ଲୋକ ସଭା ନିର୍ବାଚନରେ ୧,୭୩୭ କୋଟି ବ୍ୟୟ କରିଛି ଭାଜପା
ନୂଆଦିଲ୍ଲୀ,୧।୨: ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପା ୧,୭୩୭.୬୮ କୋଟି ଟଙ୍କା ବ୍ୟୟ କରିଛି। ନିର୍ବାଚନ କମିଶନଙ୍କ ନିକଟରେ ଶାସକ ଦଳ ଦାଖଲ କରିଥିବା ବ୍ୟୟ ରିପୋର୍ଟରୁ ଏହା ଜଣାପଡ଼ିଛି। ଦଳର ପ୍ରଚାରରେ ମୋଟାମୋଟି ୮୮୪.୪୫ କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ ପ୍ରାର୍ଥୀମାନଙ୍କୁ ନିର୍ବାଚନ ଖର୍ଚ୍ଚ ବାବଦରେ ୮୫୩.୨୩ କୋଟି ଟଙ୍କା ଦିଆଯାଇଥିଲା। ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ ବିଜ୍ଞାପନ, ଏସ୍ଏମ୍ଏସ୍ କ୍ୟାମ୍ପେନ୍, କେବୁଲ, ଓ୍ବେବ୍ସାଇଟ୍ ଏବଂ ଟିଭି ଚ୍ୟାନେଲରେ ପ୍ରଚାରଧର୍ମୀ ବିଷୟବସ୍ତୁର ପ୍ରସାରଣ ଲାଗି ୬୧୧.୫୦ […] The post ଲୋକ ସଭା ନିର୍ବାଚନରେ ୧,୭୩୭ କୋଟି ବ୍ୟୟ କରିଛି ଭାଜପା appeared first on Dharitri Odia News.
ନୂଆଦିଲ୍ଲୀ,୧।୨: ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପା ୧,୭୩୭.୬୮ କୋଟି ଟଙ୍କା ବ୍ୟୟ କରିଛି। ନିର୍ବାଚନ କମିଶନଙ୍କ ନିକଟରେ ଶାସକ ଦଳ ଦାଖଲ କରିଥିବା ବ୍ୟୟ ରିପୋର୍ଟରୁ ଏହା ଜଣାପଡ଼ିଛି। ଦଳର ପ୍ରଚାରରେ ମୋଟାମୋଟି ୮୮୪.୪୫ କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ ପ୍ରାର୍ଥୀମାନଙ୍କୁ ନିର୍ବାଚନ ଖର୍ଚ୍ଚ ବାବଦରେ ୮୫୩.୨୩ କୋଟି ଟଙ୍କା ଦିଆଯାଇଥିଲା। ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ ବିଜ୍ଞାପନ, ଏସ୍ଏମ୍ଏସ୍ କ୍ୟାମ୍ପେନ୍, କେବୁଲ, ଓ୍ବେବ୍ସାଇଟ୍ ଏବଂ ଟିଭି ଚ୍ୟାନେଲରେ ପ୍ରଚାରଧର୍ମୀ ବିଷୟବସ୍ତୁର ପ୍ରସାରଣ ଲାଗି ୬୧୧.୫୦ କୋଟି, ପୋଷ୍ଟର, ବ୍ୟାନର, ହୋର୍ଡିଂ, ପତାକା ଆଦି ପ୍ରଚାର ସାମଗ୍ରୀ ବାବଦରେ ୫୫.୭୫ କୋଟି ଟଙ୍କା ଏବଂ ସଭା, ଶୋଭାଯାତ୍ରା, ରାଲି ଆୟୋଜନ, ବ୍ୟାରିକେଡ୍, ଯାନ ଆଦି ବାବଦରେ ୧୯.୮୪ କୋଟି ଟଙ୍କା ବ୍ୟୟ ହୋଇଥିଲା। ତାରକା ପ୍ରଚାରକମାନଙ୍କ ଗସ୍ତରେ ୧୬୮.୯୨ କୋଟି ଓ ଅନ୍ୟ ନେତାମାନଙ୍କ ଗସ୍ତ ବାବଦରେ ୨.୫୩ କୋଟି ବ୍ୟୟ ହୋଇଥିଲା ବୋଲି ରିପୋର୍ଟରୁ ଜଣାପଡ଼ିଛି।
The post ଲୋକ ସଭା ନିର୍ବାଚନରେ ୧,୭୩୭ କୋଟି ବ୍ୟୟ କରିଛି ଭାଜପା appeared first on Dharitri Odia News.