ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଆଇରନ୍ ବୋଝେଇ ଟ୍ରକ୍, ଗାଡ଼ିରୁ ଡେଇଁପଡ଼ିଲେ ଡ୍ରାଇଭର
ତେଲକୋଇ ୧୧।୩: ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଆଇରନ୍ ବୋଝେଇ ଟ୍ରକ୍ । ଗାଡ଼ିରୁ ଡେଇଁ ବର୍ତ୍ତିଗଲେ ଡ୍ରାଇଭର । ଗାଡି ଟାୟାର ଗରମ ହୋଇଯିବାରୁ ନିଆଁ ଲାଗିଥିବା ଜଣାପଡିଛି ।ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଜଗମୋହନପୁର ଛକ ନିକଟ ବିଛା ଖଣି ଠାରେ ହୁତୁ ହୁତୁ ହୋଇ ଏକ ଆଇରନ ବୋଝେଇ ଟ୍ରକ୍ ଜଳି ଯାଇଛି । କେନ୍ଦୁଝର ପଟୁ ପାଲଲହଡ଼ା ପଟକୁ ଟ୍ରକଟି ଯାଉଥିବା ବେଳେ ହଠାତ ରାସ୍ତା ମଝିରେ ଟ୍ରକ୍ ଟି ଜଳି ଯାଇଥିଲା । ନିଆଁ ଲାଗିବା ଦେଖି ଡ୍ରାଇଭର ଗାଡିରୁ ଡେଇଁ ପଡ଼ିଥିଲେ । ଫଳରେ ସେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । କେନ୍ଦୁଝର ପଟୁ ଆସିବା ବେଳେ କାଞ୍ଜିପାଣି ଘାଟି ଓହ୍ଲାଇବା ପରେ ଗାଡ଼ିର ଟାୟାର ଗରମ ହୋଇ ନିଆଁ ଲାଗିଥିବା ଗାଡି ଡ୍ରାଇଭର ପ୍ରକାଶ କରିଛନ୍ତି । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ ଜାରି ରଖିଛି ।You Can Read:ଗତ ୧୦ବର୍ଷରେ ହାତୀ-ମଣିଷ ସଂଘର୍ଷରେ ଯାଇଛି ୧୨୦୯ ଲୋକଙ୍କ ଜୀବନ, ୮୮୮ ହାତୀଙ୍କ ମୃତ୍ୟୁ ହୋଇଛି
ତେଲକୋଇ ୧୧।୩: ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଆଇରନ୍ ବୋଝେଇ ଟ୍ରକ୍ । ଗାଡ଼ିରୁ ଡେଇଁ ବର୍ତ୍ତିଗଲେ ଡ୍ରାଇଭର । ଗାଡି ଟାୟାର ଗରମ ହୋଇଯିବାରୁ ନିଆଁ ଲାଗିଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଜଗମୋହନପୁର ଛକ ନିକଟ ବିଛା ଖଣି ଠାରେ ହୁତୁ ହୁତୁ ହୋଇ ଏକ ଆଇରନ ବୋଝେଇ ଟ୍ରକ୍ ଜଳି ଯାଇଛି । କେନ୍ଦୁଝର ପଟୁ ପାଲଲହଡ଼ା ପଟକୁ ଟ୍ରକଟି ଯାଉଥିବା ବେଳେ ହଠାତ ରାସ୍ତା ମଝିରେ ଟ୍ରକ୍ ଟି ଜଳି ଯାଇଥିଲା । ନିଆଁ ଲାଗିବା ଦେଖି ଡ୍ରାଇଭର ଗାଡିରୁ ଡେଇଁ ପଡ଼ିଥିଲେ । ଫଳରେ ସେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।
କେନ୍ଦୁଝର ପଟୁ ଆସିବା ବେଳେ କାଞ୍ଜିପାଣି ଘାଟି ଓହ୍ଲାଇବା ପରେ ଗାଡ଼ିର ଟାୟାର ଗରମ ହୋଇ ନିଆଁ ଲାଗିଥିବା ଗାଡି ଡ୍ରାଇଭର ପ୍ରକାଶ କରିଛନ୍ତି । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ ଜାରି ରଖିଛି ।
You Can Read:
ଗତ ୧୦ବର୍ଷରେ ହାତୀ-ମଣିଷ ସଂଘର୍ଷରେ ଯାଇଛି ୧୨୦୯ ଲୋକଙ୍କ ଜୀବନ, ୮୮୮ ହାତୀଙ୍କ ମୃତ୍ୟୁ ହୋଇଛି