ମା’ ତୁଇ ମୋର୍ ସାହା ଭରସା...ଆମ ଦୁଇ ଜଣଙ୍କୁ ଏକ କରିଦେ ମା’...
ମା’ ମୁଁ ବହୁତ ଭରସାରେ ତୋତେ ଚିଠି ଲେଖୁଛି... ମୁଁ ଶୁଣିଛି ତୁ ସମସ୍ତଙ୍କ ମନସ୍କାମନା ପୂରା କରୁ... ମୋର ବି କରିଦେ ମା’... ତୁତ ଜାଣିଛୁ ମୁଁ କାହ୍ନାକୁ କେତେ ଭଲ ପାଉଛି...ମୋ ଉପରେ ଏତିକି କୃପା କର, ଆମ ଦୁଇ ଜଣଙ୍କୁ ସବୁଦିନ ପାଇଁ ଏକ କରିଦେ...
କାହ୍ନାଙ୍କ ପାଇଁ ସମଲେଶ୍ୱରଙ୍କୁ ଚିଠି। ନିଜ ପ୍ରେମିକଙ୍କୁ ପାଇବାକୁ ମାଆ ସମଲେଶ୍ୱରୀଙ୍କୁ ଚିଠି ଲେଖାଯାଇଛି। ଗତକାଲି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ହୁଣ୍ଡି ଖୋଲା ଯାଇଥିଲା। ଆଉ ସେଥିରେ ଏମିତି କିଛି ଚିଠି ବାହାରିଛି। ନାଲୀ ରଙ୍ଗରେ ଲେଖାଯାଇଥିବା ଏହି ଚିଠିକୁ କେହି ଯୁବତୀ ଲେଖିଥିବା ଅନୁମାନ କରାଯାଉଛି। ସେ ନିଜ ପ୍ରେମିକ କାହ୍ନାଙ୍କୁ ପାଇବାକୁ ନିବେଦନ ଜଣାଇଛନ୍ତି।
ଚିଠିରେ ଯୁବତୀ ଜଣଙ୍କ ଲେଖିଛନ୍ତି କି, ‘ ମା’ ମୁଁ ବହୁତ ଭରସାରେ ତୋତେ ଚିଠି ଲେଖୁଛି... ମୁଁ ଶୁଣିଛି ତୁ ସମସ୍ତଙ୍କ ମନସ୍କାମନା ପୂରା କରୁ... ମୋର ବି କରିଦେ ମା’... ତୁତ ଜାଣିଛୁ ମୁଁ କାହ୍ନାକୁ କେତେ ଭଲ ପାଉଛି...ମୋ ଉପରେ ଏତିକି କୃପା କର, ଆମ ଦୁଇ ଜଣଙ୍କୁ ସବୁଦିନ ପାଇଁ ଏକ କରିଦେ... ଆମ ଦୁଇ ଜଣଙ୍କ ବାହାଘର କରେଇ ଦେ ବୋଲି ଚିଠିରେ ଲେଖାଯାଇଛି। ତେବେ ଏହା ପ୍ରଥମ ଚିଠି ନୁହେଁ ଏହା ପୂର୍ବରୁ ମଧ୍ୟ ମା’ ସମଲେଶ୍ୱରୀଙ୍କ ହୁଣ୍ଡିରୁ ଏମିତି ଚିଠି ବାହାରିଛି ।