ବିଜେଡି ସରକାର ସମୟରେ ମୋତେ ହତ୍ୟା ଉଦ୍ୟମ ହୋଇଥିଲା: ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୫।୬(ପି.ଟି.): ବିଜେଡି ସରକାର ସମୟରେ ମୋ ଉପରେ ବୋମା ପକାଇ ହତ୍ୟା ଉଦ୍ୟମ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଯୋଗ କରିଛନ୍ତି। କେନ୍ଦୁଝରର ଝୁମ୍ପୁରାଠାରେ ସୋମବାର ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବାବେଳେ ସେ ଏହା କହିଛନ୍ତି। ତେବେ ଇଶ୍ୱରଙ୍କ ଆର୍ଶୀବାଦ ଓ ଲୋକଙ୍କ ଭଲ ପାଇବା ଯୋଗୁ ସେ ତାଙ୍କ ଜୀବନ ରକ୍ଷା କରିପାରିଥିଲେ। ମା’ ତାରିଣୀ, ମା’ ଦୁର୍ଗା, ପ୍ରଭୁ ବଳଦେବ ଓ ପ୍ରଭୁ ଜଗନ୍ନାଥ ତାଙ୍କ ସହିତ ଥିବା ଯାଏ […] The post ବିଜେଡି ସରକାର ସମୟରେ ମୋତେ ହତ୍ୟା ଉଦ୍ୟମ ହୋଇଥିଲା: ମୁଖ୍ୟମନ୍ତ୍ରୀ appeared first on Dharitri Odia News.

ବିଜେଡି ସରକାର ସମୟରେ ମୋତେ ହତ୍ୟା ଉଦ୍ୟମ ହୋଇଥିଲା: ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୫।୬(ପି.ଟି.): ବିଜେଡି ସରକାର ସମୟରେ ମୋ ଉପରେ ବୋମା ପକାଇ ହତ୍ୟା ଉଦ୍ୟମ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଯୋଗ କରିଛନ୍ତି। କେନ୍ଦୁଝରର ଝୁମ୍ପୁରାଠାରେ ସୋମବାର ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବାବେଳେ ସେ ଏହା କହିଛନ୍ତି। ତେବେ ଇଶ୍ୱରଙ୍କ ଆର୍ଶୀବାଦ ଓ ଲୋକଙ୍କ ଭଲ ପାଇବା ଯୋଗୁ ସେ ତାଙ୍କ ଜୀବନ ରକ୍ଷା କରିପାରିଥିଲେ। ମା’ ତାରିଣୀ, ମା’ ଦୁର୍ଗା, ପ୍ରଭୁ ବଳଦେବ ଓ ପ୍ରଭୁ ଜଗନ୍ନାଥ ତାଙ୍କ ସହିତ ଥିବା ଯାଏ ଭୟ କରିବାର ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦୁଝର ଗସ୍ତର ୨ୟ ଦିନରେ ଝୁମ୍ପୁରାଠାରେ ରୋଡ୍‌ ଶୋ’ କରିବା ପରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ତାଙ୍କ ଗସ୍ତକାଳରେ ସେ ମା’ ତାରିଣୀ, ବଳଦେବଜୀଉ ଓ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ।

The post ବିଜେଡି ସରକାର ସମୟରେ ମୋତେ ହତ୍ୟା ଉଦ୍ୟମ ହୋଇଥିଲା: ମୁଖ୍ୟମନ୍ତ୍ରୀ appeared first on Dharitri Odia News.