ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୨ ଥର ବନ୍ଦ କରିଦେଇଥିଲେ ମୋଦି

ନୂଆଦିଲ୍ଲୀ,୨୨।୫: ଭାରତରେ ଲୋକ ସଭା ନିର୍ବାଚନ ଚାଲିଛି। ଏପର୍ଯ୍ୟନ୍ତ ପାଞ୍ଚଟି ପର୍ଯ୍ୟାୟ ଶେଷ ହୋଇଛି ଏବଂ ଆଉ ୨ଟି ପର୍ଯ୍ୟାୟ ବାକି ଅଛି। ଏହି ସମୟରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏକ ସାକ୍ଷାତକାରରେ ନିଜ ସରକାରଙ୍କ ସଫଳତା ବଖାଣିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କିପରି ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଥରେ ନୁହେଁ ଦୁଇଥର ବନ୍ଦ କରିଦେଇଥିଲେ ସେ ନେଇ ମଧ୍ୟ ଖୁଲାସା କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି, ପ୍ରଥମ ଥର ପାଇଁ ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ […] The post ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୨ ଥର ବନ୍ଦ କରିଦେଇଥିଲେ ମୋଦି appeared first on Dharitri Odia News.

ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୨ ଥର ବନ୍ଦ କରିଦେଇଥିଲେ ମୋଦି

ନୂଆଦିଲ୍ଲୀ,୨୨।୫: ଭାରତରେ ଲୋକ ସଭା ନିର୍ବାଚନ ଚାଲିଛି। ଏପର୍ଯ୍ୟନ୍ତ ପାଞ୍ଚଟି ପର୍ଯ୍ୟାୟ ଶେଷ ହୋଇଛି ଏବଂ ଆଉ ୨ଟି ପର୍ଯ୍ୟାୟ ବାକି ଅଛି। ଏହି ସମୟରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏକ ସାକ୍ଷାତକାରରେ ନିଜ ସରକାରଙ୍କ ସଫଳତା ବଖାଣିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କିପରି ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଥରେ ନୁହେଁ ଦୁଇଥର ବନ୍ଦ କରିଦେଇଥିଲେ ସେ ନେଇ ମଧ୍ୟ ଖୁଲାସା କହିଛନ୍ତି।
ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି, ପ୍ରଥମ ଥର ପାଇଁ ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧକୁ ରୋକିବାରେ ଏକ ଦେଶ ସଫଳ ହୋଇଛି। ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ସରକାର ସମସ୍ତ ଉଦ୍ୟମ କରିଛନ୍ତି। ଆମେ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଥରେ ନୁହେଁ, ଦୁଇଥର ବନ୍ଦ କରିଛୁ। ମାର୍ଚ୍ଚ ୫ରେ ଖାର୍କିଭରେ ପ୍ରଥମ ଯୁଦ୍ଧ ବନ୍ଦ ହୋଇଯାଇଥିଲା ଯେତେବେଳେ ଆମର ଛାତ୍ରମାନେ ୟୁକ୍ରେନର ନିକଟତମ ସୁରକ୍ଷିତ ସ୍ଥାନକୁ ଯାଉଥିଲେ ଏବଂ ସେଠାରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଫୋନ କରି ଆମ ଛାତ୍ରମାନଙ୍କ ପାଇଁ ଯୁଦ୍ଧ ବନ୍ଦ କରିବାକୁ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ରୁଷିଆ ସେନା ଗୁଳି ବନ୍ଦ କରିଦେଇଥିଲା। ଯଦ୍ୱାରା ଆମ ଲୋକମାନେ ନିରାପଦରେ ନିଜ ଦେଶକୁ ଫେରିପାରିବେ।
ମାର୍ଚ୍ଚ ୮ରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମେ ୟୁକ୍ରେନ, ରୁଷିଆ ଏବଂ ମିଲିସିଆ ମଧ୍ୟରେ ସଂଘର୍ଷ ହୋଇଥିଲା। ଆମର ଛାତ୍ରମାନେ ସେହି ଅଞ୍ଚଳ ଛାଡିବାକୁ ଚାହୁଁଥିଲେ ଏବଂ ଆମେ ଯୁଦ୍ଧ ବନ୍ଦ କରିବାକୁ ଚେଷ୍ଟା କରିଥିଲୁ। କିନ୍ତୁ ଆମର ପ୍ରୟାସ ସଫଳ ହୋଇପାରିଲା ନାହିଁ। ଏହା ପରେ ପିଏମ ମୋଦି ପୁଟିନ ଏବଂ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଥିଲେ ଏବଂ ତାଙ୍କ ଛାତ୍ରମାନଙ୍କ ସୁରକ୍ଷା ପାଇଁ ଅନୁରୋଧ କରିଥିଲେ। ଗୁଳି ବିନିମୟ ବନ୍ଦ ହୋଇ ଆମ ଛାତ୍ରମାନଙ୍କୁ ସୁରକ୍ଷିତ ଭାବେ ଅଣାଯାଇଥିଲା।

The post ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୨ ଥର ବନ୍ଦ କରିଦେଇଥିଲେ ମୋଦି appeared first on Dharitri Odia News.