ସଂଖ୍ୟା ଗରିଷ୍ଠତା ଥାଇ ବି ଆସ୍ଥା ଭୋଟ୍‌ ଲୋଡ଼ିଲେ କେଜ୍‌ରିଓ୍ବାଲ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୬।: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବିଧାନସଭାରେ ତାଙ୍କ ସରକାରର ଶକ୍ତି ପ୍ରଦର୍ଶନ ପାଇଁ ଶୁକ୍ରବାର ଆସ୍ଥାଭୋଟ ଲୋଡ଼ିଛନ୍ତି। ଶନିବାର ଏହା ଉପରେ ଆଲୋଚନା ହେବ। ତେବେ ବିରୋଧୀ ଦଳ ପକ୍ଷରୁ କୌଣସି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଥାଏ। ଏମିତିରେ ସରକାର ବିଧାନସଭା ନଚେତ ପାର୍ଲାମେଣ୍ଟରେ ଅନାସ୍ଥା ଭୋଟ୍‌ର ସମ୍ମୁଖୀନ ହୁଅନ୍ତି। ହେଲେ କେଜ୍‌ରିଓ୍ବାଲ ନିଜଆଡୁ ହିଁ ଆସ୍ଥା ଭୋଟ୍‌ର ସମ୍ମୁଖୀନ ହେବେ ବୋଲି ପ୍ରସ୍ତାବ ଆଣିବା ପରେ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଛି। […] The post ସଂଖ୍ୟା ଗରିଷ୍ଠତା ଥାଇ ବି ଆସ୍ଥା ଭୋଟ୍‌ ଲୋଡ଼ିଲେ କେଜ୍‌ରିଓ୍ବାଲ, ଜାଣନ୍ତୁ କାରଣ… appeared first on Dharitri Odia News.

ସଂଖ୍ୟା ଗରିଷ୍ଠତା ଥାଇ ବି ଆସ୍ଥା ଭୋଟ୍‌ ଲୋଡ଼ିଲେ କେଜ୍‌ରିଓ୍ବାଲ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୬।: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବିଧାନସଭାରେ ତାଙ୍କ ସରକାରର ଶକ୍ତି ପ୍ରଦର୍ଶନ ପାଇଁ ଶୁକ୍ରବାର ଆସ୍ଥାଭୋଟ ଲୋଡ଼ିଛନ୍ତି। ଶନିବାର ଏହା ଉପରେ ଆଲୋଚନା ହେବ। ତେବେ ବିରୋଧୀ ଦଳ ପକ୍ଷରୁ କୌଣସି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଥାଏ। ଏମିତିରେ ସରକାର ବିଧାନସଭା ନଚେତ ପାର୍ଲାମେଣ୍ଟରେ ଅନାସ୍ଥା ଭୋଟ୍‌ର ସମ୍ମୁଖୀନ ହୁଅନ୍ତି। ହେଲେ କେଜ୍‌ରିଓ୍ବାଲ ନିଜଆଡୁ ହିଁ ଆସ୍ଥା ଭୋଟ୍‌ର ସମ୍ମୁଖୀନ ହେବେ ବୋଲି ପ୍ରସ୍ତାବ ଆଣିବା ପରେ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଛି।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ସମ୍ପୃକ୍ତି ନେଇ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଷଷ୍ଠ ଥର ପାଇଁ ସମନ ଜାରି କରିଥିବାବେଳେ ତାଙ୍କୁ ଗିରଫ କରାଯାଇପାରେ ବୋଲି କଳ୍ପନାଜଳ୍ପନା ସୃଷ୍ଟି ହୋଇଛି। ଏଭଳି ସମୟରେ କେଜ୍‌ରିଓ୍ବାଲ ଆସ୍ଥା ଲୋଡ଼ିବା ସମ୍ପର୍କରେ କହିଛନ୍ତି ଯେ ଭାଜପା ଦିଲ୍ଲୀ ସରକାରଙ୍କୁ ଭାଙ୍ଗିବାକୁ ଚାହୁଁଛି। କାରଣ ସେମାନେ ଭଲଭାବେ ଜାଣନ୍ତି ଯେ ଦିଲ୍ଲୀରେ ସେମାନେ କେବେ ବି ନିର୍ବାଚନ ଜିତି ପାରିବେ ନାହିଁ। ସେ ଏଏପିର କୌଣସି ବିଧାୟକ ଦଳରୁ ଅଲଗା ହୋଇ ନ ଥିବା ସେ ଲୋକଙ୍କୁ ଦେଖାଇବାକୁ ଚାହୁଁଛନ୍ତି।

କହିରଖୁଛୁ, ଦିଲ୍ଲୀ ବିଧାନସଭାରେ ମୋଟ ଆସନ ସଂଖ୍ୟା ହେଉଛି ୭୦। ଏଥିମଧ୍ୟରୁ ଏଏପି ପାଖରେ ୬୨ଜଣ ବିଧାୟକ ଥିଲେ ହେଁ କେଜ୍‌ରିଓ୍ବାଲ ଆସ୍ଥା ପ୍ରସ୍ତାବ ଆଗତ କରିଛନ୍ତି।

The post ସଂଖ୍ୟା ଗରିଷ୍ଠତା ଥାଇ ବି ଆସ୍ଥା ଭୋଟ୍‌ ଲୋଡ଼ିଲେ କେଜ୍‌ରିଓ୍ବାଲ, ଜାଣନ୍ତୁ କାରଣ… appeared first on Dharitri Odia News.