‘ଯଦି ସଲମାନ ବଞ୍ଚିବାକୁ ଚାହୁଁଛନ୍ତି, ତେବେ…’ ପୁଣି ଲରେନ୍ସ ବିଷ୍ଣୋଇଙ୍କ ନାଁରେ ଆସିଲା ଧମକ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନ ପୁଣିଥରେ ଲରେନ୍ସ ବିଷ୍ଣୋଇଙ୍କ ନାମରେ ଏକ ଧମକ ପାଇଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ ଯେ ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ସେଲ ଲରେନ୍ସଙ୍କ ନାମରେ ଏକ ଧମକପୂର୍ଣ୍ଣ ବାର୍ତ୍ତା ପାଇଛି। ପୋଲିସ ଆହୁରି ମଧ୍ୟ କହିଛି ଯେ ଟ୍ରାଫିକ ନିୟନ୍ତ୍ରଣ ପ୍ରକୋଷ୍ଠକୁ ପଠାଯାଇଥିବା ବାର୍ତ୍ତାରେ କୁହାଯାଇଛି ଯେ, ଲରେନ୍ସ ବିଷ୍ଣୋଇଙ୍କ ଭାଇ କହୁଛନ୍ତି ଯଦି ସଲମାନ ଖାନ ଜୀବିତ ରହିବାକୁ ଚାହାଁନ୍ତି ତେବେ ସେ ଆମ ମନ୍ଦିରକୁ ଯାଇ କ୍ଷମା […] The post ‘ଯଦି ସଲମାନ ବଞ୍ଚିବାକୁ ଚାହୁଁଛନ୍ତି, ତେବେ…’ ପୁଣି ଲରେନ୍ସ ବିଷ୍ଣୋଇଙ୍କ ନାଁରେ ଆସିଲା ଧମକ appeared first on Dharitri Odia News.

‘ଯଦି ସଲମାନ ବଞ୍ଚିବାକୁ ଚାହୁଁଛନ୍ତି, ତେବେ…’ ପୁଣି ଲରେନ୍ସ ବିଷ୍ଣୋଇଙ୍କ ନାଁରେ ଆସିଲା ଧମକ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନ ପୁଣିଥରେ ଲରେନ୍ସ ବିଷ୍ଣୋଇଙ୍କ ନାମରେ ଏକ ଧମକ ପାଇଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ ଯେ ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ସେଲ ଲରେନ୍ସଙ୍କ ନାମରେ ଏକ ଧମକପୂର୍ଣ୍ଣ ବାର୍ତ୍ତା ପାଇଛି। ପୋଲିସ ଆହୁରି ମଧ୍ୟ କହିଛି ଯେ ଟ୍ରାଫିକ ନିୟନ୍ତ୍ରଣ ପ୍ରକୋଷ୍ଠକୁ ପଠାଯାଇଥିବା ବାର୍ତ୍ତାରେ କୁହାଯାଇଛି ଯେ, ଲରେନ୍ସ ବିଷ୍ଣୋଇଙ୍କ ଭାଇ କହୁଛନ୍ତି ଯଦି ସଲମାନ ଖାନ ଜୀବିତ ରହିବାକୁ ଚାହାଁନ୍ତି ତେବେ ସେ ଆମ ମନ୍ଦିରକୁ ଯାଇ କ୍ଷମା ମାଗନ୍ତୁ କିମ୍ବା ୫ କୋଟି ଟଙ୍କା ଦିଅନ୍ତୁ। ଯଦି ସେ ଏଭଳି କରୁନାହାନ୍ତି, ତାହେଲେ ତାଙ୍କୁ ହତ୍ୟା କରିବୁ, ଆମର ଗ୍ୟାଙ୍ଗ ଆଜି ବି ସକ୍ରିୟ ଅଛନ୍ତି।

ପୋଲିସ କହିଛି ଯେ ଗତକାଲି (ସୋମବାର) ଏହି ଧମକପୂର୍ଣ୍ଣ ବାର୍ତ୍ତା ବିଷୟରେ ସେମାନେ ଜାଣିବାକୁ ପାଇଥିଲେ। ଏହି ଧମକ ଦେଇଥିବା ବ୍ୟକ୍ତିଙ୍କୁ ପୋଲିସ ବର୍ତ୍ତମାନ ଖୋଜୁଛି। କିଛି ଦିନ ପୂର୍ବରୁ ସଲମାନ ଖାନଙ୍କୁ ମଧ୍ୟ ମୃତ୍ୟୁ ଧମକ ମିଳିଥିଲା। ଏହି ମାମଲାରେ ପୋଲିସ ନୋଏଡାରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା।

The post ‘ଯଦି ସଲମାନ ବଞ୍ଚିବାକୁ ଚାହୁଁଛନ୍ତି, ତେବେ…’ ପୁଣି ଲରେନ୍ସ ବିଷ୍ଣୋଇଙ୍କ ନାଁରେ ଆସିଲା ଧମକ appeared first on Dharitri Odia News.