ଏସ୍ଡିଏମ୍ଙ୍କୁ ଶକ୍ତ ଚାପୁଡା ମାରିଲେ ଚାଷୀ, ତଳେ ପଡିଯିବା ପରେ…ଦେଖନ୍ତୁ ଭିଡିଓ
ଲକ୍ଷ୍ନୌ,୨୩।୬: ଉତ୍ତରପ୍ରଦେଶର ଫିରୋଜାବାଦ୍ରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ଗାଁରେ ପ୍ରଶାସନ ଟିମ୍ ଏବଂ ଗ୍ରାମବାସୀଙ୍କ ମଧ୍ୟରେ କିଛି ବାଦବିବାଦ ଚାଲଥିଲାି। ଏହି ସମୟରେ ଜଣେ କୃଷକ ଏସଡିଏମ ସାହେବଙ୍କୁ ଜୋରରେ ଚାପୁଡ଼ା ମାରିଥିଲେ। ତାଙ୍କୁ ଚାପୁଡ଼ା ମାରିବା ମାତ୍ରେ ଏସଡିଏମ ସାହେବ ତଳେ ପଡ଼ିଯାଇଥିଲେ। ଏହା ଦେଖି ପ୍ରଶାସନର ଲୋକମାନେ କୃଷକ ଏବଂ ଅଧିକାରୀଙ୍କୁ ଅଲଗା କରିଥିଲେ। ଏହା ପରେ ପୋଲିସ ଚାଷୀଙ୍କୁ ନିଜ କାରରେ ନେଇଥିଲା। ସୋସିଆଲ ମିଡିଆରେ ଏହାର ଭିଡିଓ […] The post ଏସ୍ଡିଏମ୍ଙ୍କୁ ଶକ୍ତ ଚାପୁଡା ମାରିଲେ ଚାଷୀ, ତଳେ ପଡିଯିବା ପରେ…ଦେଖନ୍ତୁ ଭିଡିଓ appeared first on Dharitri Odia News.
ଲକ୍ଷ୍ନୌ,୨୩।୬: ଉତ୍ତରପ୍ରଦେଶର ଫିରୋଜାବାଦ୍ରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ଗାଁରେ ପ୍ରଶାସନ ଟିମ୍ ଏବଂ ଗ୍ରାମବାସୀଙ୍କ ମଧ୍ୟରେ କିଛି ବାଦବିବାଦ ଚାଲଥିଲାି। ଏହି ସମୟରେ ଜଣେ କୃଷକ ଏସଡିଏମ ସାହେବଙ୍କୁ ଜୋରରେ ଚାପୁଡ଼ା ମାରିଥିଲେ। ତାଙ୍କୁ ଚାପୁଡ଼ା ମାରିବା ମାତ୍ରେ ଏସଡିଏମ ସାହେବ ତଳେ ପଡ଼ିଯାଇଥିଲେ। ଏହା ଦେଖି ପ୍ରଶାସନର ଲୋକମାନେ କୃଷକ ଏବଂ ଅଧିକାରୀଙ୍କୁ ଅଲଗା କରିଥିଲେ। ଏହା ପରେ ପୋଲିସ ଚାଷୀଙ୍କୁ ନିଜ କାରରେ ନେଇଥିଲା। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ୍ ହେଉଛି।
ଫିରୋଜାବାଦର ଜସରାନା ତହସିଲ ଅଞ୍ଚଳର ନାଗଲା ତୁର୍ସି ଗ୍ରାମରେ ଜମି ବିବାଦର ସମାଧାନ ପାଇଁ ଏସଡିଏମ ସାହେବ ନିଜ ଟିମ୍ ସହ ପହଞ୍ଚିଥିଲେ। କିଛି ପ୍ରସଙ୍ଗରେ ବିବାଦ ଦେଖାଦେଇଥିଲା। ଏସଡିଏମ ସାହେବ ଚାଷୀଙ୍କ ଉପରେ ହାତ ଉଠାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଚାଷୀ ରାଗିଯାଇ ଏସ୍ଡିଏମ୍ଙ୍କୁ ଜୋରରେ ଚାପୁଡ଼ା ମାରିଥିଲେ। କୃଷକଙ୍କ ଚାପୁଡା ଏସ୍ଡିଏମ୍ଙ୍କ ଉପରେ ଏତେ ଭାରି ଥିଲା ଯେ ସେ ଠିଆ ହେବା ସମୟରେ ତଳେ ପଡ଼ିଯାଇଥିଲେ।
ଘଟଣାସ୍ଥଳରେ ଉପସ୍ଥିତ କେହି ଜଣେ ତାଙ୍କ ଫୋନରେ ଏହି ଚାପୁଡ଼ା ଭିଡିଓ ରେକର୍ଡ କରିଥିଲେ। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
The farmer slapped SDM saab twice: Viral video from Firozabad!!
pic.twitter.com/wTh4cXCYAC— Ghar Ke Kalesh (@gharkekalesh) June 23, 2024
The post ଏସ୍ଡିଏମ୍ଙ୍କୁ ଶକ୍ତ ଚାପୁଡା ମାରିଲେ ଚାଷୀ, ତଳେ ପଡିଯିବା ପରେ…ଦେଖନ୍ତୁ ଭିଡିଓ appeared first on Dharitri Odia News.