ମହିଳାଙ୍କ ବେକରୁ ମଙ୍ଗଳସୂତ୍ର ଝାମ୍ପି ନେଲେ: ସିସିଟିଭିରେ କଏଦ ହେଲା ଦୃଶ୍ୟ
ବୈପାରୀଗୁଡା,୧୭ା୨(କଳ୍ପତରୁ ମହାନ୍ତି): ବୈପାରୀଗୁଡା ୟୁଜି ବ୍ୟାଙ୍କ ସାମ୍ନାରେ କେତେକ ଦୁର୍ବୃତ୍ତ ଜଣେ ମହିଳାଙ୍କ ବେକରୁ ସୁନା ମଙ୍ଗଳସୂତ୍ର ଝାମ୍ପି ନେଇଥିବା ଜଣାପଡ଼ିଛି। ମାଲକାନାଗିରି ଜିଲା ଅଧୀନ ବାଲିମେଳା ସହର ବାସିନ୍ଦା ମନୋରମା ମହାନ୍ତି(୫୫) ସ୍ବାମୀଙ୍କ ସହ ଝିଅ ଘର ବୈପାରୀଗୁଡାକୁ ଆସିଥିଲେ। ସୋମବାର ସକାଳୁ ନିଜ ଘରକୁ ଫେରିବା ପାଇଁ ବସ୍ଷ୍ଟାଣ୍ଡକୁ ଯାଉଥିଲେ। ମୁଖ୍ୟ ଛକରୁ ଅଳ୍ପ ଦୂରରେ ସ୍ଥାନୀୟ ଉତ୍କଳ ବ୍ୟାଙ୍କ ସମ୍ମୁଖରେ ମୂଖା ପିନ୍ଧିଥିବା ୩ଜଣ ଦୁର୍ବୃତ୍ତ ଗୋଟିଏ ବାଇକ୍ରେ ଆସି ମନୋରମାଙ୍କ ନିକଟରେ […] The post ମହିଳାଙ୍କ ବେକରୁ ମଙ୍ଗଳସୂତ୍ର ଝାମ୍ପି ନେଲେ: ସିସିଟିଭିରେ କଏଦ ହେଲା ଦୃଶ୍ୟ appeared first on Dharitri Odia News.
ବୈପାରୀଗୁଡା,୧୭ା୨(କଳ୍ପତରୁ ମହାନ୍ତି): ବୈପାରୀଗୁଡା ୟୁଜି ବ୍ୟାଙ୍କ ସାମ୍ନାରେ କେତେକ ଦୁର୍ବୃତ୍ତ ଜଣେ ମହିଳାଙ୍କ ବେକରୁ ସୁନା ମଙ୍ଗଳସୂତ୍ର ଝାମ୍ପି ନେଇଥିବା ଜଣାପଡ଼ିଛି। ମାଲକାନାଗିରି ଜିଲା ଅଧୀନ ବାଲିମେଳା ସହର ବାସିନ୍ଦା ମନୋରମା ମହାନ୍ତି(୫୫) ସ୍ବାମୀଙ୍କ ସହ ଝିଅ ଘର ବୈପାରୀଗୁଡାକୁ ଆସିଥିଲେ।
ସୋମବାର ସକାଳୁ ନିଜ ଘରକୁ ଫେରିବା ପାଇଁ ବସ୍ଷ୍ଟାଣ୍ଡକୁ ଯାଉଥିଲେ। ମୁଖ୍ୟ ଛକରୁ ଅଳ୍ପ ଦୂରରେ ସ୍ଥାନୀୟ ଉତ୍କଳ ବ୍ୟାଙ୍କ ସମ୍ମୁଖରେ ମୂଖା ପିନ୍ଧିଥିବା ୩ଜଣ ଦୁର୍ବୃତ୍ତ ଗୋଟିଏ ବାଇକ୍ରେ ଆସି ମନୋରମାଙ୍କ ନିକଟରେ ଅଟକି ଥିଲେ। ସେ କିଛି ବୁଝିବା ପୂର୍ବରୁ ଜଣେ ଦୁର୍ବୁତ୍ତ ୧ ଭରିର ସୁନା ମଙ୍ଗଳସୂତ୍ର ଛଡାଇ ନେଇ ଫେରାର ହୋଇଯାଇଥିଲେ।
ଏହି ଦୃଶ୍ୟ ନିକଟରେ ଥିବା ସିସିଟିଭିରେ ରେକର୍ଡିଂ ହୋଇଥିବା ଜଣାପଡ଼ିଛି। ଏ ନେଇ ମନୋରମା ବୈପାରୀଗୁଡା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ୍ ପକ୍ଷରୁ ନଂ. ୪୨/୨୫ରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ଦୀପାଞ୍ଜଳି ପ୍ରଧାନ କହିଛନ୍ତି। ସିସିଟିଭି ଫୁଟେଜ୍ରେ ଚିତ୍ର ଅଷ୍ପଷ୍ଟ ଥିବାରୁ ଦୁର୍ବୁତ୍ତମାନଙ୍କୁ ଚିହ୍ନଟ କରିବାରେ ସମାସ୍ୟା ହେଉଥିବା ଜଣାପଡିଛି।
The post ମହିଳାଙ୍କ ବେକରୁ ମଙ୍ଗଳସୂତ୍ର ଝାମ୍ପି ନେଲେ: ସିସିଟିଭିରେ କଏଦ ହେଲା ଦୃଶ୍ୟ appeared first on Dharitri Odia News.