାଇ ପାରିବ ବୋଲି ସେ ସୂଚନା ଦେଇଛନ୍ତି।
ଏହାସହ ଏହି ପଦ୍ଧତି ରୋଗୀଙ୍କ ଡାକ୍ତରଖାନାର ରହଣିକୁ ମଧ୍ୟ ହ୍ରାସ କରିପାରିବ। ଯଦିଓ ସାଧାରଣ ଆନାସ୍ଥେସିଆ ପ୍ରତି ନିକୋଲସଙ୍କର ଫୋବିଆ ନ ଥିଲା, ତେବେ ତାଙ୍କର ବୟସ, ସୀମିତ ରିସ୍କ ଫ୍ୟାକ୍ଟର ଓ ଏହି ନୂତନ ପଦ୍ଧତିର ଅସ୍ତ୍ରୋପଚାରରେ ସାମିଲ ହେବାକୁ ଆଗ୍ରହ ଯୋଗୁ ନିକୋଲସଙ୍କୁ ହସ୍ପିଟାଲ ପକ୍ଷରୁ ପ୍ରକୃତ ପ୍ରାର୍ଥୀ ଭାବେ ବିଚାର କରାଯାଇଥିବା ଡାକ୍ତର ନାଦିଗ୍ କହିଛନ୍ତି। ମାତ୍ର ୨ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଏହି ଅସ୍ତ୍ରୋପଚାର କରାଯାଇଥିବା ନେଇ ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡକ୍ଟର ସତୀଶ ନାଦିଗ୍ ଏକ ପ୍ରେସ ବିବୃତି ଜାରି କରିଛନ୍ତି।
The post ଚେତା ଥିବା ଅବସ୍ଥାରେ ରୋଗୀଙ୍କ ଅସ୍ତ୍ରୋପଚାର appeared first on Dharitri Odia News.