୨ ନିର୍ବାଚନ କମିଶନର ପଦବୀ ପାଇଁ ୫ ନାମ

ନୂଆଦିଲ୍ଲୀ,୧୩ା୩: ଲୋକ ସଭା ନିର୍ବାଚନ ପୂର୍ବରୁ ଖାଲି ପଡ଼ିଥିବା ୨ ନିର୍ବାଚନ କମିଶନର (ଇସି) ପଦବୀ ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜୋରଦାର ଉଦ୍ୟମ ଚାଲିଛି। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘଓ୍ବାଲଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ଅନୁଷ୍ଠିତ ବୈଠକରେ ୫ ଜଣ ପ୍ରାର୍ଥୀଙ୍କ ନାମ ଚୟନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁବାର ହେବାକୁ ଥିବା ଚୟନ କମିଟି ବୈଠକରେ ଏହି ୫ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ବଛାଯିବ। କମିଟିର ସୁପାରିସ ଅନୁସାରେ […] The post ୨ ନିର୍ବାଚନ କମିଶନର ପଦବୀ ପାଇଁ ୫ ନାମ appeared first on Dharitri Odia News.

୨ ନିର୍ବାଚନ କମିଶନର ପଦବୀ ପାଇଁ ୫ ନାମ

ନୂଆଦିଲ୍ଲୀ,୧୩ା୩: ଲୋକ ସଭା ନିର୍ବାଚନ ପୂର୍ବରୁ ଖାଲି ପଡ଼ିଥିବା ୨ ନିର୍ବାଚନ କମିଶନର (ଇସି) ପଦବୀ ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜୋରଦାର ଉଦ୍ୟମ ଚାଲିଛି। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘଓ୍ବାଲଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ଅନୁଷ୍ଠିତ ବୈଠକରେ ୫ ଜଣ ପ୍ରାର୍ଥୀଙ୍କ ନାମ ଚୟନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁବାର ହେବାକୁ ଥିବା ଚୟନ କମିଟି ବୈଠକରେ ଏହି ୫ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ବଛାଯିବ। କମିଟିର ସୁପାରିସ ଅନୁସାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ ଜଣଙ୍କୁ ନୂଆ ଇସି ରୂପେ ନିଯୁକ୍ତି ଦେବେ। ଏହି ନିଯୁକ୍ତି ନୂଆ ଆଇନ ଅନୁସାରେ କରାଯିବ। ତେବେ ପ୍ରଧାନମନ୍ତ୍ରୀ, ତାଙ୍କ ଦ୍ୱାରା ବଛାଯାଇଥିବା ଜଣେ କେନ୍ଦ୍ରମନ୍ତ୍ରୀ ଏବଂ ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ ସିଲେକ୍ସନ ପ୍ୟାନେଲ ପ୍ରସ୍ତାବିତ ୫ ଜଣଙ୍କୁ ବାଦ୍‌ ଦେଇ ଅନ୍ୟ କାହାକୁ ମଧ୍ୟ ଇସି ଭାବେ ନିଯୁକ୍ତ କରିପାରିବେ। ପ୍ରକାଶ ଯେ, ଇସି ଅନୁପ କୁମାର ଗତ ଫେବୃୟାରୀ ୧୪ରେ ଅବସର ନେଇଥିବାବେଳେ ଅରୁଣ ଗୋଏଲ ମାର୍ଚ୍ଚ ୮ରେ ପଦରୁ ଇସ୍ତଫା ଦେଇଥିଲେ। ଲୋକ ସଭା ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକିମ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ତାରିଖ ଘୋଷଣା କରାଯାଇପାରେ। ଏଭଳି ସ୍ଥଳେ କେବଳ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାରଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଛାଡ଼ି ଦିଆଯାଇ ନ ପାରେ।
ନିଯୁକ୍ତି କମିଟିରୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ ବାଦ୍‌ ଦିଆଯାଇଥିବାରୁ ଏହି ପ୍ରକ୍ରିୟାକୁ ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ପକ୍ଷରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଜଷ୍ଟିସ୍‌ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଶୁକ୍ରବାର ଏଡିଆର୍‌ ଆବେଦନର ଶୁଣାଣି କରିବେ।

The post ୨ ନିର୍ବାଚନ କମିଶନର ପଦବୀ ପାଇଁ ୫ ନାମ appeared first on Dharitri Odia News.