ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ ନିଜର ବ୍ୟକ୍ତିଗତ ଜୀବନକୁ ଲାଇମ୍‌ଲାଇଟ୍‌ରୁ ଦୂରେଇ ରଖୁଥିବାରୁ କିଏ ସେହି ଯୁବକ ତାହା ସ୍ପଷ୍ଟ ହୋଇପାରୁ ନ ଥିଲା। ହେଲେ ଏବେ ଅଭିନେତ୍ରୀଙ୍କ ପୂର୍ବତନ ସ୍ବାମୀ ରଣବୀର ଶୋରେ ସବୁକିଛି ସ୍ପଷ୍ଟ କରିଛନ୍ତି। ସମ୍ପୂର୍ଣ୍ଣ ଘଟଣାକ୍ରମ କିଛି ଏଭଳି। ରଣବୀରଙ୍କୁ ଜଣେ ଟ୍ରୋଲର ଟ୍ରୋଲ କରିବାକୁ ଟୁଇଟ୍‌ କରିଥିଲେ। ଏଥିରେ […] The post ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା appeared first on Dharitri Odia News.

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ ନିଜର ବ୍ୟକ୍ତିଗତ ଜୀବନକୁ ଲାଇମ୍‌ଲାଇଟ୍‌ରୁ ଦୂରେଇ ରଖୁଥିବାରୁ କିଏ ସେହି ଯୁବକ ତାହା ସ୍ପଷ୍ଟ ହୋଇପାରୁ ନ ଥିଲା। ହେଲେ ଏବେ ଅଭିନେତ୍ରୀଙ୍କ ପୂର୍ବତନ ସ୍ବାମୀ ରଣବୀର ଶୋରେ ସବୁକିଛି ସ୍ପଷ୍ଟ କରିଛନ୍ତି।

ସମ୍ପୂର୍ଣ୍ଣ ଘଟଣାକ୍ରମ କିଛି ଏଭଳି। ରଣବୀରଙ୍କୁ ଜଣେ ଟ୍ରୋଲର ଟ୍ରୋଲ କରିବାକୁ ଟୁଇଟ୍‌ କରିଥିଲେ। ଏଥିରେ ଲେଖାଥିଲା ଯେ କୋଙ୍କଣା ମୋଦି ଭକ୍ତ ରଣବୀରଙ୍କୁ ଛାଡ଼ି ଭଲ କରିଛନ୍ତି। ଅମୋଲ ପାରାଶରଙ୍କୁ ଡେଟ୍‌ କରିବା ତାଙ୍କ ଜୀବନର ସବୁଠାରୁ ବଡ଼ ପଦକ୍ଷେପ। ଏହାର ଜବାବ ଦେଇ ରଣବୀର କହିଛନ୍ତି ଯେ ସେ ବି ଏହି କଥାରେ ସହମତ ଯେ କୋଙ୍କଣା ତାଙ୍କୁ ଛାଡ଼ି ଠିକ୍‌ କରିଛନ୍ତି। ଏହାପରଠାରୁ ଅମୋଲ କିଏ ସେନେଇ କୋଙ୍କଣାଙ୍କ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି। କହିବାକୁ ଚାହିଁବୁ ଅମୋଲ ମଧ୍ୟ ଜଣେ କଳାକାର।

The post ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା appeared first on Dharitri Odia News.