ମୁମ୍ଵାଇରେ ଖାଇକୁ ଖସିଲା ବସ୍ ; ୫ ମୃତ, ୪୨ ଆହତ

ମୁମ୍ଵାଇ ୧୬।୦୭; ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ଭୟଙ୍କର ଦୁର୍ଘଟଣା ।  ଏକ ବସ୍ ଟ୍ରାକ୍ଟର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହା ପରେ ବସ୍ ଖାଇକୁ ଖସିପଡିଥିଲା। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୪୨ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ମୁମ୍ବାଇ ଏକ୍ସପ୍ରେସୱେ ନିକଟ ଏମଜିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନାଭି ମୁମ୍ବାଇ ପୋଲିସର ଡିସିପି ପଙ୍କଜ କହିଛନ୍ତି ଯେ ସମସ୍ତ ଭକ୍ତ ଏହି ବସ୍‌ରେ ଯାତ୍ରା କରୁଥିଲେ। Four killed, several injured as bus falls into ditch on Mumbai express highwayRead @ANI Story https://t.co/VyqNqLdQ17#Mumbaiexpresshighway #Accident pic.twitter.com/PgTfGa4ja6— ANI Digital (@ani_digital) July 15, 2024ଏହି ଦୁର୍ଘଟଣା ସମ୍ପର୍କରେ ନାଭି ମୁମ୍ବାଇ ଡିସିପି କହିଛନ୍ତି, ଏକାଦଶୀ ଅବସରରେ ଲୋକମାନେ ଏକ ଘରୋଇ ବସ୍‌ରେ ପନ୍ଦରପୁର ଯାଉଥିଲେ। ବସ୍ ଏକ ଟ୍ରାକ୍ଟର ସହିତ ଧକ୍କା ହୋଇଥିଲା । ଯାହା ଫଳରେ ନିୟନ୍ତ୍ରଣ ହରାଇ ଏକ ଖାଇରେ ପଡ଼ିଯାଇଥିଲା। ଯେଉଁଥିରେ ୪୨ ଜଣ ଆହତ ହୋଇଛନ୍ତି, ଯେଉଁମାନେ ଏମଜିଏମ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ୩ ଜଣ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତରମାନେ ନିଶ୍ଚିତ କରିଛନ୍ତି। '

ମୁମ୍ଵାଇରେ ଖାଇକୁ ଖସିଲା ବସ୍ ; ୫ ମୃତ, ୪୨ ଆହତ

ମୁମ୍ଵାଇ ୧୬।୦୭; ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ଭୟଙ୍କର ଦୁର୍ଘଟଣା ।  ଏକ ବସ୍ ଟ୍ରାକ୍ଟର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହା ପରେ ବସ୍ ଖାଇକୁ ଖସିପଡିଥିଲା। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୪୨ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ମୁମ୍ବାଇ ଏକ୍ସପ୍ରେସୱେ ନିକଟ ଏମଜିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନାଭି ମୁମ୍ବାଇ ପୋଲିସର ଡିସିପି ପଙ୍କଜ କହିଛନ୍ତି ଯେ ସମସ୍ତ ଭକ୍ତ ଏହି ବସ୍‌ରେ ଯାତ୍ରା କରୁଥିଲେ। 


ଏହି ଦୁର୍ଘଟଣା ସମ୍ପର୍କରେ ନାଭି ମୁମ୍ବାଇ ଡିସିପି କହିଛନ୍ତି, ଏକାଦଶୀ ଅବସରରେ ଲୋକମାନେ ଏକ ଘରୋଇ ବସ୍‌ରେ ପନ୍ଦରପୁର ଯାଉଥିଲେ। ବସ୍ ଏକ ଟ୍ରାକ୍ଟର ସହିତ ଧକ୍କା ହୋଇଥିଲା । ଯାହା ଫଳରେ ନିୟନ୍ତ୍ରଣ ହରାଇ ଏକ ଖାରେ ପଡ଼ିଯାଇଥିଲା। ଯେଉଁଥିରେ ୪୨ ଜଣ ଆହତ ହୋଇଛନ୍ତି, ଯେଉଁମାନେ ଏମଜିଏମ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ  ଜଣ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।  ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତରମାନେ ନିଶ୍ଚିତ କରିଛନ୍ତି। '