ଚାଲିବ ଯୁଦ୍ଧ, ଦୁଇ ଘଣ୍ଟାରୁ କମ୍ ସମୟରେ ହିଁ ଶେଷ ହୋଇଗଲା…
ଇସ୍ତାନବୁଲ୍,୧୬ା୫ : ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧକୁ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଥିବାବେଳେ ୨ ଦେଶର ପ୍ରତିନିଧି ତୁର୍କୀର ଇସ୍ତାନବୁଲ୍ରେ ଶୁକ୍ରବାର ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ଶାନ୍ତି ଆଲୋଚନାରେ ସାମିଲ ହୋଇଛନ୍ତି। ଦୁଇ ଘଣ୍ଟାରୁ କମ୍ ସମୟ ଧରି ଚାଲିଥିବା ଏହି ଆଲୋଚନାରେ ଯୁଦ୍ଧ ବନ୍ଦ ନେଇ ସହମତି ହୋଇ ନ ଥିବାବେଳେ ଯୁଦ୍ଧବନ୍ଦୀ ବିନିମୟ ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି। ଆଲୋଚନାର ଫଳାଫଳ ସମ୍ପର୍କରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି […] The post ଚାଲିବ ଯୁଦ୍ଧ, ଦୁଇ ଘଣ୍ଟାରୁ କମ୍ ସମୟରେ ହିଁ ଶେଷ ହୋଇଗଲା… appeared first on Dharitri Odia News.
ଇସ୍ତାନବୁଲ୍,୧୬ା୫ : ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧକୁ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଥିବାବେଳେ ୨ ଦେଶର ପ୍ରତିନିଧି ତୁର୍କୀର ଇସ୍ତାନବୁଲ୍ରେ ଶୁକ୍ରବାର ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ଶାନ୍ତି ଆଲୋଚନାରେ ସାମିଲ ହୋଇଛନ୍ତି। ଦୁଇ ଘଣ୍ଟାରୁ କମ୍ ସମୟ ଧରି ଚାଲିଥିବା ଏହି ଆଲୋଚନାରେ ଯୁଦ୍ଧ ବନ୍ଦ ନେଇ ସହମତି ହୋଇ ନ ଥିବାବେଳେ ଯୁଦ୍ଧବନ୍ଦୀ ବିନିମୟ ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି। ଆଲୋଚନାର ଫଳାଫଳ ସମ୍ପର୍କରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଓମେତ ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ୍ ଓ ପୋଲାଣ୍ଡ ନେତାମାନଙ୍କୁ ଜଣାଇଛନ୍ତି। ସର୍ତ୍ତବିହୀନ ପୂର୍ଣ୍ଣକାଳୀନ ଯୁଦ୍ଧବିରତି ପ୍ରସ୍ତାବକୁ ମସ୍କୋ ଯଦି ଅଗ୍ରାହ୍ୟ କରେ ତେବେ କଠୋର କଟକଣା ଲଗାଇବାକୁ ଜେଲେନ୍ସ୍କି ଆହ୍ବାନ ଦେଇଛନ୍ତି।
ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଚାପ ପକାଇ ଆସୁଛନ୍ତି। ବୋସ୍ଫୋରସ୍ର ଡୋଲ୍ମାବାଚେ ପ୍ୟାଲେସ୍ରେ ଅନୁଷ୍ଠିତ ଏହି ବୈଠକରେ ତୁର୍କୀ ବହିର୍ବ୍ୟାପାର ମନ୍ତ୍ରୀ ହାକନ ଫିଦାନ ଓ ଅନ୍ୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ ପରିବା ପରେ ୨୦୨୨ ମାର୍ଚ୍ଚରୁ ଦୁଇ ଦେଶର ନେତା ଏକାଠି ସାମ୍ନାସାମ୍ନି ହୋଇ ନ ଥିଲେ। ଟ୍ରମ୍ପ୍ ତାଙ୍କ ମଧ୍ୟପ୍ରାଚ୍ୟ ଗସ୍ତ ଶେଷ କରି ଓ୍ବାଶିଂଟନ ଫେରିଥିବାବେଳେ ସେ ଖୁବ୍ଶୀଘ୍ର ରୁଷିଆ ନେତାଙ୍କୁ ଭେଟିବେ ବୋଲି କହିଛନ୍ତି। ୟୁକ୍ରେନ୍ ତୁରନ୍ତ ଯୁଦ୍ଧବିରତି ଚାହୁଁଛି। ଅନ୍ୟପକ୍ଷରେ ରୁଷିଆ କୂଟନୈତିକ ପଦକ୍ଷେପ ଜରିଆରେ ଯୁଦ୍ଧ ବନ୍ଦ ଚାହୁଁଥିବା ଓ ଅସ୍ତ୍ରବିରତି ପାଇଁ ରାଜି ଥିବା କହିଛି।
The post ଚାଲିବ ଯୁଦ୍ଧ, ଦୁଇ ଘଣ୍ଟାରୁ କମ୍ ସମୟରେ ହିଁ ଶେଷ ହୋଇଗଲା… appeared first on Dharitri Odia News.