ଛଟେଇ ପ୍ରତିବାଦରେ ଧାରଣାରେ ବସିଲା ବିଦ୍ୟୁତ୍‌ କର୍ମଚାରୀ ମହାସଂଘ, ଦାବି ପୂରଣ ନ ହେଲେ…

ପୁରୁଷୋତ୍ତମପୁର,୪ା୧୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଦ୍ୟୁତ୍‌ ବିଭାଗୀୟ ଡିଭିଜନ କର୍ମଚାରୀ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ଲିଖିତ ଭାବେ ଚେତାବନୀ ଦେଇଛନ୍ତି। କର୍ମଚାରୀମାନେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିଦ୍ୟୁତ୍‌ ବିଭାଗ ଭିଜିଲାନ୍ସ ଅଧିକାରୀଙ୍କ ଅନିୟମିତତା ବିରୋଧରେ ନାରା ଦେଇଥିଲେ। ଏପରିକି ଏକ ସ୍ମାରକପତ୍ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରିବା ସହ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। କର୍ମଚାରୀମାନେ ଅଭିଯୋଗ କରିଛନ୍ତି ଯେ, କିଛି କର୍ମଚାରୀଙ୍କୁ କୌଣସି ପ୍ରମାଣ ନ ଥାଇ […] The post ଛଟେଇ ପ୍ରତିବାଦରେ ଧାରଣାରେ ବସିଲା ବିଦ୍ୟୁତ୍‌ କର୍ମଚାରୀ ମହାସଂଘ, ଦାବି ପୂରଣ ନ ହେଲେ… appeared first on Dharitri Odia News.

ଛଟେଇ ପ୍ରତିବାଦରେ ଧାରଣାରେ ବସିଲା ବିଦ୍ୟୁତ୍‌ କର୍ମଚାରୀ ମହାସଂଘ, ଦାବି ପୂରଣ ନ ହେଲେ…

ପୁରୁଷୋତ୍ତମପୁର,୪ା୧୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଦ୍ୟୁତ୍‌ ବିଭାଗୀୟ ଡିଭିଜନ କର୍ମଚାରୀ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ଲିଖିତ ଭାବେ ଚେତାବନୀ ଦେଇଛନ୍ତି। କର୍ମଚାରୀମାନେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିଦ୍ୟୁତ୍‌ ବିଭାଗ ଭିଜିଲାନ୍ସ ଅଧିକାରୀଙ୍କ ଅନିୟମିତତା ବିରୋଧରେ ନାରା ଦେଇଥିଲେ। ଏପରିକି ଏକ ସ୍ମାରକପତ୍ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରିବା ସହ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। କର୍ମଚାରୀମାନେ ଅଭିଯୋଗ କରିଛନ୍ତି ଯେ, କିଛି କର୍ମଚାରୀଙ୍କୁ କୌଣସି ପ୍ରମାଣ ନ ଥାଇ ବିଦ୍ୟୁତ୍‌ ଭିଜିଲାନ୍ସ ମାନସିକ ଚାପ ପକାଇ କାର୍ଯ୍ୟରୁ ବହିଷ୍କୃତ କରିଛନ୍ତି। ସେମାନେ ନିଜ ପରିବାର ପ୍ରତିପୋଷଣରେ ସମସ୍ୟା ଭୋଗିବାରେ ଲାଗିଛନ୍ତି। ଅନ୍ୟ ଜଣେ କର୍ମଚାରୀ ଏପରିକି ସେଫ୍ଟି ସାର୍ଟିଫିକେଟର କାରଣ ଦର୍ଶାଇ ଛଟେଇ କରାଯାଇଛି। ଏଣୁ ତୁରନ୍ତ ଏହାର ସମାଧାନ କରି ସେମାନଙ୍କୁ ନିଯୁକ୍ତି ଦିଆ ନ ଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି କର୍ମଚାରୀମାନେ ଚେତାବନୀ ଦେଇଛନ୍ତି।

The post ଛଟେଇ ପ୍ରତିବାଦରେ ଧାରଣାରେ ବସିଲା ବିଦ୍ୟୁତ୍‌ କର୍ମଚାରୀ ମହାସଂଘ, ଦାବି ପୂରଣ ନ ହେଲେ… appeared first on Dharitri Odia News.