ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ୨ ଯୁବକଙ୍କ ଜୀବନ ଗଲା
ପୁରୀ,୧।୧୦(ଅଜିତ କୂମାର ମହାନ୍ତି): ପୁରୀର ନରେନ୍ଦ୍ର ପୁଷ୍କରିଣୀଠାରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜେଜେମା’ଙ୍କ ଶ୍ରାଦ୍ଧ ଦେବା ପାଇଁ ପୁରୀ ଆସିଥିବା ଦୁଇ ଯୁବକ ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ସୂଚନାଯୋଗ୍ୟ, ବର୍ତ୍ତମାନ ପିତୃପକ୍ଷ ଚାଲିଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକମାନେ ଆସି ପୁରୀରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଉଛନ୍ତି। ଏହି ପରିପରେକ୍ଷୀରେ ପିତୃପକ୍ଷଙ୍କୁ ଶ୍ରାଦ୍ଧ ଦେବା ନିମନ୍ତେ ଆନ୍ଧ୍ରପ୍ରଦେଶ ଇଚ୍ଛାପୁରମର ନଳୀନିକାନ୍ତ ତ୍ରିପାଠୀ ଓ ଗଞ୍ଜାମ କୁକୁଡ଼ାଖଣ୍ଡିର ରାଜକିରଣ ଶତପଥୀ ନରେନ୍ଦ୍ର […] The post ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ୨ ଯୁବକଙ୍କ ଜୀବନ ଗଲା appeared first on Dharitri Odia News.
ପୁରୀ,୧।୧୦(ଅଜିତ କୂମାର ମହାନ୍ତି): ପୁରୀର ନରେନ୍ଦ୍ର ପୁଷ୍କରିଣୀଠାରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜେଜେମା’ଙ୍କ ଶ୍ରାଦ୍ଧ ଦେବା ପାଇଁ ପୁରୀ ଆସିଥିବା ଦୁଇ ଯୁବକ ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ ପିତୃପକ୍ଷ ଚାଲିଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକମାନେ ଆସି ପୁରୀରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଉଛନ୍ତି। ଏହି ପରିପରେକ୍ଷୀରେ ପିତୃପକ୍ଷଙ୍କୁ ଶ୍ରାଦ୍ଧ ଦେବା ନିମନ୍ତେ ଆନ୍ଧ୍ରପ୍ରଦେଶ ଇଚ୍ଛାପୁରମର ନଳୀନିକାନ୍ତ ତ୍ରିପାଠୀ ଓ ଗଞ୍ଜାମ କୁକୁଡ଼ାଖଣ୍ଡିର ରାଜକିରଣ ଶତପଥୀ ନରେନ୍ଦ୍ର ପୁଷ୍କରିଣୀର ଦଶତୁଠଠାରେ ଗାଧାଉଥିବାବେଳେ ବୁଡି ଯାଇଥିଲେ।
ଏ ନେଇ ଅଗ୍ନିଶମ ବିଭାଗକୁ ସୂଚନା ପ୍ରଦାନ କରାଯାଇଥିଲା। ଅଗ୍ନିଶମ ବିଭାଗ ଦାରା ଖୋଜାଖୋଜି କରିବା ପରେ ଦୁଇଜଣଙ୍କୁ ପୋଖରୀ ମଧ୍ୟରୁ ଉଦ୍ଧାର କରାଯାଇ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ପରୀକ୍ଷା କରି ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।
The post ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ୨ ଯୁବକଙ୍କ ଜୀବନ ଗଲା appeared first on Dharitri Odia News.