ପୁଣି ଖଣିିରୁ ଚୋରି ବଢୁଛି
ଯାଜପୁର/କାଳିଆପାଣି(ହର୍ଷବର୍ଦ୍ଧନ ବେହେରା/ଅସିତ୍ ମହାନ୍ତ),୨୫ା୩: ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ପୁଣି କ୍ରୋମାଇଟ ମାଫିଆମାନଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ରବିବାର ଓଡ଼ିଶା ଖଣି ନିଗମର ଦକ୍ଷିଣ କାଳିଆପାଣି ଖଣିରୁ ପଶ୍ଚିମବଙ୍ଗ ପୋଲିସ ଖଣିଜ ପଦାର୍ଥ ଚୋରି କରୁଥିବା ଜଣେ ଅଭିଯୁକ୍ତଙ୍କୁ ଉଠାଇ ନେଇଥିବା ଘଟଣାରୁ ଆଶଙ୍କା କରାଯାଉଛି। ପ୍ରାୟ ଦୁଇ ମାସ ତଳେ ଲୁହାପଥର ମାନକୁ ହ୍ରାସ କରାଯାଇ ବିକ୍ରି ହେଉଥିବା ଧରାପଡ଼ିଥିଲା। ଏଥିରେ ୫୦ରୁ ଊର୍ଦ୍ଧ୍ୱ ଗାଡ଼ି ଜବତ କରାଯାଇଥିଲା ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା। […] The post ପୁଣି ଖଣିିରୁ ଚୋରି ବଢୁଛି appeared first on Dharitri Odia News.
ଯାଜପୁର/କାଳିଆପାଣି(ହର୍ଷବର୍ଦ୍ଧନ ବେହେରା/ଅସିତ୍ ମହାନ୍ତ),୨୫ା୩: ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ପୁଣି କ୍ରୋମାଇଟ ମାଫିଆମାନଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ରବିବାର ଓଡ଼ିଶା ଖଣି ନିଗମର ଦକ୍ଷିଣ କାଳିଆପାଣି ଖଣିରୁ ପଶ୍ଚିମବଙ୍ଗ ପୋଲିସ ଖଣିଜ ପଦାର୍ଥ ଚୋରି କରୁଥିବା ଜଣେ ଅଭିଯୁକ୍ତଙ୍କୁ ଉଠାଇ ନେଇଥିବା ଘଟଣାରୁ ଆଶଙ୍କା କରାଯାଉଛି। ପ୍ରାୟ ଦୁଇ ମାସ ତଳେ ଲୁହାପଥର ମାନକୁ ହ୍ରାସ କରାଯାଇ ବିକ୍ରି ହେଉଥିବା ଧରାପଡ଼ିଥିଲା। ଏଥିରେ ୫୦ରୁ ଊର୍ଦ୍ଧ୍ୱ ଗାଡ଼ି ଜବତ କରାଯାଇଥିଲା ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା। ଏହି ପ୍ରକ୍ରିୟାରେ ଖଣି କମ୍ପାନୀ, ଖଣି ବିଭାଗ, ମାନ ଧାର୍ଯ୍ୟ କରୁଥିବା ଏକ ବେସରକାରୀ ସଂସ୍ଥା ଏବଂ ପରିବହନକାରୀ କର୍ତ୍ତୃପକ୍ଷ ମିଳିମିଶି ବିପୁଳ ଅର୍ଥ ହରିଲୁଟ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା। ହେଲେ ଏହାକୁ କଳେବଳେ କୌଶଳେ ଚାପି ଦେବାକୁ ସମ୍ପୃକ୍ତ ଅଧିକାରୀମାନେ ସଫଳ ହୋଇପାରିଥିଲେ। ତେଣୁ ନିର୍ବାଚନ ସମୟ ପାଖେଇ ଆସୁଥିବାବେଳେ ଖଣି ଚୋରି ପୁଣି ଜୋର ଧରିଛି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ମିଳିଥିବା ସୂଚନା ଅନୁସାରେ ଖଣି ନିଗମର ଦକ୍ଷିଣ କାଳିଆପାଣି ଖଣିରୁ ପଶ୍ଚିମବଙ୍ଗ ଅଞ୍ଚଳର ଦୁର୍ଗାପୁର କାରଖାନାକୁ କ୍ରୋମାଇଟ ଯୋଗାଣ ହେଉଥିଲା। ପରିବହନ କରୁଥିବା ସଂସ୍ଥା ପକ୍ଷରୁ ଯେଉଁ ମାନର କ୍ରୋମାଇଟ ଲୋଡିଂ ହୋଇଥାଏ ତାହା ବହୁ ସମୟରେ ନିମ୍ନମାନର କ୍ରୋମାଇଟ୍ କାରଖାନାକୁ ପହଞ୍ଚୁ ଥିବା ଅଭିଯୋଗ ହୋଇ ଆସୁଥିଲା। ଗତ କିଛି ଦିନ ପୂର୍ବରୁ ୨ଟି ୧୪ ଚକିଆ ଟ୍ରକକୁ ପଶ୍ଚିମବଙ୍ଗ ଦୁର୍ଗାପୁର କାରଖାନାରେ ଅଟକ ରଖାଯାଇ କ୍ରୋମାଇଟ୍ର ମାନ ପରୀକ୍ଷା କରାଯାଇଥିଲା, ଯେଉଁଥିରେ ଲୋଡିଂ ହୋଇଥିବା କ୍ରୋମାଇଟ୍ ନିମ୍ନମାନର ରହିଥିବା ଜଣାପଡ଼ିଥିଲା। କ୍ରୋମାଇଟ୍ର ମାନ ପରୀକ୍ଷା ପରେ ଉଭୟ ଟ୍ରକକୁ ଜବତ କରାଯିବା ସହ ଡ୍ରାଇଭର ମିତ୍ର ସେନ ମହାନ୍ତ ଓ ଭରତ ମହାନ୍ତଙ୍କୁ ଅଟକ ରଖାଯାଇଥିଲା। ଦୁର୍ଗାପୁର କାରଖାନା କର୍ମଚାରୀଙ୍କ ଅଭିଯୋଗ କ୍ରମେ ଦୁର୍ଗାପୁର କୋକଓଭେନ ଥାନା କେସ୍ ନମ୍ବର ୬୨/୨୦୨୪ ଅନୁଯାୟୀ କ୍ରୋମାଇଟ ବିକ୍ରିର ମୁଖ୍ୟ ଅଭିଯୁକ୍ତ କାଙ୍କଡ଼ପାଳ ପଞ୍ଚାୟତ ଗିରିଙ୍ଗାମାଳି ଗାଁର ବିଜୟ ମହାନ୍ତ (୨୬)ଙ୍କୁ କାଳିଆପାଣି ଥାନା ପୋଲିସ ସହାୟତାରେ ଗିରଫ କରାଯାଇଥିଲା। ପରେ ତାଙ୍କୁ କୋଲକାତା ନିଆଯାଇଥିବା ଜଣାପଡ଼ିଛି। ଏହି ଖଣିଜ ପଦାର୍ଥ ଲୁଟ୍ କାରବାରରେ ସମ୍ପୃକ୍ତି ଥିବା ଅନ୍ୟମାନଙ୍କୁ ଖୋଜା ଚାଲିଛି ବୋଲି କାଳିଆପାଣି ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି। ପୂର୍ବରୁ ଯାଜପୁରରୋଡ୍ ଖଣି ଉପନିର୍ଦ୍ଦେଶାଳୟ ପକ୍ଷରୁ ବିପୁଳ ପରିମାଣରେ ଚୋରା ଲୁହାପଥର ଜବତ ହୋଇ ଆସୁଛି। ଏହାକୁ ନେଇ ପ୍ରାୟ ୧୫ ବର୍ଷ ତଳର ଖଣି ଦୁର୍ନୀତିର ପୁଣି ପୁନରାବୃତ୍ତି ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଖଣି ବିଭାଗ ଓ ପାରାଦୀପ ପୋର୍ଟର କେତେଜଣ ଅସାଧୁ କର୍ମଚାରୀଙ୍କ ସହଯୋଗରେ ନକଲି ଚାଲାଣ କାଟି ଚୋରା ଲୁହାପଥର ପରିବହନ କରାଯାଉଥିବା ଏଥିରୁ ସନ୍ଦେହ କରାଯାଉଛି। ଯୋଡ଼ା ଖଣି ଅଞ୍ଚଳରୁ ୫୯,୨୦୩ କୋଟି ଟଙ୍କାର ଲୁହାପଥର ଓ ମାଙ୍ଗାନିଜ ଅଧିକ ଉତ୍ତୋଳନ କରି ଚୋରାଚାଲାଣ ହୋଇଥିବା ସାହା କମିଶନ ରିପୋର୍ଟରୁ ଜଣାପଡ଼ିଥିଲା। ସେତେବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ଏକାଧିକ ଖଣି କମ୍ପାନୀ ନାମରେ ଡିମାଣ୍ଡ ନୋଟିସ ଦେଇ କିଛି ମାତ୍ରାରେ ଜରିମାନା ଆଦାୟ କରିଥିଲେ। ଏଯାଏ ଅନ୍ୟ କେତୋଟି ଖଣି କମ୍ପାନୀ ଜରିମାନା ନ ଦେଇ କୋର୍ଟ କଚେରିର ଦ୍ୱାରସ୍ଥ ହେବାରୁ ମାମଲା ବିଚାରାଧୀନ ରହିଛି।
The post ପୁଣି ଖଣିିରୁ ଚୋରି ବଢୁଛି appeared first on Dharitri Odia News.