ଆଉ ନାହାନ୍ତି ଲୋକପ୍ରିୟ ଅଭିନେତା Song Jae Rim
ସିଓଲ: କୋରିଆନ୍ ଡ୍ରାମା ପ୍ରଶଂସକଙ୍କ ଲାଗି ଦୁଃଖଦ ଖବର। ୩୯ ବର୍ଷ ବୟସରେ ଦକ୍ଷିଣ କୋରିଆର ଜଣାଶୁଣା ଅଭିନେତା ସଙ୍ଗ ଜେ ରିମଙ୍କ ମୃତ୍ୟୁ ଘଟିଛି। ୨୦୧୨ରେ ଆସିଥିବା ଡ୍ରାମା ‘ଦ ମୁନ୍ ଏମ୍ବରେସିଙ୍ଗ ଦ ସନ’ରେ ସେ ନଜର ଆସିଥିଲେ। ଏଯାବତ ଅଭିନେତାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନ ଥିବା ବେଳେ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି। ଗଣମାଧ୍ୟମ ମୁତାବକ, ସଙ୍ଗ ଜେ ରିମ୍ଙ୍କ ମୃତଦେହକୁ ସିଓଲର ସୋଙ୍ଗଡୋଙ୍ଗସ୍ଥିତ ତାଙ୍କ ଆପାର୍ଟମେଣ୍ଟରୁ ଉଦ୍ଧାର କରାଯାଇଛି। […] The post ଆଉ ନାହାନ୍ତି ଲୋକପ୍ରିୟ ଅଭିନେତା Song Jae Rim appeared first on Dharitri Odia News.
ସିଓଲ: କୋରିଆନ୍ ଡ୍ରାମା ପ୍ରଶଂସକଙ୍କ ଲାଗି ଦୁଃଖଦ ଖବର। ୩୯ ବର୍ଷ ବୟସରେ ଦକ୍ଷିଣ କୋରିଆର ଜଣାଶୁଣା ଅଭିନେତା ସଙ୍ଗ ଜେ ରିମଙ୍କ ମୃତ୍ୟୁ ଘଟିଛି। ୨୦୧୨ରେ ଆସିଥିବା ଡ୍ରାମା ‘ଦ ମୁନ୍ ଏମ୍ବରେସିଙ୍ଗ ଦ ସନ’ରେ ସେ ନଜର ଆସିଥିଲେ। ଏଯାବତ ଅଭିନେତାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନ ଥିବା ବେଳେ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି।
ଗଣମାଧ୍ୟମ ମୁତାବକ, ସଙ୍ଗ ଜେ ରିମ୍ଙ୍କ ମୃତଦେହକୁ ସିଓଲର ସୋଙ୍ଗଡୋଙ୍ଗସ୍ଥିତ ତାଙ୍କ ଆପାର୍ଟମେଣ୍ଟରୁ ଉଦ୍ଧାର କରାଯାଇଛି। ଏବେ ପୋଲିସ ମାମଲାର ଯାଞ୍ଚ କରୁଥିବା ବେଳେ ତାକୁ ଘରୁ ଦୁଇ ପୃଷ୍ଠାର ଚିଠି ମିଳିଛି। ଏଣୁ ଅଭିନେତାଙ୍କ ମୃତ୍ୟୁ ଆତ୍ମହତ୍ୟା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଅପରପକ୍ଷେ ତାଙ୍କ ପରିବାର କିମ୍ବା ପୋଲିସ ପକ୍ଷରୁ ଅଧିକ ସୂଚନା ଦିଆଯାଇନାହିଁ। ‘କ୍ୱିନ ହୁ’ ଷ୍ଟାରଙ୍କ ମୃତ୍ୟୁକୁ ନେଇ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଅନ୍ତିମ ସତ୍କାର ନଭେମ୍ବର ୧୪ରେ କରାଯିବ ବୋଲି ଜଣାପଡ଼ିଛି।
ଜେ ରିମ୍ ଜଣେ ମଡେଲ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୯ରେ ‘ଆକ୍ଟ୍ରେସେସ୍’ରୁ ସେ ଅଭିନୟ ଆରମ୍ଭ କରିଥିଲେ। ୨୦୧୨ରେ ‘ଦ ମୁନ୍ ଏମ୍ବରେସିଙ୍ଗ ଦ ସନ’ରେ ଜଣେ ବଡିଗାର୍ଡ଼ ଭାବେ ସେ ଅଭିନୟ କରିଥିଲେ। ଏହାକୁ ବେଶ ପସନ୍ଦ କରାଯାଇଥିଲା। ଏହାଛଡ଼ା ୨୦୧୩ରେ ‘ଟୁ ଓ୍ବିକ୍ସ’ରେ ସେ ଚମତ୍କାର କାମ କରି ଲୋକପ୍ରିୟତା ହାସଲ କରିଥିଲେ। ‘ଅନ୍କାଇଣ୍ଡ ଲେଡିଜ୍, ସିକ୍ରେଟ୍ ମଦର୍ସ, ଆଇ ଓ୍ବାନା ହିଅର୍ ୟୁଓର ସଙ୍ଗ, କ୍ୟାଫେ ମିନାମଡାଙ୍ଗ ଭଳି ଶୋ’ରେ ତାଙ୍କୁ ଦେଖାଯାଇଛି।
The post ଆଉ ନାହାନ୍ତି ଲୋକପ୍ରିୟ ଅଭିନେତା Song Jae Rim appeared first on Dharitri Odia News.