ଆର୍ନ୍ତଜାତିକ ସେବିକା ଦିବସ, ନର୍ସଙ୍କ ବିନା ଡାକ୍ତରଖାନା ଅଧୁରା: ସୋଆ ଉପସଭାପତି

ଭୁବନେଶ୍ୱର ୧୨।୦୫ : ନର୍ସମାନଙ୍କ ସେବା ଯତ୍ନ ଦ୍ୱାରା ହିଁ ରୋଗୀ ସୁସ୍ଥ ହୋଇଥାନ୍ତି । ନର୍ସମାନଙ୍କୁ ମା'ମାନଙ୍କ ସହ ମଧ୍ୟ ତୁଳନା କରାଯାଏ। ତେଣୁ ଡାକ୍ତରଖାନା ନର୍ସମାନଙ୍କ ବିନା ଅଧୁରା ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶାଶ୍ୱତୀ ଦାସ । ସୋଆ ଦ୍ୱାରା ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌  ଆଣ୍ଡ ସମ୍‌ ହସ୍ପିଟାଲ ପକ୍ଷରୁ ମେ ୧୨ରେ ଆନ୍ତର୍ଜାତିକ ସେବିକା ଦିବସ   ପାଳନ ପୂର୍ବରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ  ଶ୍ରୀମତୀ ଦାସ କହିଛନ୍ତି, ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ନର୍ସଙ୍କ  ତ୍ୟାଗ ଓ ନିଷ୍ଠାପର ସେବା ଦ୍ୱାରା ସୋଆ ଅନେକ ସୁନାମ ଅର୍ଜନ କରିଛି ।  ତେଣୁ ସେ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଭବିଷ୍ୟତରେ ବିପଦ  ଆସିଲେ ନର୍ସ ଦୃଢ଼ ଭାବେ ଏହାକୁ ପ୍ରତିହିତ କରିପାରିବେ ବୋଲି ତାଙ୍କର  ଆଶା ଓ ବିଶ୍ୱାସ ରହିଥିବା ଶ୍ରୀମତୀ ଦାସ କହିଛନ୍ତି । ଆନ୍ତର୍ଜାତିକ ସେବିକା  ଦିବସ ପାଇଁ ସେ ହସ୍ପିଟାଲ୍‌ର ସମସ୍ତ ନର୍ସମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।  ମୁଖ୍ୟ ବକ୍ତା ବ୍ରହ୍ମପୁର ସ୍ଥିତ କଲେଜ ଅଫ୍‌ ନର୍ସିଂର ଅଧ୍ୟକ୍ଷା  ପ୍ରଫେସର (ଡାକ୍ତର) ରାଜଲକ୍ଷ୍ମୀ ମିଶ୍ର, ନର୍ସମାନଙ୍କୁ କ୍ଲିନିକାଲ ଗବେଷଣା କ୍ଷେତ୍ରରେ ଅଧିକ ପ୍ରଶିକ୍ଷଣ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ ।  ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ଡିନ୍‌ ପ୍ରଫେସର ସଂ

ଆର୍ନ୍ତଜାତିକ ସେବିକା ଦିବସ, ନର୍ସଙ୍କ ବିନା ଡାକ୍ତରଖାନା ଅଧୁରା: ସୋଆ ଉପସଭାପତି

ଭୁବନେଶ୍ୱର ୧୨।୦୫ : ନର୍ସମାନଙ୍କ ସେବା ଯତ୍ନ ଦ୍ୱାରା ହିଁ ରୋଗୀ ସୁସ୍ଥ ହୋଇଥାନ୍ତି । ନର୍ସମାନଙ୍କୁ ମା'ମାନଙ୍କ ସହ ମଧ୍ୟ ତୁଳନା କରାଯାଏ। ତେଣୁ ଡାକ୍ତରଖାନା ନର୍ସମାନଙ୍କ ବିନା ଅଧୁରା ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶାଶ୍ୱତୀ ଦାସ । 

ସୋଆ ଦ୍ୱାରା ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌  ଆଣ୍ଡ ସମ୍‌ ହସ୍ପିଟାଲ ପକ୍ଷରୁ ମେ ୧୨ରେ ଆନ୍ତର୍ଜାତିକ ସେବିକା ଦିବସ   ପାଳନ ପୂର୍ବରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ  ଶ୍ରୀମତୀ ଦାସ କହିଛନ୍ତି, ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ନର୍ସଙ୍କ  ତ୍ୟାଗ ଓ ନିଷ୍ଠାପର ସେବା ଦ୍ୱାରା ସୋଆ ଅନେକ ସୁନାମ ଅର୍ଜନ କରିଛି ।  ତେଣୁ ସେ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଭବିଷ୍ୟତରେ ବିପଦ  ଆସିଲେ ନର୍ସ ଦୃଢ଼ ଭାବେ ଏହାକୁ ପ୍ରତିହିତ କରିପାରିବେ ବୋଲି ତାଙ୍କର  ଆଶା ଓ ବିଶ୍ୱାସ ରହିଥିବା ଶ୍ରୀମତୀ ଦାସ କହିଛନ୍ତି । ଆନ୍ତର୍ଜାତିକ ସେବିକା  ଦିବସ ପାଇଁ ସେ ହସ୍ପିଟାଲ୍‌ର ସମସ୍ତ ନର୍ସମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।  

ମୁଖ୍ୟ ବକ୍ତା ବ୍ରହ୍ମପୁର ସ୍ଥିତ କଲେଜ ଅଫ୍‌ ନର୍ସିଂର ଅଧ୍ୟକ୍ଷା  ପ୍ରଫେସର (ଡାକ୍ତର) ରାଜଲକ୍ଷ୍ମୀ ମିଶ୍ର, ନର୍ସମାନଙ୍କୁ କ୍ଲିନିକାଲ ଗବେଷଣା କ୍ଷେତ୍ରରେ ଅଧିକ ପ୍ରଶିକ୍ଷଣ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ ।  ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ଡିନ୍‌ ପ୍ରଫେସର ସଂଘମିତ୍ରା ମିଶ୍ର,  ବିଏସ୍‌କେୱାଇ ଯୋଜନାକୁ ପରିଚାଳନାରେ ସମ୍‌ ହସ୍ପିଟାଲ୍‌ ଏବଂ ସୋଆ  ପରିଚାଳିତ କୋଭିଡ୍‌ ହସ୍ପିଟାଲଗୁଡ଼ିକୁ ରାଜ୍ୟ ସରକାର ଶ୍ରେଷ୍ଠ ହସ୍ପିଟାଲ୍‌   ଭାବେ ସମ୍ବର୍ଦ୍ଧିତ କରିବାରେ ନର୍ସମାନଙ୍କ ଭୂମିକା ସବୁଠାରୁ ଅଧିକ ବୋଲି  କହିଥିଲେ । ହସ୍ପିଟାଲ୍‌ର ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ ମିନତି ମିଶ୍ର ସ୍ୱାଗତ  ଭାଷଣ ଦେଇଥିଲେ । ସମ୍‌ ହସ୍ପିଟାଲ୍‌ ଫୁଲନଖରା କ୍ୟାମ୍ପସ୍‌ର ମେଡିକାଲ୍‌   ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର (ଡାକ୍ତର) ରାଜେଶ ଲେଙ୍କା, ଆଇଏମ୍‌ଏସ୍‌   ଆଣ୍ଡ ସମ୍‌ ହସ୍ପିଟାଲ୍‌ ଭୁବନେଶ୍ୱରର ମେଡିକାଲ୍‌ ସୁପରିଣ୍ଟେଣ୍ଡେଣ୍ଟ  ଇନ୍‌ଚାର୍ଜ ପ୍ରଫେସର (ଡାକ୍ତର) ରଚିତା ଷଢ଼ଙ୍ଗୀ ଓ ଆଡିସ୍‌ନାଲ୍‌ ନର୍ସିଂ  ସୁପରିଣ୍ଟେଣ୍ଡେଣ୍ଟ ଶୋଭାମରୀ ସାମଲ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।  

ଏହି ଅବସରରେ ଶୋଭାମରୀ ସାମଲ ନର୍ସମାନଙ୍କୁ ଶପଥ ପାଠ  କରାଇଥିଲେ । ଅତିଥି ଏକ ସ୍ମରଣିକା ଉନ୍ମୋଚନ କରିଥିବାବେଳେ କେକ୍‌ କଟାଯାଇ ଏହି ସ୍ୱତନ୍ତ୍ର ଦିବସ ପାଳନ କରାଯାଇଥିଲା । ନର୍ସିଂ ସପ୍ତାହ  ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ସୋଆ   ଉପସଭାପତି ଓ ଅନ୍ୟ ଅତିଥିମାନେ ପୁରସ୍କୃତ କରିଥିଲେ । ସମ୍‌ ହସ୍ପିଟାଲ୍‌  ସିନିୟର ନର୍ସିଂ ଏଜୁକେଟର ତଥା ସମ୍‌ ନର୍ସିଂ କଲେଜର ଆସିଷ୍ଟାଣ୍ଟ ପ୍ରଫେସର  ନିବେଦିତା ରାଉତ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଡେପୁଟି ନର୍ସିଂ   ସୁପରଣ୍ଟେଣ୍ଡେଣ୍ଟ କାବେରୀ ରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।