ପରଲୋକରେ ପାଟଣା ୨୧ ନଂ ଜିଲା ପରିଷଦ ଜୋନ୍ ସଦସ୍ୟ
ପାଟଣା,୨୨ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ୨୧ ନମ୍ବର ଜିଲା ପରିଷଦ ସଦସ୍ୟ ପ୍ରପୁଲ୍ଲ ନାୟକଙ୍କ ହୃଦ୍ଘାତରେ ବୁଧବାର ବିଳମ୍ବିତ ରାତିରେ କେନ୍ଦୁଝର ଧରଣୀଧର ମେଡିକାଲ କଲେଜରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ସେ ବ୍ୟାଙ୍କ ଅଫ୍ ଇଣ୍ଡିଆ ପରିଚାଳକରୁ ଅବସର ଗ୍ରହଣ କରି ସକ୍ରିୟ ରାଜନୀତିରେ ବିଜେଡିରେ ଯୋଗ ଦେଇ ବିଜେଡି ଦଳୀୟ ଟିକେଟ୍ରୁ ୨୧ ନମ୍ବର ଜିଲା ପରିଷଦ ଜୋନ୍ର ସଦସ୍ୟ ଭାବେ ନିର୍ବାଚିତ […] The post ପରଲୋକରେ ପାଟଣା ୨୧ ନଂ ଜିଲା ପରିଷଦ ଜୋନ୍ ସଦସ୍ୟ appeared first on Dharitri Odia News.
ପାଟଣା,୨୨ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ୨୧ ନମ୍ବର ଜିଲା ପରିଷଦ ସଦସ୍ୟ ପ୍ରପୁଲ୍ଲ ନାୟକଙ୍କ ହୃଦ୍ଘାତରେ ବୁଧବାର ବିଳମ୍ବିତ ରାତିରେ କେନ୍ଦୁଝର ଧରଣୀଧର ମେଡିକାଲ କଲେଜରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ସେ ବ୍ୟାଙ୍କ ଅଫ୍ ଇଣ୍ଡିଆ ପରିଚାଳକରୁ ଅବସର ଗ୍ରହଣ କରି ସକ୍ରିୟ ରାଜନୀତିରେ ବିଜେଡିରେ ଯୋଗ ଦେଇ ବିଜେଡି ଦଳୀୟ ଟିକେଟ୍ରୁ ୨୧ ନମ୍ବର ଜିଲା ପରିଷଦ ଜୋନ୍ର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ଅକାଳ ଦେହାନ୍ତରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ପାଟଣାର ପୂର୍ବତନ ବିଧାୟକ ଜଗନ୍ନାଥ ନାଏକ, ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାଧାକାନ୍ତ ମହାନ୍ତ, ବିଜେଡି ଉତ୍ତର ଓଡ଼ିଶା ଯୁବ ସାଧାରଣ ସମ୍ପାଦକ ଦୀପକ ମଣ୍ଡଳ, କୁଡୁମି ସେନା ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ ପ୍ରମୁଖ ମେଡିକାଲ କଲେଜକୁ ଯାଇ ଶେଷ ଦର୍ଶନ କରିଛନ୍ତି। ତାଙ୍କ ବିୟୋଗରେ କେନ୍ଦୁଝର ଏମ୍ପି ଅନନ୍ତ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, କଂଗ୍ରେସ ବରିଷ୍ଠ ନେତା ଇଂ ବିନୋଦ ବିହାରୀ ନାଏକ, ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ଇଂ ବିଦ୍ୟାଧର ଦାଶ, ପାଟଣା ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ପି ଆର୍ ଆଇ ମେମ୍ବରଙ୍କ ସହ ବିଜେଡିର ବହୁ ବରିଷ୍ଠ ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ମର ଶରୀର ମେଡିକାଲ କଲେଜରୁ ଆଣି ପାଟଣା ବ୍ଲକ କ୍ଷୀରେଇ ଟାଙ୍ଗିରି ବାସଭବନରେ କିଛି ସମୟ ପାଇଁ ରଖାଯିବା ପରେ ଗାଁ ଶ୍ମଶାନରେ ଅନ୍ତେଷ୍ଟି କ୍ରିୟା ସଂପନ୍ନ ହେବ।
The post ପରଲୋକରେ ପାଟଣା ୨୧ ନଂ ଜିଲା ପରିଷଦ ଜୋନ୍ ସଦସ୍ୟ appeared first on Dharitri Odia News.