ଧକ୍କାଦେଲା ଟ୍ରକ୍‌: ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌

ଜଳେଶ୍ୱର,୧୩।୭(ନବୀନ ସାହୁ): ଜଳେଶ୍ୱର ଥାନା ଚଳନ୍ତି ରାଜପଥ ନିକଟରେ ଗୀତାଞ୍ଜଳୀ ନାମକ ଘୋରେଇ ବସ୍‌ ବାରିପଦା ଯିବା ସମୟରେ ଏକ ଟ୍ରକ ପଛପଟୁ ଧକ୍କା ଦେବାରୁ ବସ୍‌ଟି ଓଲଟି ପଡ଼ିଥିଲା। ଫଳରେ ସ୍ଥାନୀୟ ଲୋକ ଉଦ୍ଧାର କରି ଜିକେ ଭଟ୍ଟର ହସ୍ପିଟାଲକୁ ନେଇଥିଲେ । ସୂଚନା ଅନୁସାରେ, ଗୀତାଞ୍ଜଳି ନାମକ ଘୋରୋଇ ବସ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ନେଇ ଭୋଗରାଇରୁ ଭାୟା ଜଳେଶ୍ୱର ହୋଇ ବାରିପଦା ଯିବା ସମୟରେ ରବିବାର ସକାଳ ସମୟରେ ଜଳେଶ୍ୱର ଥାନା ଚଳନ୍ତି […] The post ଧକ୍କାଦେଲା ଟ୍ରକ୍‌: ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌ appeared first on Dharitri Odia News.

ଧକ୍କାଦେଲା ଟ୍ରକ୍‌: ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌

ଜଳେଶ୍ୱର,୧୩।୭(ନବୀନ ସାହୁ): ଜଳେଶ୍ୱର ଥାନା ଚଳନ୍ତି ରାଜପଥ ନିକଟରେ ଗୀତାଞ୍ଜଳୀ ନାମକ ଘୋରେଇ ବସ୍‌ ବାରିପଦା ଯିବା ସମୟରେ ଏକ ଟ୍ରକ ପଛପଟୁ ଧକ୍କା ଦେବାରୁ ବସ୍‌ଟି ଓଲଟି ପଡ଼ିଥିଲା। ଫଳରେ ସ୍ଥାନୀୟ ଲୋକ ଉଦ୍ଧାର କରି ଜିକେ ଭଟ୍ଟର ହସ୍ପିଟାଲକୁ ନେଇଥିଲେ ।
ସୂଚନା ଅନୁସାରେ, ଗୀତାଞ୍ଜଳି ନାମକ ଘୋରୋଇ ବସ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ନେଇ ଭୋଗରାଇରୁ ଭାୟା ଜଳେଶ୍ୱର ହୋଇ ବାରିପଦା ଯିବା ସମୟରେ ରବିବାର ସକାଳ ସମୟରେ ଜଳେଶ୍ୱର ଥାନା ଚଳନ୍ତି ବାଇପାସ ନିରଞ୍ଜନ ଢ଼ାବା ନିକଟରେ ଉକ୍ତ ବସ୍‌ ରୋଡ ପାରି ହେବା ବେଳେ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା । ଧକ୍କା ଦେଇ ଟ୍ରକଟି ଚମ୍ପଟ ମାରିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଲୋକଙ୍କୁ ଉଦ୍ଧାର କରି ଜିକେ ଭଟ୍ଟର ହସ୍ପିଟାଲକୁ ନେଇଥିଲେ। ହସ୍ପିଟାଲରେ ୩୫ ପାଖାପାଖି ଯାତ୍ରୀ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏବଂ ୬ ଯାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରଯାଇଛି।

The post ଧକ୍କାଦେଲା ଟ୍ରକ୍‌: ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌ appeared first on Dharitri Odia News.