ବିଜେଡି ଫୋକସରେ ଦୁର୍ବଳ ଆସନ, ମୟୂରଭଞ୍ଜ ଓ ଧାମନଗର ପରେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ କାର୍ତ୍ତିକ ପାଣ୍ଡିଆନ
ଭୁବନେଶ୍ୱର (କେନ୍ୟୁଜ୍): ବିଜେଡି ଫୋକସରେ ଦୁର୍ବଳ ଆସନ। ମୟୂରଭଞ୍ଜ ଜିଲ୍ଲା ଏବଂ ଭଦ୍ରକର ଧାମନଗର ପରେ ଏବେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ବିଜେଡି ନେତା ତଥା ଫାଇଭ ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ଯେଉଁ ସବୁ ଆସନରେ ସଫଳତା ମିଳି ନ ଥିଲା, ତାହାରି ଉପରେ ଦଳ ଏବେ ଫୋକସ କରୁଛି। କାର୍ତ୍ତିକ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତରୁ ଏହାର ଆଭାସ ମିଳୁଛି। ଗତ ଡିସେମ୍ବର […] The post ବିଜେଡି ଫୋକସରେ ଦୁର୍ବଳ ଆସନ, ମୟୂରଭଞ୍ଜ ଓ ଧାମନଗର ପରେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ କାର୍ତ୍ତିକ ପାଣ୍ଡିଆନ appeared first on KNews Odisha.

ଭୁବନେଶ୍ୱର (କେନ୍ୟୁଜ୍): ବିଜେଡି ଫୋକସରେ ଦୁର୍ବଳ ଆସନ। ମୟୂରଭଞ୍ଜ ଜିଲ୍ଲା ଏବଂ ଭଦ୍ରକର ଧାମନଗର ପରେ ଏବେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ବିଜେଡି ନେତା ତଥା ଫାଇଭ ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ଯେଉଁ ସବୁ ଆସନରେ ସଫଳତା ମିଳି ନ ଥିଲା, ତାହାରି ଉପରେ ଦଳ ଏବେ ଫୋକସ କରୁଛି।
କାର୍ତ୍ତିକ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତରୁ ଏହାର ଆଭାସ ମିଳୁଛି। ଗତ ଡିସେମ୍ବର ୧୯ରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ କାର୍ତ୍ତିକ ପାଣ୍ଡିଆନ ଯାଇଥିଲେ। ଗତଥର ମୟୂରଭଞ୍ଜ ଲୋକସଭା ଆସନ ସହ ୬ଟି ବିଧାନସଭା ଆସନ ହାତଛଡା କରିଥିଲା ବିଜେଡି। ତା ପରେ ପାଣ୍ଡିଆନ ଧାମନଗର ଯାଇଥିଲେ। ୨୦୧୯ ପରଠାରୁ ୮ଟି ଉପନିର୍ବାଚନ ହୋଇଛି। କେବଳ ଧାମନଗର ଆସନକୁ ଛାଡିଲେ ବାକି ସମସ୍ତ ଆସନରେ ବିଜେଡି ଜିତିଛି।
ଗତକାଲିଠାରୁ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଅଛନ୍ତି। ଗତଥର ସୁନ୍ଦରଗଡ଼ ଲୋକସଭା ଆସନ ବିଜେପି ଜିତିଥିଲା। ଏହା ଅଧୀନରେ ଥିବା ୭ ବିଧାନସଭା କ୍ଷେତ୍ରରୁ କେବଳ ରାଉରକେଲା ଏବଂ ରଘୁନାଥପଲ୍ଲୀ ଜିତିଥିଲା ବିଜେଡି। ରାଉରକେଲାରୁ ସାରଦା ନାୟକ ଏବଂ ରଘୁନାଥପଲ୍ଲୀରୁ ସୁବ୍ରତ ତରାଇ ଜିତିଥିଲେ। କିନ୍ତୁ ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର ବିଧାନସଭା ଆସନ ବିଜେପି ହାତେଇ ଥିବାବେଳେ ରାଜଗାଙ୍ଗପୁରରେ କଂଗ୍ରେସ ଓ ବଣେଇରେ ସିପିଏମ ପ୍ରାର୍ଥୀ ବିଧାୟକ ହୋଇଥିଲେ।
ତେଣୁ ସୁନ୍ଦରଗଡ଼ର ସମସ୍ତ ବିଧାନସଭା ସହ ଲୋକସଭା ଆସନ ଜିତିବାକୁ ବିଜେଡି ରଣନୀତି ତିଆରି କରୁଛି । ସେହିସବୁ ଆସନରେ ଦଳୀୟ ସଙ୍ଗଠନକୁ ମଜଭୁତ କରିବା ସହ ୨୦୨୪ରେ ବିଜୟୀ ହେବା ପାଇଁ ବଡ଼ ଗେମପ୍ଲାନ ପ୍ରସ୍ତୁତ କରିଛି ବିଜେଡି।
The post ବିଜେଡି ଫୋକସରେ ଦୁର୍ବଳ ଆସନ, ମୟୂରଭଞ୍ଜ ଓ ଧାମନଗର ପରେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ କାର୍ତ୍ତିକ ପାଣ୍ଡିଆନ appeared first on KNews Odisha.