ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା: ୫ ବିଧାୟକଙ୍କ କଟିଲା ଟିକେଟ୍
ଭୁବନେଶ୍ୱର,୨୦।୪: ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଲିକାରେ ୪ ନୂଆ ମୁହଁ ଥିବା ବେଳେ ୪ ମହିଳା ଅଛନ୍ତି। କିନ୍ତୁ ବହୁ ବରିଷ୍ଠ ଓ ହେଭିଓ୍ବେଟଙ୍କ ଟିକେଟ୍ କଟିଛି। ତେବେ ୫ଜଣ ବିଧାୟକଙ୍କ ଟିକେଟ କାଟିଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେସବୁ ସ୍ଥାନରେ ନୂଆ ମୁହଁକୁ ମଇଦାନକୁ ଓହ୍ଲାଇଛନ୍ତିି। ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀଙ୍କ ସମେତ, […] The post ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା: ୫ ବିଧାୟକଙ୍କ କଟିଲା ଟିକେଟ୍ appeared first on Dharitri Odia News.
ଭୁବନେଶ୍ୱର,୨୦।୪: ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଲିକାରେ ୪ ନୂଆ ମୁହଁ ଥିବା ବେଳେ ୪ ମହିଳା ଅଛନ୍ତି। କିନ୍ତୁ ବହୁ ବରିଷ୍ଠ ଓ ହେଭିଓ୍ବେଟଙ୍କ ଟିକେଟ୍ କଟିଛି। ତେବେ ୫ଜଣ ବିଧାୟକଙ୍କ ଟିକେଟ କାଟିଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେସବୁ ସ୍ଥାନରେ ନୂଆ ମୁହଁକୁ ମଇଦାନକୁ ଓହ୍ଲାଇଛନ୍ତିି।
ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀଙ୍କ ସମେତ, ସିମୁଳିଆ ବିଧାୟକ ଜ୍ୟୋତି ପାଣିଗ୍ରାହୀ ଓ ବଡଚଣାର ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ କଟିଛି । ଏଥିସହ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରାଙ୍କୁ ଚଳିତ ନିର୍ବାଚନରେ ଟିକେଟ ମିଳି ନ ଥିବା ବେଳେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତଙ୍କୁ ବି ଟିକେଟ ଦେଇନି ଦଳ ।
ଏହି ସବୁ ଆସନରେ ବିଜେଡି ନୂଆ ଚେହେରାଙ୍କୁ ସୁଯୋଗ ଦେଇଛି । ଆଜି ଘୋଷଣା କରିଥିବା ପ୍ରାର୍ଥୀ ତାଲିକା ଅନୁସାରେ ସବୁଠାରୁ ବଡ ଟାଣୁଆ ନେତା ଅମର ଶତପଥୀଙ୍କ ଟିକେଟ କାଟି ସେଠାରୁ ବର୍ଷାଙ୍କୁ ପ୍ରାର୍ଥୀ କରିଛି ଦଳ। ସେହିପରି ଚିଲିକାରୁ ରଘୁନାଥ ସାହୁ, ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, ସାରସକଣାରୁ ଦେବାଶିଷ ମାରାଣ୍ଡି, କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମ, ସିମୁଳିଆରୁ ସୁବାସିନୀ ସାହୁ ଓ ରେମୁଣାରୁ ବିଦୁସ୍ମିତା ମହାଳିକଙ୍କୁ ମଇଦାନକୁ ଓହ୍ଲାଇଛି ଦଳ।
The post ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା: ୫ ବିଧାୟକଙ୍କ କଟିଲା ଟିକେଟ୍ appeared first on Dharitri Odia News.