ବିଏମ୍‌ଏଫ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୨୪ା୬: ବନ୍ଧନ ମ୍ୟୁଚୁଆଲ ଫଣ୍ଡ୍‌ (ବିଏମ୍‌ଏଫ୍‌) ର ନୂତନ ଉତ୍ପାଦ ‘ବନ୍ଧନ ନିଫ୍ଟି ଟୋଟାଲ ମାର୍କେଟ ଇଣ୍ଡେକ୍ସ ଫଣ୍ଡ୍‌’କୁ ନିକଟରେ ଶୁଭାରମ୍ଭ କରାଯାଇଛି। ଏହା ଏକ ଓପନ୍‌-ଏଣ୍ଡେଡ୍‌ ଇଣ୍ଡେକ୍ସ ସ୍କିମ୍‌ ହୋଇଥିଲାବେଳେ ନିଫ୍ଟି ଟୋଟାଲ ମାର୍କେଟ ଇଣ୍ଡେକ୍ସକୁ ମଧ୍ୟ ଟ୍ରାକ୍‌ କରୁଥାଏ। ବନ୍ଧନ ଏଏମ୍‌ସିର ସିଇଓ ବିଶାଲ କପୁର କହିଛନ୍ତି, ଟୋଟାଲ ମାର୍କେଟ ଫଣ୍ଡ୍‌ ବିଷୟବସ୍ତୁ ଏହାର ସରଳତା ଓ ବ୍ୟାପକ କଭରେଜ ପାଇଁ ଅନ୍ତର୍ଜାତୀୟସ୍ତରରେ ଲୋକପ୍ରିୟତା ହାସଲ କରିଥିବାବେଳେ ବିଶ୍ୱର କିଛି ସର୍ବବୃହତ୍‌ ଇଟିଏଫ୍‌ ବର୍ତ୍ତମାନ […] The post ବିଏମ୍‌ଏଫ୍‌ର ନୂତନ ଉତ୍ପାଦ appeared first on Dharitri Odia News.

ବିଏମ୍‌ଏଫ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୨୪ା୬: ବନ୍ଧନ ମ୍ୟୁଚୁଆଲ ଫଣ୍ଡ୍‌ (ବିଏମ୍‌ଏଫ୍‌) ର ନୂତନ ଉତ୍ପାଦ ‘ବନ୍ଧନ ନିଫ୍ଟି ଟୋଟାଲ ମାର୍କେଟ ଇଣ୍ଡେକ୍ସ ଫଣ୍ଡ୍‌’କୁ ନିକଟରେ ଶୁଭାରମ୍ଭ କରାଯାଇଛି। ଏହା ଏକ ଓପନ୍‌-ଏଣ୍ଡେଡ୍‌ ଇଣ୍ଡେକ୍ସ ସ୍କିମ୍‌ ହୋଇଥିଲାବେଳେ ନିଫ୍ଟି ଟୋଟାଲ ମାର୍କେଟ ଇଣ୍ଡେକ୍ସକୁ ମଧ୍ୟ ଟ୍ରାକ୍‌ କରୁଥାଏ। ବନ୍ଧନ ଏଏମ୍‌ସିର ସିଇଓ ବିଶାଲ କପୁର କହିଛନ୍ତି, ଟୋଟାଲ ମାର୍କେଟ ଫଣ୍ଡ୍‌ ବିଷୟବସ୍ତୁ ଏହାର ସରଳତା ଓ ବ୍ୟାପକ କଭରେଜ ପାଇଁ ଅନ୍ତର୍ଜାତୀୟସ୍ତରରେ ଲୋକପ୍ରିୟତା ହାସଲ କରିଥିବାବେଳେ ବିଶ୍ୱର କିଛି ସର୍ବବୃହତ୍‌ ଇଟିଏଫ୍‌ ବର୍ତ୍ତମାନ ଟୋଟାଲ ମାର୍କେଟ ଫଣ୍ଡ୍‌ ଅଟନ୍ତି। ୨୦୨୪ ଜୁନ୍‌ ୨୪ରେ ଏହି ନୂଆ ଫଣ୍ଡ୍‌ ଅଫର୍‌ (ଏନ୍‌ଏଫ୍‌ଓ) ଖୋଲିବାକୁ ଥିବାବେଳେ ୨୦୨୪ ଜୁଲାଇ ୫ରେ ବନ୍ଦ ହେବ। ବନ୍ଧନ ନିଫ୍ଟି ଟୋଟାଲ ମାର୍କେଟ ଇଣ୍ଡେକ୍ସ ଫଣ୍ଡରେ ଲାଇସେନ୍ସପ୍ରାପ୍ତ ମ୍ୟୁଚୁଆଲ ଫଣ୍ଡ ବିତରଣକାରୀ ଓ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ ମାଧ୍ୟମରେ ଏବଂ ସିଧାସଳଖ ଏହି ଫଣ୍ଡରେ ନିବେଶ କରିପାରିବେ।

The post ବିଏମ୍‌ଏଫ୍‌ର ନୂତନ ଉତ୍ପାଦ appeared first on Dharitri Odia News.