ପୃଥିବୀ ଆଡ଼କୁ ମାଡ଼ି ଆସୁଛି ୧୧୦୦ ଫୁଟ୍‌ର ବିଶାଳକାୟ ଗ୍ରହାଣୁ; ସତର୍କ କରାଇଲା ନାସା

ନୂଆଦିଲ୍ଲୀ: ୧୧୦୦ ଫୁଟ ଆୟତନ ବିଶିଷ୍ଟ ଗ୍ରହାଣୁ ପୃଥିବୀ ଆଡ଼କୁ ମାଡ଼ି ଆସୁଛି । ଏନେଇ ସତର୍କ କରାଇଛି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା । ନାସାର ଜେଟ୍ ପ୍ରପଲ୍ସନ୍ ଲାବୋରେଟୋରୀ କହିଛି, ମେ’ ୨୪ ତାରିଖରେ  ଗ୍ରହାଣୁ ୨୦୦୩-MH4 ପୃଥିବୀ ନିକଟ ଦେଇ ଉଡ଼ିବ । ଏହି ଗ୍ରାହାଣୁର ଆକାର ବିଶାଳ ହୋଇଥିବାରୁ ଏହାକୁ ବିପଦପୂର୍ଣ୍ଣ ବର୍ଗରେ ରଖାଯାଇଛି । ନାସା ଅନୁଯାୟୀ, ୧୫୦ ମିଟରୁ ଅଧିକ ଆକାରର ବିଶିଷ୍ଟ କୌଣସି ବସ୍ତୁକୁ ସମ୍ଭାବ୍ୟ ବିପଦପୂର୍ଣ୍ଣ ଗ୍ରୁପରେ ରଖାଯାଏ । ଏହାଛଡ଼ା ଗ୍ରହାଣୁ ୭.୫ ନିୟୁତ କିଲୋମିଟରରୁ ଅଧିକ ଦୂରତାରେ ଅତିକ୍ରମ କରିଥାଏ । ୨୦୦୩-MH4ଠାରୁ ପୃଥିବୀର ନିକଟତମ ବିନ୍ଦୁରର ଦୂରତା ୬,୬୮୦,୦୦୦ କିଲୋମିଟର ରହିବ । ଏହି ଗ୍ରହାଣୁକୁ ପୃଥିବୀର ବସ୍ତୁ ଭାବରେ ବର୍ଗୀକୃତ କରାଯାଇଛି ଏବଂ ଏହାକୁ ଆପୋଲୋ ଗ୍ରହାଣୁ ଗୋଷ୍ଠୀର ଅନ୍ତର୍ଭୁକ୍ତ କରାଯାଇଛି । ପୃଥିବୀର କକ୍ଷପଥକୁ ଅତିକ୍ରମ କରୁଥିବା ଗ୍ରହାଣୁଗୁଡ଼ିକୁ ଏହି ବର୍ଗରେ ରହିଥାନ୍ତି । ମହାକାଶ ବିଜ୍ଞାନୀମାନେ ମୋଟ୍ ୨୧,୦୮୩ ଆପୋଲୋ ଗ୍ରହାଣୁ ଆବିଷ୍କାର କରିଛନ୍ତି । ଏହି ଗ୍ରହାଣୁଗୁଡ଼ିକୁ ପୃଥିବୀର ନିକଟତମ ସର୍ବବୃହତ ଗ୍ରହାଣୁ ପୁଞ୍ଜ ଗୋଷ୍ଠୀରେ ରଖାଯାଇଛି । ନିକଟ ଅତୀତରେ କିଛି ଗ୍ରହାଣୁ ଜ୍ୟୋତିର୍ବିଜ୍ଞାନୀମାନଙ୍କ ନିଦ ହଜାଇ ଦେଇଛନ୍ତି । ‘ଆପୋଫିସ୍’ ଉପରେ ପ୍ରଥମେ ମହାକାଶ ବିଜ୍ଞାନୀମାନେ ନଜର ରଖିଥିଲେ, ବିଶ୍ବାସ କରାଯାଉଛି, ୨୦୨୯ ସୁଦ୍ଧା ପୃଥିବୀ ଏହି

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ୧୧୦୦ ଫୁଟ୍‌ର ବିଶାଳକାୟ ଗ୍ରହାଣୁ; ସତର୍କ କରାଇଲା ନାସା

ନୂଆଦିଲ୍ଲୀ: ୧୧୦୦ ଫୁଟ ଆୟତନ ବିଶିଷ୍ଟ ଗ୍ରହାଣୁ ପୃଥିବୀ ଆଡ଼କୁ ମାଡ଼ି ଆସୁଛି । ଏନେଇ ସତର୍କ କରାଇଛି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା । ନାସାର ଜେଟ୍ ପ୍ରପଲ୍ସନ୍ ଲାବୋରେଟୋରୀ କହିଛି, ମେ’ ୨୪ ତାରିଖରେ  ଗ୍ରହାଣୁ ୨୦୦୩-MH4 ପୃଥିବୀ ନିକଟ ଦେଇ ଉଡ଼ିବ । ଏହି ଗ୍ରାହାଣୁର ଆକାର ବିଶାଳ ହୋଇଥିବାରୁ ଏହାକୁ ବିପଦପୂର୍ଣ୍ଣ ବର୍ଗରେ ରଖାଯାଇଛି । ନାସା ଅନୁଯାୟୀ, ୧୫୦ ମିଟରୁ ଅଧିକ ଆକାରର ବିଶିଷ୍ଟ କୌଣସି ବସ୍ତୁକୁ ସମ୍ଭାବ୍ୟ ବିପଦପୂର୍ଣ୍ଣ ଗ୍ରୁପରେ ରଖାଯାଏ । ଏହାଛଡ଼ା ଗ୍ରହାଣୁ ୭.୫ ନିୟୁତ କିଲୋମିଟରରୁ ଅଧିକ ଦୂରତାରେ ଅତିକ୍ରମ କରିଥାଏ । 

୨୦୦୩-MH4ଠାରୁ ପୃଥିବୀର ନିକଟତମ ବିନ୍ଦୁରର ଦୂରତା ୬,୬୮୦,୦୦୦ କିଲୋମିଟର ରହିବ । ଏହି ଗ୍ରହାଣୁକୁ ପୃଥିବୀର ବସ୍ତୁ ଭାବରେ ବର୍ଗୀକୃତ କରାଯାଇଛି ଏବଂ ଏହାକୁ ଆପୋଲୋ ଗ୍ରହାଣୁ ଗୋଷ୍ଠୀର ଅନ୍ତର୍ଭୁକ୍ତ କରାଯାଇଛି । ପୃଥିବୀର କକ୍ଷପଥକୁ ଅତିକ୍ରମ କରୁଥିବା ଗ୍ରହାଣୁଗୁଡ଼ିକୁ ଏହି ବର୍ଗରେ ରହିଥାନ୍ତି । ମହାକାଶ ବିଜ୍ଞାନୀମାନେ ମୋଟ୍ ୨୧,୦୮୩ ଆପୋଲୋ ଗ୍ରହାଣୁ ଆବିଷ୍କାର କରିଛନ୍ତି । ଏହି ଗ୍ରହାଣୁଗୁଡ଼ିକୁ ପୃଥିବୀର ନିକଟତମ ସର୍ବବୃହତ ଗ୍ରହାଣୁ ପୁଞ୍ଜ ଗୋଷ୍ଠୀରେ ରଖାଯାଇଛି । 

ନିକଟ ଅତୀତରେ କିଛି ଗ୍ରହାଣୁ ଜ୍ୟୋତିର୍ବିଜ୍ଞାନୀମାନଙ୍କ ନିଦ ହଜାଇ ଦେଇଛନ୍ତି । ‘ଆପୋଫିସ୍’ ଉପରେ ପ୍ରଥମେ ମହାକାଶ ବିଜ୍ଞାନୀମାନେ ନଜର ରଖିଥିଲେ, ବିଶ୍ବାସ କରାଯାଉଛି, ୨୦୨୯ ସୁଦ୍ଧା ପୃଥିବୀ ଏହି ଗ୍ରହ ପ୍ରଭାବିତ କରିପାରେ । ସାରା ବିଶ୍ୱର ବୈଜ୍ଞାନିକମାନେ ଏହା ଉପରେ ଧ୍ୟାନ ଦେଇ ଆସୁଥିବା ବିପଦକୁ ବୁଝିବା ପାଇଁ ଗଣନା କରିଥିଲେ  । ଶେଷରେ ଜାଣିବାକୁ ପାଇଥିଲା,ଏହି ଗ୍ରହାଣୁ ପୃଥିବୀର ନିକଟ ଦେଇ ପାର୍ କରିବ । 

ଦ୍ୱିତୀୟରେ 2024-YR4 ଗ୍ରହାଣୁ ବିପଦପୂର୍ଣ୍ଣ ବର୍ଗରେ ରଖାଯାଇଥିଲା । ଏହି ଗ୍ରହାଣୁ ୨୦୩୨ ସୁଦ୍ଧା ପୃଥିବୀରେ ଆଘାତ କରିବ ବୋଲି ପୂର୍ବାନୁମାନ କରାଯାଇଛି । ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପରେ ଚଳିତ ବର୍ଷ ଏପ୍ରିଲରେ ଗ୍ରହାଣୁ ବିଷୟରେ ଅଧିକ ଜାଣିବା ପାଇଁ ପର୍ଯ୍ୟବେକ୍ଷଣ କରାଯାଇଥିଲା । ମହାକାଶ ଉପରେ ନଜର ରଖୁଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଥିଲେ ଯେ ଏହା ପୂର୍ବ ଆକଳନ ତୁଳନାରେ ପଥରୁଆ ଓ ବିଶାଳକାୟ । 2024-YR4 ଗ୍ରହାଣୁ ୨୦୩୨ ସୁଦ୍ଧା ପୃଥିବୀ ନିକଟ ଦେଇ ଅତିକ୍ରମ କରିବ ।