ASOଙ୍କୁ ମାଡ଼ମାରିବା ଘଟଣା,ରାଜଭବନ ଆଗରେ ଯୁବ ଛାତ୍ର କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର : ରାଜ୍ୟପାଳ ରଘୁବର ସିଂ ଙ୍କ ପୁଅଙ୍କ ଅଶୋଭନୀୟ ଆଚରଣ । କର୍ତବ୍ୟରତ ସରକାରୀ ଅଫିସରଙ୍କୁ ମାଡ଼ ମାରିବା ପ୍ରତିବାଦରେ ରାଜ୍ୟପାଳ ଭବନ ଆଗରେ ଯୁବ ଛାତ୍ରକଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛି କଂଗ୍ରେସ । ସୂଚନାନୁସାରେ,ଗତ ୭ ତାରିଖରେ ପୁରୀ ରାଜଭବନରେ କାର୍ଯ୍ୟରତ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ଲଳିତ ଦାସ ଓ ତାଙ୍କର ୨ ବନ୍ଧୁ ଏବଂ ପିଏସଓ […]

ASOଙ୍କୁ ମାଡ଼ମାରିବା ଘଟଣା,ରାଜଭବନ ଆଗରେ ଯୁବ ଛାତ୍ର କଂଗ୍ରେସର ବିକ୍ଷୋଭ
ASOଙ୍କୁ ମାଡ଼ମାରିବା ଘଟଣା,ରାଜଭବନ ଆଗରେ ଯୁବ ଛାତ୍ର କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର : ରାଜ୍ୟପାଳ ରଘୁବର ସିଂ ଙ୍କ ପୁଅଙ୍କ ଅଶୋଭନୀୟ ଆଚରଣ । କର୍ତବ୍ୟରତ ସରକାରୀ ଅଫିସରଙ୍କୁ ମାଡ଼ ମାରିବା ପ୍ରତିବାଦରେ ରାଜ୍ୟପାଳ ଭବନ ଆଗରେ ଯୁବ ଛାତ୍ରକଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛି କଂଗ୍ରେସ ।

ସୂଚନାନୁସାରେ,ଗତ ୭ ତାରିଖରେ ପୁରୀ ରାଜଭବନରେ କାର୍ଯ୍ୟରତ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ଲଳିତ ଦାସ ଓ ତାଙ୍କର ୨ ବନ୍ଧୁ ଏବଂ ପିଏସଓ ମିଶି ରାଜଭବନ ଭିତରେ ମାଡ଼ମାରି ଲହୁଲୁହାଣ କରିଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ରାଜ୍ୟପାଳଙ୍କ ସମ୍ପର୍କୀୟଙ୍କୁ ଆଣିବା ପାଇଁ ଷ୍ଟେସନକୁ ଦୁଇଟି ଦାମୀ ଗାଡି ପଠାଯାଇ ନ ଥିବାରୁ ବୈକୁଣ୍ଠଙ୍କୁ ସେମାନେ ପିଟିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ରାଜ୍ୟପାଳଙ୍କ ସଚିବଙ୍କୁ ୧୧ ତାରିଖ ସୁଦ୍ଧା ଅବଗତ କରିଥିଲେ ବୈକୁଣ୍ଠ ପ୍ରଧାନ I କିନ୍ତୁ ରାଜ୍ୟପାଳଙ୍କ ଭବନ ପକ୍ଷରୁ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବାରୁ ପୁରୀ ସମୁଦ୍ରକୂଳ ଥାନାରେ ଅଭିଯୋଗ କରିଛନ୍ତି ବୈକୁଣ୍ଠଙ୍କ ପତ୍ନୀ । କିନ୍ତୁ ତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି I

ପୋଲିସ ଆନ୍ଦୋଳନକାରୀ ଏକାଧିକ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି । ସେହିପରି ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନ୍ୟାୟ ଦିଅନ୍ତୁ ବୋଲି ଦାବି କରିଛି ବିଜେଡି । ପ୍ରତାପ ଦେବ କହିଛନ୍ତି, ମୁଖ୍ୟମନ୍ତ୍ରୀ ନିଜେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ମନ୍ତ୍ରୀ । କିନ୍ତୁ ୭ ତାରିଖରୁ ବର୍ତ୍ତମାନ ପର୍ୟ୍ୟନ୍ତ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ନେଇନି । କାରଣ କଣ ରହସ୍ୟ କଣ ବିଜେଡି ଏ ନେଇ ପ୍ରଶ୍ନ କରିଛନ୍ତି । ଏଥିସହ ସେ କହିଛନ୍ତି ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ । କାହିଁକି ଏ ଘଟଣାରେ କାର୍ଯ୍ୟନୁଷ୍ଠାନ ନିଆଯାଉନି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କଠୁ ସରକାରୀ କର୍ମଚାରୀ ସଂଘ ଏବଂ ରାଜ୍ୟବାସୀ ନ୍ୟାୟ ଅପେକ୍ଷା କରିଛନ୍ତି ।

ଅନ୍ୟପଟେ ଗତକାଲି ଏ ସଂକ୍ରାନ୍ତରେ ସମ୍ପୃକ୍ତ ଏଏସ୍‌‌ଓଙ୍କ ଅଭିଯୋଗ ପରେ ରାଜ୍ୟ ସଚିବାଳୟ ସେବା ସଂଘ ଘଟଣାରେ ହସ୍ତକ୍ଷେପ କରିଛି। ସଂଘ ପକ୍ଷରୁ ଅନୁଷ୍ଠିତ ଏକ ଜରୁରୀ ବୈଠକରେ ଘଟଣାର ନିନ୍ଦା କରାଯାଇଥିଲା। ଏହା ସହ ପୁଲିସ ଅଭିଯୋଗର ପଞ୍ଜୀକରଣ କରୁ ନ ଥିବାରୁ ସଂଘ ଉଦ୍‌‌ବେଗ ପ୍ରକାଶ କରିଥିଲା। ଏସମ୍ପର୍କରେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସଂଘ ପକ୍ଷରୁ ମଧ୍ୟ ଅଭିଯୋଗପତ୍ରକୁ ସଂଲଗ୍ନ କରାଯାଇ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି।