ଆତଙ୍କବାଦ ବିରୋଧୀ ଲଢ଼େଇ: ବିଦେଶ ଯିବେ ସର୍ବଦଳୀୟ ପ୍ରତିନିଧି, ପ୍ରତ୍ୟେକ ଟିମ୍‌ର ନେତୃତ୍ୱ ନେବେ ୭ ନେତା

ନୂଆଦିଲ୍ଲୀ: ସୀମାପାର ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇକୁ ଆହୁରି ମଜବୁତ କରିବା ପାଇଁ ଏକାଠି ହୋଇଛନ୍ତି ରାଜନୈତିକ ଦଳ। ଅପରେସନ ସିନ୍ଦୂର ପରେ ବଡ଼ କୂଟନୈତିକ ପଦକ୍ଷେପ ନେଇଛି ଭାରତ। ବିଶ୍ୱର ପ୍ରମୁଖ ଦେଶଗୁଡ଼ିକୁ ସାତଟି ସର୍ବଦଳୀୟ ପ୍ରତିନିଧିମଣ୍ଡଳ ପଠାଇବାକୁ ନିଷ୍ପତ୍ତି ନେଇଛି।ଆତଙ୍କବାଦ ପ୍ରତି ଭାରତର 'ଶୂନ୍ୟ ସହନଶୀଳତା' ନୀତିର ସାଧାରଣ ବାର୍ତ୍ତା ବିଶ୍ୱକୁ ପହଞ୍ଚାଇବା ଏହି ପ୍ରତିନିଧିମଣ୍ଡଳର ଉଦ୍ଦେଶ୍ୟ। ଏହି ଅଭିଯାନରେ ସମସ୍ତ ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନେ ସାମିଲ ହୋଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଏକ ସୋସିଆଲ ମିଡିଆ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। X ଉପରେ ଏକ ପୋଷ୍ଟରେ ସେ ଲେଖିଛନ୍ତି, 'ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ, ଭାରତ ଏକାଠି ହୋଇଛି।' ସାତଟି ସର୍ବଦଳୀୟ ପ୍ରତିନିଧିମଣ୍ଡଳ ଖୁବ୍ ଶୀଘ୍ର ପ୍ରମୁଖ ସହଯୋଗୀ ଦେଶଗୁଡ଼ିକୁ ଗସ୍ତ କରିବେ। ଆତଙ୍କବାଦ ପ୍ରତି 'ଶୂନ୍ୟ ସହନଶୀଳତା'ର ଆମର ସମାନ ବାର୍ତ୍ତାକୁ ଆଗକୁ ବଢ଼ାନ୍ତୁ। ଏହା ରାଜନୀତି ଏବଂ ମତଭେଦରୁ ଊର୍ଦ୍ଧ୍ୱରେ ଜାତୀୟ ଏକତାର ଏକ ଶକ୍ତିଶାଳୀ ପ୍ରତୀକ।ଏହି ପ୍ରତିନିଧିମଣ୍ଡଳଗୁଡ଼ିକ ଚଳିତ ମାସ ଶେଷ ସୁଦ୍ଧା ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟ ଦେଶ ଏବଂ ଅନ୍ୟ ପ୍ରମୁଖ ଦେଶଗୁଡ଼ିକୁ ଗସ୍ତ କରିବେ। ଏହି ପ୍ରତିନିଧୀ ଦଳର ନେତୃତ୍ୱ ନେଉଥିବା ସାଂସଦମାନଙ୍କ ମଧ୍ୟରେ କଂଗ୍ରେସର ନେତୃତ୍ୱ ନେବେ ଶଶି ଥରୁର। ସେହିପରି

ଆତଙ୍କବାଦ ବିରୋଧୀ ଲଢ଼େଇ: ବିଦେଶ ଯିବେ ସର୍ବଦଳୀୟ ପ୍ରତିନିଧି, ପ୍ରତ୍ୟେକ ଟିମ୍‌ର ନେତୃତ୍ୱ ନେବେ ୭ ନେତା

ନୂଆଦିଲ୍ଲୀ: ସୀମାପାର ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇକୁ ଆହୁରି ମଜବୁତ କରିବା ପାଇଁ ଏକାଠି ହୋଇଛନ୍ତି ରାଜନୈତିକ ଦଳ। ଅପରେସନ ସିନ୍ଦୂର ପରେ ବଡ଼ କୂଟନୈତିକ ପଦକ୍ଷେପ ନେଇଛି ଭାରତ। ବିଶ୍ୱର ପ୍ରମୁଖ ଦେଶଗୁଡ଼ିକୁ ସାତଟି ସର୍ବଦଳୀୟ ପ୍ରତିନିଧିମଣ୍ଡଳ ପଠାଇବାକୁ ନିଷ୍ପତ୍ତି ନେଇଛି।

ଆତଙ୍କବାଦ ପ୍ରତି ଭାରତର 'ଶୂନ୍ୟ ସହନଶୀଳତା' ନୀତିର ସାଧାରଣ ବାର୍ତ୍ତା ବିଶ୍ୱକୁ ପହଞ୍ଚାଇବା ଏହି ପ୍ରତିନିଧିମଣ୍ଡଳର ଉଦ୍ଦେଶ୍ୟ। ଏହି ଅଭିଯାନରେ ସମସ୍ତ ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନେ ସାମିଲ ହୋଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଏକ ସୋସିଆଲ ମିଡିଆ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। 

X ଉପରେ ଏକ ପୋଷ୍ଟରେ ସେ ଲେଖିଛନ୍ତି, 'ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ, ଭାରତ ଏକାଠି ହୋଇଛି।' ସାତଟି ସର୍ବଦଳୀୟ ପ୍ରତିନିଧିମଣ୍ଡଳ ଖୁବ୍ ଶୀଘ୍ର ପ୍ରମୁଖ ସହଯୋଗୀ ଦେଶଗୁଡ଼ିକୁ ଗସ୍ତ କରିବେ। ଆତଙ୍କବାଦ ପ୍ରତି 'ଶୂନ୍ୟ ସହନଶୀଳତା'ର ଆମର ସମାନ ବାର୍ତ୍ତାକୁ ଆଗକୁ ବଢ଼ାନ୍ତୁ। ଏହା ରାଜନୀତି ଏବଂ ମତଭେଦରୁ ଊର୍ଦ୍ଧ୍ୱରେ ଜାତୀୟ ଏକତାର ଏକ ଶକ୍ତିଶାଳୀ ପ୍ରତୀକ।

ଏହି ପ୍ରତିନିଧିମଣ୍ଡଳଗୁଡ଼ିକ ଚଳିତ ମାସ ଶେଷ ସୁଦ୍ଧା ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟ ଦେଶ ଏବଂ ଅନ୍ୟ ପ୍ରମୁଖ ଦେଶଗୁଡ଼ିକୁ ଗସ୍ତ କରିବେ। ଏହି ପ୍ରତିନିଧୀ ଦଳର ନେତୃତ୍ୱ ନେଉଥିବା ସାଂସଦମାନଙ୍କ ମଧ୍ୟରେ କଂଗ୍ରେସର ନେତୃତ୍ୱ ନେବେ ଶଶି ଥରୁର। ସେହିପରି ବିଜେପିର ରବି ଶଙ୍କର ପ୍ରସାଦ, ବୈଜୟନ୍ତ ପଣ୍ଡା, ଜନତା ଦଳ ୟୁନାଇଟେଡ୍‌ର ସଞ୍ଜୟ ଝା, ଡିଏମ୍‌କେର କାନିମୋଜି କରୁଣାନିଧି, ଏନସିପିର ସୁପ୍ରିୟା ସୁଲେ, ଏକନାଥ ସିନ୍ଧେ ନେତୃତ୍ୱ ନେବେ। 

ସୂତ୍ର ଅନୁଯାୟୀ, ଏହି ପ୍ରତିନିଧିମଣ୍ଡଳୀମାନେ ଆମେରିକା, ବ୍ରିଟେନ, ଦକ୍ଷିଣ ଆଫ୍ରିକା, କତାର ଏବଂ ୟୁଏଇ ଭଳି ଦେଶ ଗସ୍ତ କରିବେ। ଏହି ବିଦେଶ ଗସ୍ତ ମେ ୨୨ ପରେ ଆରମ୍ଭ ହେବାର ସମ୍ଭାବନା ରହିଛି। ଭାରତ ସରକାରଙ୍କ ଏହି ପ୍ରୟାସ ବିଶ୍ୱ ମଞ୍ଚରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଏବଂ ସାଧାରଣ ନାଗରିକକୁ ଆକ୍ରମଣ କରିବା ଘଟଣାକୁ ଜଣାଇବା ପାଇଁ କରାଯାଉଛି।