ଭଉଣୀ ବାହାଘରରେ ଲକ୍ଷାଧିକ ଟଙ୍କା ଋଣ କରିଥିଲେ ଭାଇ, ଶୁଝିବା ପାଇଁ ଦାଦନ ସାଜି ବିଦେଶରେ ଗଲା ଜୀବନ
ଗଞ୍ଜାମ,୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ତେନ୍ତୁଳିଆପଲ୍ଲୀ ପଞ୍ଚାୟତ ବାଗଲପୁର ଗ୍ରାମର କାର୍ତ୍ତିକ ପ୍ରଧାନ ଓ ତାଙ୍କ ପୁଅ ସାଗର ପ୍ରଧାନ ଦୀର୍ଘ ୧୦ ମାସ ହେଲା ରୋଜଗାର ଆଶାରେ ଭିଟାମାଟି ଛାଡ଼ି ଦେଶ ବାହାରକୁ ଯାଇଥିଲେ। ବାପା କାର୍ତ୍ତିକ ମାଳଦ୍ୱୀପରେ ଥିବା ବେଳେ ପୁଅ ସାଗର ବେହେରିନର ନାସା କମ୍ପାନୀରେ ଦୀର୍ଘ ୧୦ ମାସ ହେଲା ମିସ୍ତ୍ରୀ ଭାବେ କାମ କରି ଆସୁଥିଲେ। ଗତ ଶନିବାର ପୁଅ ସାଗର ଘରକୁ ଫୋନ କରି […] The post ଭଉଣୀ ବାହାଘରରେ ଲକ୍ଷାଧିକ ଟଙ୍କା ଋଣ କରିଥିଲେ ଭାଇ, ଶୁଝିବା ପାଇଁ ଦାଦନ ସାଜି ବିଦେଶରେ ଗଲା ଜୀବନ appeared first on Dharitri Odia News.
ଗଞ୍ଜାମ,୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ତେନ୍ତୁଳିଆପଲ୍ଲୀ ପଞ୍ଚାୟତ ବାଗଲପୁର ଗ୍ରାମର କାର୍ତ୍ତିକ ପ୍ରଧାନ ଓ ତାଙ୍କ ପୁଅ ସାଗର ପ୍ରଧାନ ଦୀର୍ଘ ୧୦ ମାସ ହେଲା ରୋଜଗାର ଆଶାରେ ଭିଟାମାଟି ଛାଡ଼ି ଦେଶ ବାହାରକୁ ଯାଇଥିଲେ। ବାପା କାର୍ତ୍ତିକ ମାଳଦ୍ୱୀପରେ ଥିବା ବେଳେ ପୁଅ ସାଗର ବେହେରିନର ନାସା କମ୍ପାନୀରେ ଦୀର୍ଘ ୧୦ ମାସ ହେଲା ମିସ୍ତ୍ରୀ ଭାବେ କାମ କରି ଆସୁଥିଲେ। ଗତ ଶନିବାର ପୁଅ ସାଗର ଘରକୁ ଫୋନ କରି କଥା ହୋଇଥିବା ବେଳେ ରବିବାର ସାଗରଙ୍କ ମୃତ୍ୟୁ ହୋଇଥିବା ଖବର ସେଠାରେ ଥିବା ଗାଁ ପାଖର ଲୋକ ପରିବାରକୁ ଜଣାଇଥିଲେ। ଏହି ଖବର ଶୁଣିବା ପରେ ପରିବାରର ପାଦତଳୁ ମାଟି ଖସି ଯାଇଛି। ମା’ କାନ୍ଦି କାନ୍ଦି ବେହୋସ ହେଉଥିବା ବେଳେ ଏକମାତ୍ର ରୋଜଗାରିଆ ପୁଅକୁ ହରାଇବା ପରେ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି। ସାଗର ବେହେରିନ ଯିବା ପାଇଁ ୧ ଲକ୍ଷ ଟଙ୍କା ଋଣ ଆଣି ଯାଇଥିବା ବେଳେ ଭଉଣୀ ବାହାଘରରେ ଋଣ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ। ସେହି ଋଣକୁ ପରିଶୋଧ କରିବା ପାଇଁ ଭିଟାମାଟି ଛାଡ଼ିଥିଲେ ବାପା-ପୁଅ। କିନ୍ତୁ ପୁଅର ମୃତ୍ୟୁ ପରେ ପରିବାରରେ ୫ଦିନ ହେଲା ଖିଆପିଆ ନାହିଁ। ସେପଟେ ପୁଅର ମୃତଦେହ ଘରକୁ ଆଣିବା ସହ କ୍ଷତିପୂରଣ ଓ ସଠିକ୍ ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି ପରିବାର ଲୋକେ। ଖଲ୍ଲିକୋଟ ଅଞ୍ଚଳରେ ରୋଜଗାର ଆଶାରେ ଭିଟାମାଟି ଛାଡ଼ି ବହୁ ଲୋକ ବିଦେଶ ଯାଉଛନ୍ତି। କିନ୍ତୁ ଫେରିବା ବେଳକୁ କିଏ ଶବ ହେଇ ଫେରୁଛି ତ କିଏ ଦିବ୍ୟାଙ୍ଗ ହୋଇ ଫେରୁଛି। ପ୍ରଶାସନ ସାଗରଙ୍କ ମୃତଦେହ ଶୀଘ୍ର ଗ୍ରାମକୁ ଫେରାଇ ଆଣିବାକୁ ଗ୍ରାମବାସୀ ଦାବି କରିଛନ୍ତି।
The post ଭଉଣୀ ବାହାଘରରେ ଲକ୍ଷାଧିକ ଟଙ୍କା ଋଣ କରିଥିଲେ ଭାଇ, ଶୁଝିବା ପାଇଁ ଦାଦନ ସାଜି ବିଦେଶରେ ଗଲା ଜୀବନ appeared first on Dharitri Odia News.