ଆଜି ବି ତାଣ୍ଡବ ରଚିବ କାଳବୈଶାଖୀ: ଏହି ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୪ା୫: ରାଜ୍ୟରେ ଜାରି ରହିଛି କାଳବୈଶାଖୀ । ଆସନ୍ତା ୬ ତାରିଖ ଯାଏ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା ରହିଛି। ରବିବାର ମଧ୍ୟ ବିଭିନ୍ନ ଜିଲାକୁ କାଳବୈଶାଖୀ ଭୟ ରହିଥିବା ବେଳେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ମାଲକାନଗିରି, କୋରାପୁଟ, ରାୟଗଡା, ସୁନ୍ଦରଗଡ ଓ ଗଜପତି ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏପରି କି ସୋମବାର ସକାଳ ସାଢେ ୮ଟା ଯାଏ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ଏପରିକି ଶନିବାର […] The post ଆଜି ବି ତାଣ୍ଡବ ରଚିବ କାଳବୈଶାଖୀ: ଏହି ୮ ଜିଲାକୁ ୟେଲୋ ଓ୍ବାର୍ନିଂ appeared first on Dharitri Odia News.

ଆଜି ବି ତାଣ୍ଡବ ରଚିବ କାଳବୈଶାଖୀ: ଏହି ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୪ା୫: ରାଜ୍ୟରେ ଜାରି ରହିଛି କାଳବୈଶାଖୀ । ଆସନ୍ତା ୬ ତାରିଖ ଯାଏ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା ରହିଛି। ରବିବାର ମଧ୍ୟ ବିଭିନ୍ନ ଜିଲାକୁ କାଳବୈଶାଖୀ ଭୟ ରହିଥିବା ବେଳେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ମାଲକାନଗିରି, କୋରାପୁଟ, ରାୟଗଡା, ସୁନ୍ଦରଗଡ ଓ ଗଜପତି ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏପରି କି ସୋମବାର ସକାଳ ସାଢେ ୮ଟା ଯାଏ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ।

ଏପରିକି ଶନିବାର ରାଜ୍ୟର ପ୍ରାୟ ୨୫ ଜିଲାରେ କାଳବୈଶାଖୀ ତାଣ୍ଡବ ରଚିଥିଲା। ପଶ୍ଚିମ ଓଡ଼ିଶାରେ ଘଣ୍ଟାପ୍ରତି ୩୦ରୁ ୫୦ କି.ମି. ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଥିଲା। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୬୦ କି.ମି. ଥିବାବେଳେ ଉପକୂଳବର୍ତ୍ତୀ ଓଡ଼ିଶାରେ ପବନର ବେଗ ୩୦ରୁ ୮୦ କି.ମି. ମଧ୍ୟରେ ରହିଥିଲା।

ଟ୍ବିନସିଟି କଟକ ଓ ଭୁବନେଶ୍ୱରରେ ମଧ୍ୟ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଥିଲା। ଭୁବନେଶ୍ୱରରେ ୭୪ କି.ମି. ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଥିଲା। ଫଳରେ ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଥିଲା। ଅନେକ ସ୍ଥାନରେ ଗଛ ଡାଳ ଭାଙ୍ଗି ରାସ୍ତା ଅବରୋଧ ହୋଇଥିଲା। ଓଭରବ୍ରିଜ ତଳେ ଲୋକ ଆଶ୍ରୟ ନେଇଥିବାବେଳେ ବର୍ଷାଜଳ ଲହଡ଼ି ଭାଙ୍ଗୁଥିଲା।

The post ଆଜି ବି ତାଣ୍ଡବ ରଚିବ କାଳବୈଶାଖୀ: ଏହି ୮ ଜିଲାକୁ ୟେଲୋ ଓ୍ବାର୍ନିଂ appeared first on Dharitri Odia News.