ରାଜପଥରେ ଓଲଟିଲା ଯାତ୍ରୀବାହୀ ବସ୍‌

ଖୋର୍ଦ୍ଧା,୧୫ା୬(ପ୍ରଭାତ ପାଣିଗ୍ରାହୀ): ୧୬ନଂ ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ଡ୍ରାଇଭର ଭାରସାମ୍ୟ ହରାଇ ବସ୍‌ଟିକୁ ଡିଭାଇଡରରେ ପିଟି ଦେବାରୁ ଏହା ଓଲଟି ପଡ଼ିଥିଲା। ଫଳରେ ୭ ଜଣ ଗୁରୁତର ହୋଇଛନ୍ତି। ୧୫ରୁ ଊଦ୍ଧର୍‌ବ ଆହତ ହୋଇଛନ୍ତି। ଶିଳ୍ପାଞ୍ଚଳ ଥାନା ୧୬ନଂ ଜାତୀୟ ରାଜପଥ ପିତାପଲ୍ଲୀ ଛକ ଜୋରଶଙ୍ଖ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆଜି ଅପରାହ୍ନ ୨ଟାରେ ଏହି ଦୁର୍ଘଟଣା ଘଟିଛି। ଶିଳ୍ପାଞ୍ଚଳ ପୋଲିସ, ଖୋର୍ଦ୍ଧା ଅଗ୍ନିଶମ କର୍ମଚାରୀ ପହଞ୍ଚି ଆହତଙ୍କୁ ଉଦ୍ଧାର […] The post ରାଜପଥରେ ଓଲଟିଲା ଯାତ୍ରୀବାହୀ ବସ୍‌ appeared first on Dharitri Odia News.

ରାଜପଥରେ ଓଲଟିଲା ଯାତ୍ରୀବାହୀ ବସ୍‌

ଖୋର୍ଦ୍ଧା,୧୫ା୬(ପ୍ରଭାତ ପାଣିଗ୍ରାହୀ): ୧୬ନଂ ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ଡ୍ରାଇଭର ଭାରସାମ୍ୟ ହରାଇ ବସ୍‌ଟିକୁ ଡିଭାଇଡରରେ ପିଟି ଦେବାରୁ ଏହା ଓଲଟି ପଡ଼ିଥିଲା। ଫଳରେ ୭ ଜଣ ଗୁରୁତର ହୋଇଛନ୍ତି। ୧୫ରୁ ଊଦ୍ଧର୍‌ବ ଆହତ ହୋଇଛନ୍ତି।

ଶିଳ୍ପାଞ୍ଚଳ ଥାନା ୧୬ନଂ ଜାତୀୟ ରାଜପଥ ପିତାପଲ୍ଲୀ ଛକ ଜୋରଶଙ୍ଖ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆଜି ଅପରାହ୍ନ ୨ଟାରେ ଏହି ଦୁର୍ଘଟଣା ଘଟିଛି। ଶିଳ୍ପାଞ୍ଚଳ ପୋଲିସ, ଖୋର୍ଦ୍ଧା ଅଗ୍ନିଶମ କର୍ମଚାରୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ମେଡିକାଲରେ ଭର୍ତ୍ତି କରିଛନ୍ତି।

ଭୁବନେଶ୍ବରରୁ ଅପରାହ୍ନ ପ୍ରାୟ ଗୋଟାଏ ବେଳେ ନୀଳକଣ୍ଠ ନାମକ ବସ୍‌ ଗଞ୍ଜାମ ଜିଲା ପୋଲସରା ଅଭିମୁଖେ ବାହାରିଥିଲା। ବସ୍‌ରେ ୪୦ ଯାତ୍ରୀ ଥିଲେ। ବସ୍‌ ସମ୍ମୁଖ ଭାଗ ଡାହାଣ ପାଶର୍‌ବ ଭାଙ୍ଗି ରୁଜି ଚୂରମାର ହୋଇଯାଇଛି। ପୋଲିସ, ଅଗ୍ନିଶମ କର୍ମଚାରୀ, ସ୍ଥାନୀୟ ଲୋକେ ଲୋକଙ୍କୁ ବାହାର କରିଥିଲେ।

The post ରାଜପଥରେ ଓଲଟିଲା ଯାତ୍ରୀବାହୀ ବସ୍‌ appeared first on Dharitri Odia News.