ସଭରକର ଗୋମାଂସ ଖାଉଥିଲେ

ବେଙ୍ଗାଲୁରୁ,୪ା୧୦: ହିନ୍ଦୁ ଜାତୀୟତାବାଦୀ ରାଜନେତା ବିନାୟକ ଦାମୋଦର ସଭରକର ମାଂସ ଖାଉଥିଲେ। ସେ ଗୋହତ୍ୟାକୁ ବିରୋଧ କରୁ ନ ଥିଲେ ବୋଲି କର୍ନାଟକ ସ୍ବାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ ଅଭିଯୋଗ କରିବା ପରେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ବେଙ୍ଗାଲୁରୁରେ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ରାଓ କହିଥିଲେ, ସଭରକର କେବଳ ମାଂସ ଖାଉ ନ ଥିଲେ, ସେ ଗୋମାଂସ ମଧ୍ୟ ଖାଉଥିଲେ ଏବଂ ସର୍ବସାଧାରଣରେ ଏହି ପ୍ରଥାର ପ୍ରସାର […] The post ସଭରକର ଗୋମାଂସ ଖାଉଥିଲେ appeared first on Dharitri Odia News.

ସଭରକର ଗୋମାଂସ ଖାଉଥିଲେ

ବେଙ୍ଗାଲୁରୁ,୪ା୧୦: ହିନ୍ଦୁ ଜାତୀୟତାବାଦୀ ରାଜନେତା ବିନାୟକ ଦାମୋଦର ସଭରକର ମାଂସ ଖାଉଥିଲେ। ସେ ଗୋହତ୍ୟାକୁ ବିରୋଧ କରୁ ନ ଥିଲେ ବୋଲି କର୍ନାଟକ ସ୍ବାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ ଅଭିଯୋଗ କରିବା ପରେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ବେଙ୍ଗାଲୁରୁରେ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ରାଓ କହିଥିଲେ, ସଭରକର କେବଳ ମାଂସ ଖାଉ ନ ଥିଲେ, ସେ ଗୋମାଂସ ମଧ୍ୟ ଖାଉଥିଲେ ଏବଂ ସର୍ବସାଧାରଣରେ ଏହି ପ୍ରଥାର ପ୍ରସାର କରାଉଥିଲେ। ସଭରକର ବ୍ରାହ୍ମଣ ହୋଇଥିଲେ ମଧ୍ୟ ସେ ପାରମ୍ପରିକ ଖାଦ୍ୟପେୟ କଟକଣା ମାନୁ ନ ଥିଲେ। ସେ ଜଣେ ଆଧୁନିକବାଦୀ ଥିଲେ ବୋଲି ରାଓ କହିଛନ୍ତି।
କର୍ନାଟକ ମନ୍ତ୍ରୀଙ୍କ ଏଭଳି ବିବାଦୀୟ ମନ୍ତବ୍ୟକୁ ନେଇ ଭାଜପା କଂଗ୍ରେସକୁ ନିନ୍ଦା କରିଛି। ମନ୍ତ୍ରୀଙ୍କର ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ବୋଲି ଭାଜପା ସାଧାରଣ ସମ୍ପାଦକ ତରୁଣ ଚୁଗ୍‌ କହିଛନ୍ତି।

The post ସଭରକର ଗୋମାଂସ ଖାଉଥିଲେ appeared first on Dharitri Odia News.