୩ ପରାଜୟ ପରେ ବିଜୟର ସ୍ଵାଦ ଚାଖିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀକୁ ୨୯ ରନରେ ଦେଲା ମାତ୍
ମୁମ୍ବାଇ: ଲଗାତାର ୩ ପରାଜୟ ପରେ ଶେଷରେ ବିଜୟର ସ୍ଵାଦ ଚାଖିଲା ମୁମ୍ବାଇ ଇଣ୍ଡିଆନ୍ସ। ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଓ୍ଵାଙ୍ଖେଡେରେ ଖେଳା ଯାଇଥିବା ଆଇପିଏଲ୍ର ୨୦ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ୨୯ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଛି। ମୁମ୍ବାଇ ଦ୍ଵାରା ଧାର୍ଯ୍ୟ ୨୩୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ ୮ ଓ୍ଵିକେଟ୍ ହରାଇ ୨୦୫ ରନ କରି ପାରିଛି। ପୃଥ୍ଵୀ ଶ ୬୬ ରନ ଓ ଟ୍ରିଷ୍ଟନ ଟବ୍ସଙ୍କ ବିସ୍ଫୋରକ ଅପରାଜିତ ୭୧ ରନ ବି ଦିଲ୍ଲୀକୁ ପରାଜୟରୁ ବଞ୍ଚାଇ ପାରିନି। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ୫ ଓ୍ଵିକେଟ୍ ହରାଇ ୨୩୪ ରନ କରିଥିଲେ। ଦଳ ପକ୍ଷରୁ ରୋହିତ ଶର୍ମା ୪୯ ରନ, ଇଶାନ କିଶନ ୪୨ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୩୯ ରନ କରିଥିବା ବେଳେ ଟିମ୍ ଡେଭିଡ ବିସ୍ଫୋରକ ୩୫ ରନ ଓ ରୋମାରିଓ ସେଫାର୍ଡ ଧୂଆଁଧାର ୩୯ ରନ କରିଥିଲେ। ମୁମ୍ବାଇ ପ୍ରଥମ ବିଜୟ ସହ ପଏଣ୍ଟ ଖାତା ଖୋଲି ଥିବା ବେଳେ ଦିଲ୍ଲୀ ପଞ୍ଚମ ମ୍ୟାଚ୍ରୁ ୪ ପରାଜୟ ଭୋଗିଛି। Also read: IPS ଅଫିସରଙ୍କ ପୁଅ; ୨୦୨୪ IPLରେ କରୁଛନ୍ତି ଧମାଲ୍, ଜାଣନ୍ତୁ କିଏ ଏହି ଖେଳାଳୀ ?୨୩୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦିଲ୍ଲୀକୁ ୨୨ ରନ ସ୍କୋରରେ ବଡ଼ ଝଟକା ଲାଗିଥିଲା। ଓ୍ଵାର୍ଣ୍ଣର(୧୦ ରନ) ପାଭିଲିୟନ ଫେରିଥିଲେ। ପୃଥ୍ଵୀ ଶ ଆକ୍ରମଣାତ୍ମକ ବ୍ୟାଟିଂ କରି ଇନିଂସ ସମ୍ଭାଳିଥିଲେ। ଅଭିଷେକ ପୋରେଲଙ୍କ ସହ
ମୁମ୍ବାଇ: ଲଗାତାର ୩ ପରାଜୟ ପରେ ଶେଷରେ ବିଜୟର ସ୍ଵାଦ ଚାଖିଲା ମୁମ୍ବାଇ ଇଣ୍ଡିଆନ୍ସ। ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଓ୍ଵାଙ୍ଖେଡେରେ ଖେଳା ଯାଇଥିବା ଆଇପିଏଲ୍ର ୨୦ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ୨୯ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଛି। ମୁମ୍ବାଇ ଦ୍ଵାରା ଧାର୍ଯ୍ୟ ୨୩୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ ୮ ଓ୍ଵିକେଟ୍ ହରାଇ ୨୦୫ ରନ କରି ପାରିଛି। ପୃଥ୍ଵୀ ଶ ୬୬ ରନ ଓ ଟ୍ରିଷ୍ଟନ ଟବ୍ସଙ୍କ ବିସ୍ଫୋରକ ଅପରାଜିତ ୭୧ ରନ ବି ଦିଲ୍ଲୀକୁ ପରାଜୟରୁ ବଞ୍ଚାଇ ପାରିନି। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ୫ ଓ୍ଵିକେଟ୍ ହରାଇ ୨୩୪ ରନ କରିଥିଲେ। ଦଳ ପକ୍ଷରୁ ରୋହିତ ଶର୍ମା ୪୯ ରନ, ଇଶାନ କିଶନ ୪୨ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୩୯ ରନ କରିଥିବା ବେଳେ ଟିମ୍ ଡେଭିଡ ବିସ୍ଫୋରକ ୩୫ ରନ ଓ ରୋମାରିଓ ସେଫାର୍ଡ ଧୂଆଁଧାର ୩୯ ରନ କରିଥିଲେ। ମୁମ୍ବାଇ ପ୍ରଥମ ବିଜୟ ସହ ପଏଣ୍ଟ ଖାତା ଖୋଲି ଥିବା ବେଳେ ଦିଲ୍ଲୀ ପଞ୍ଚମ ମ୍ୟାଚ୍ରୁ ୪ ପରାଜୟ ଭୋଗିଛି।
Also read: IPS ଅଫିସରଙ୍କ ପୁଅ; ୨୦୨୪ IPLରେ କରୁଛନ୍ତି ଧମାଲ୍, ଜାଣନ୍ତୁ କିଏ ଏହି ଖେଳାଳୀ ?
୨୩୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦିଲ୍ଲୀକୁ ୨୨ ରନ ସ୍କୋରରେ ବଡ଼ ଝଟକା ଲାଗିଥିଲା। ଓ୍ଵାର୍ଣ୍ଣର(୧୦ ରନ) ପାଭିଲିୟନ ଫେରିଥିଲେ। ପୃଥ୍ଵୀ ଶ ଆକ୍ରମଣାତ୍ମକ ବ୍ୟାଟିଂ କରି ଇନିଂସ ସମ୍ଭାଳିଥିଲେ। ଅଭିଷେକ ପୋରେଲଙ୍କ ସହ ମିଶି ୨ୟ ଓ୍ଵିକେଟ୍ରେ ୮୮ ରନ ଯୋଡ଼ିଥିଲେ। ୧୧୦ ରନ ସ୍କୋରରେ ଶ ୪୦ ବଲ୍ରୁ ୮ ଚୌକା ଓ ୩ ଛକା ସହ ୬୬ ରନ କରି ପାଭିଲିୟନ ଫେରିଥିଲେ। ଅଭିଷେକ ପୋରେଲ ୪୧ ରନର ଇନିଂସ ଖେଳିଥିଲେ। ନିମ୍ନ କ୍ରମରେ ଟ୍ରିଷ୍ଟନ ଟବ୍ସ ବିସ୍ଫୋରକ ବ୍ୟାଟିଂ କରିଥିବା ବେଳେ ଅନ୍ୟପଟେ ଦିଲ୍ଲୀ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ମୁମ୍ବାଇ ବୋଲର ମାପଚୁପ ବୋଲିଂ କରି ମ୍ୟାଚ୍କୁ ନିୟନ୍ତ୍ରଣରେ ରଖିଥିଲେ। ଋଷଭ ପନ୍ତ(୧), ଅକ୍ଷର ପଟେଲ(୫), ଲଳିତ ଯାଦବ(୩) ଆଉଟ୍ ହୋଇଥିଲେ। ଷ୍ଟବ୍ସ ଧୂଆଁଧାର ବ୍ୟାଟିଂ କରି ମାତ୍ର ୨୫ ବଲ୍ରୁ ୩ ଛକା ଓ ୭ ଚୌକା ସହ ୭୧ ରନର ଅପରାଜିତ ଇନିଂସ ଖେଳିଥିଲେ। ତାଙ୍କ ବ୍ୟାଟିଂ ବଳରେ ଦିଲ୍ଲୀ ୮ ଓ୍ଵିକେଟ୍ ହରାଇ ୨୦୫ ରନ କରି ପାରିଥିଲା।
ବୋଲିଂରେ ମୁମ୍ବାଇ ପକ୍ଷରୁ ଗେରାଲ୍ଡ କୋଏତଜି ୩୪ ରନ ଦେଇ ୪ ଓ୍ଵିକେଟ୍ ଅକ୍ତିକାର କରିଥିଲେ। ଯଶପ୍ରୀତ ବୁମରା ୨୨ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ। ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ରୋହିତ ଶର୍ମା ଓ ଇଶାନ କିଶନ ବିସ୍ଫୋରକ ଆରମ୍ଭ ଦେଇଥିଲେ। ୭ ଓଭରରେ ଦୁଇ ବ୍ୟାଟର ୮୦ ରନ ଯୋଡ଼ିଥିଲେ। ରୋହିତ ଶର୍ମା ୨୭ ବଲରୁ ୬ ଚୌକା ଓ ୩ ଛକା ସହ ୪୯ ରନ କରିଥିଲେ। ଚଳିତ ସଂସ୍କରଣରେ ପ୍ରଥମ ମ୍ୟାଚ୍ ଖେଳିଥିବା ସୂର୍ଯ୍ୟକୁମାର ଯାଦବ ଖାତା ଖୋଲି ପାରି ନ ଥିଲେ। ଇଶାନ କିଶନ ୨୩ ବଲ୍ରୁ ୪ ଚୌକା ଓ ୨ ଛକା ସହ ୪୨ ରନ କରିଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟକ୍ରମରେ ୩୯ ରନ କରିଥିଲେ। ତେବେ ଶେଷ ଆଡକୁ ଟିମ୍ ଡେଭିଡ୍ ଓ ରୋମାରିଓ ସେଫର୍ଡ ଧୂଆଁଧାର ବ୍ୟାଟିଂ କରିଥିଲେ। ଡେଭିଡ୍ ୨୧ ବଲ୍ରୁ ୨ ଚୌକା ଓ ୪ ଛକା ସହ ୪୫ ରନ ଓ ସେଫର୍ଡ ମାତ୍ର ୧୦ ବଲ୍ରୁ ୩ ଚୌକା ଓ ୪ ଛକା ସହ ୩୯ ରନର ଧୂଆଁଧାର ଇନିଂସ ଖେଳିଥିଲେ। ଫଳରେ ମୁମ୍ବାଇ ୫ ଓ୍ଵିକେଟ୍ ହରାଇ ୨୩୪ ରନର ବିଶାଳ ସ୍କୋର କରିଥିଲା।