ପୁଣି ସାମ୍ନାକୁ ଆସିଲା ପାଶ୍ଚାତ୍ୟ ଦେଶର ଡବଲ ଚେହେରା, ଭାରତକୁ କଲେ କଠୋର ସମାଲୋଚନା
ନୂଆଦିଲ୍ଲୀ/ଓ୍ବାଶିଂଟନ,୪ା୮: ଇରାନର ରାଜଧାନୀ ତେହରାନରେ ଜୁଲାଇ ୩୧ରେ ହମାସ ନେତା ଇସ୍ମାଇଲ ହନିୟେଙ୍କ ହତ୍ୟା ପରେ ହମାସ ଏବଂ ଇରାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡ ଉପରେ ବିଶ୍ୱ ସ୍ତରରେ ଗ୍ରହଣ କରାଯାଇଥିବା ଡବଲ ଚେହେରା ଉପରେ ଏକ ବଡ଼ ପ୍ରଶ୍ନ ଉଠିଛି। ମେ’ ୨୦୨୪ରୁ ଜୁଲାଇ ପର୍ଯ୍ୟନ୍ତ ତିନି ମାସ ମଧ୍ୟରେ ୫ ଜଣ ଇସ୍ରାଏଲର ଶତ୍ରୁ କିମ୍ବା ବିରୋଧୀ ଭାବରେ ବିବେଚିତ ହୋଇଥିଲେ। ମେ’ ୨୪ରେ ଇରାନର ରାଷ୍ଟ୍ରପତି ଇବ୍ରାହିମ […] The post ପୁଣି ସାମ୍ନାକୁ ଆସିଲା ପାଶ୍ଚାତ୍ୟ ଦେଶର ଡବଲ ଚେହେରା, ଭାରତକୁ କଲେ କଠୋର ସମାଲୋଚନା appeared first on Dharitri Odia News.
ନୂଆଦିଲ୍ଲୀ/ଓ୍ବାଶିଂଟନ,୪ା୮: ଇରାନର ରାଜଧାନୀ ତେହରାନରେ ଜୁଲାଇ ୩୧ରେ ହମାସ ନେତା ଇସ୍ମାଇଲ ହନିୟେଙ୍କ ହତ୍ୟା ପରେ ହମାସ ଏବଂ ଇରାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡ ଉପରେ ବିଶ୍ୱ ସ୍ତରରେ ଗ୍ରହଣ କରାଯାଇଥିବା ଡବଲ ଚେହେରା ଉପରେ ଏକ ବଡ଼ ପ୍ରଶ୍ନ ଉଠିଛି।
ମେ’ ୨୦୨୪ରୁ ଜୁଲାଇ ପର୍ଯ୍ୟନ୍ତ ତିନି ମାସ ମଧ୍ୟରେ ୫ ଜଣ ଇସ୍ରାଏଲର ଶତ୍ରୁ କିମ୍ବା ବିରୋଧୀ ଭାବରେ ବିବେଚିତ ହୋଇଥିଲେ। ମେ’ ୨୪ରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ତାଙ୍କ ବୈଦେଶିକ ମନ୍ତ୍ରୀ ହୁସେନଙ୍କ ସନ୍ଦେହଜନକ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏହା ପରେ ଜୁଲାଇ ୧୩ରେ ଇସ୍ରାଏଲ ସୈନ୍ୟବାହିନୀ ଗାଜାରେ ହମାସ ସାମରିକ କମାଣ୍ଡର ମହମ୍ମଦ ଦିଫଙ୍କୁ ହତ୍ୟା କରିଥିଲେ। ଜୁଲାଇ ୨୭ରେ ଲେବାନନର ବେରୁଟ୍ରେ ହୋଇଥିବା ଏୟାରଷ୍ଟ୍ରାଇକ୍ରେ ହିଜବୁଲ କମାଣ୍ଡର ଫୁଆଦ ଶୁକରଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଜୁଲାଇ ୩୧ରେ ଇରାନରେ ହମାସ ନେତା ଇସ୍ମାଇଲ ହନିୟେଙ୍କୁ ହତ୍ୟା କରାଯାଇଥିଲା।
ଏହି ପାଞ୍ଚଟି ମାମଲା ମଧ୍ୟରୁ ରାଇସି ଏବଂ ହୁସେନଙ୍କ ମୃତ୍ୟୁ ଦୁର୍ଘଟଣା ବୋଲି କୁହାଯାଉଥିଲା, କିନ୍ତୁ ଅନେକ ଲୋକ ଏଥିରେ ସନ୍ଦେହ ପ୍ରକଟ କରିଥିବାବେଳେ ବାକି ଘଟଣାରେ ଏହା ସ୍ପଷ୍ଟ ହୋଇଛି ଯେ, ଇସ୍ରାଏଲ ଏଥିରେ ସମ୍ପୃକ୍ତ। ସବୁଠାରୁ ବଡ଼ କଥା ହେଉଛି ଇବ୍ରାହିମ ରାଇସି ଏବଂ ତାଙ୍କ ବୈଦେଶିକ ମନ୍ତ୍ରୀ ହୁସେନଙ୍କ ବ୍ୟତୀତ ଅନ୍ୟ ସମସ୍ତ ହତ୍ୟାକାଣ୍ଡ ଅନ୍ୟ ଦେଶରେ ଘଟିଛି। ଏହା ପରେ ମଧ୍ୟ କେହି ଏହାକୁ ନେଇ ପ୍ରଶ୍ନ ଉଠାଇ ନ ଥିବାବେଳେ ଗତ ବର୍ଷ ଦୁଇଟି ନିଜାର ଏବଂ ପନ୍ନୁ ମାମଲାରେ ସନ୍ଦେହ ଆଧାରରେ ଭାରତକୁ କଠୋର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଲା।
ଏକ ରିପୋର୍ଟ ଅନୁଯାୟୀ, ଆମେରିକା ଏବଂ ଇସ୍ରାଏଲର ଘନିଷ୍ଠ ସହଯୋଗ ହେତୁ ବିଦେଶୀ ମାଟିରେ ଅଣ ନାଗରିକଙ୍କ ହତ୍ୟା ସହ ଜଡ଼ିତ ଅନେକ ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ସତ୍ତ୍ୱେ କୌଣସି ଦେଶ ଏହା ଉପରେ ଆଲୋଚନା କରିନାହାନ୍ତି। ଏହାକୁ କେହି ସମାଲୋଚନା କରି ନ ଥିଲେ। ଆମେରିକାର ଗଣମାଧ୍ୟମ ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲିନାହିଁ। ସେ ଏଥିରେ କୌଣସି ଭୁଲ୍ ଦେଖି ନ ଥିବାବେଳେ ଠିକ୍ ସେମିତି ଆମେରିକୀୟ ଗଣମାଧ୍ୟମ କିଛି ସମୟ ପୂର୍ବରୁ ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପଟଓ୍ବନ୍ତ ସିଂ ପନ୍ନୁଙ୍କୁ ହତ୍ୟା ଉଦ୍ୟମରେ ଭାରତୀୟ ଗୁପ୍ତଚର ସଂସ୍ଥା ଆର୍ଏଡବ୍ଲ୍ୟୁର ସମ୍ପୃକ୍ତି ଥିବା ଅଭିଯୋଗ କରି ଏହି ପ୍ରସଙ୍ଗ ଉଠାଇଥିଲେ।
କେବଳ ଏତିକି ନୁହେଁ, ନିଖିଲ ଗୁପ୍ତା ନାମକ ଜଣେ ଭାରତୀୟ ନାଗରିକଙ୍କୁ ସନ୍ଦେହ ଆଧାରରେ କାରାଗାରରେ ରଖାଯାଇଛି। ଆମେରିକା ସରକାର ମଧ୍ୟ ଏହି ପ୍ରସଙ୍ଗରେ ଭାରତକୁ ଅନେକ ଥର ପ୍ରଶ୍ନ କରିଛନ୍ତି। ଗତ ବର୍ଷ କାନାଡାରେ ଖାଲିସ୍ତାନୀ ନିଜାରଙ୍କ ହତ୍ୟା ପରେ ଏଭଳି ଘଟଣା ଘଟିଥିଲା। ଏଥିରେ କାନାଡା ସିଧାସଳଖ ଭାରତର ସମ୍ପୃକ୍ତି ଦର୍ଶାଇଥିଲା, ଯାହା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା।
The post ପୁଣି ସାମ୍ନାକୁ ଆସିଲା ପାଶ୍ଚାତ୍ୟ ଦେଶର ଡବଲ ଚେହେରା, ଭାରତକୁ କଲେ କଠୋର ସମାଲୋଚନା appeared first on Dharitri Odia News.