ସ୍ମାର୍ଟଫୋନ୍‌ ନେବା ପରେ ଡେଲିଭରି ଏଜେଣ୍ଟଙ୍କୁ ହତ୍ୟାକଲେ ଗ୍ରାହକ: ଜାଣନ୍ତୁ କାହିଁକି

ଲକ୍ଷ୍ନୌ,୨ା୧୦:ଉତ୍ତରପ୍ରଦେଶର ଲକ୍ଷ୍ନୌରେ ରହୁଥିବା ଜଣେ ବ୍ୟକ୍ତି ଅନ୍‌ଲାଇନରେ ଫ୍ଲିପ୍‌କାର୍ଟରୁ ୨ଟି ସ୍ମାର୍ଟଫୋନ୍‌ ମଗାଇଥିଲେ। ଡେଲିଭରି ସମୟରେ ଦାମ୍‌ ପୈଠ କରିବାକୁ ସେ ସର୍ତ୍ତ ରଖିଥିଲେ। ଡେଲିଭରି ଏଜେଣ୍ଟ ଭରତ କୁମାର ସାହୁ (୩୦) ଗ୍ରାହକ ଗଜାନନଙ୍କୁ ୧.୫ ଲକ୍ଷ ଟଙ୍କା ମୂଲ୍ୟର ୨ଟି ସ୍ମାର୍ଟଫୋନ୍‌ ହସ୍ତାନ୍ତର କରିବା ପରେ ସେ ଟଙ୍କା ପୈଠ କରିବା ପରିବର୍ତ୍ତେ ତାଙ୍କୁ ହତ୍ୟା କରିଥିଲେ। ସେପ୍ଟେମ୍ବର ୨୩ରେ ଏହି ହତ୍ୟାକାଣ୍ଡ ଘଟିଛି। ପୋଲିସ କହିବା ଅନୁଯାୟୀ ଭରତ ସ୍ମାର୍ଟଫୋନ୍‌ ଦେବା ଲାଗି […] The post ସ୍ମାର୍ଟଫୋନ୍‌ ନେବା ପରେ ଡେଲିଭରି ଏଜେଣ୍ଟଙ୍କୁ ହତ୍ୟାକଲେ ଗ୍ରାହକ: ଜାଣନ୍ତୁ କାହିଁକି appeared first on Dharitri Odia News.

ସ୍ମାର୍ଟଫୋନ୍‌ ନେବା ପରେ ଡେଲିଭରି ଏଜେଣ୍ଟଙ୍କୁ ହତ୍ୟାକଲେ ଗ୍ରାହକ: ଜାଣନ୍ତୁ କାହିଁକି

ଲକ୍ଷ୍ନୌ,୨ା୧୦:ଉତ୍ତରପ୍ରଦେଶର ଲକ୍ଷ୍ନୌରେ ରହୁଥିବା ଜଣେ ବ୍ୟକ୍ତି ଅନ୍‌ଲାଇନରେ ଫ୍ଲିପ୍‌କାର୍ଟରୁ ୨ଟି ସ୍ମାର୍ଟଫୋନ୍‌ ମଗାଇଥିଲେ। ଡେଲିଭରି ସମୟରେ ଦାମ୍‌ ପୈଠ କରିବାକୁ ସେ ସର୍ତ୍ତ ରଖିଥିଲେ। ଡେଲିଭରି ଏଜେଣ୍ଟ ଭରତ କୁମାର ସାହୁ (୩୦) ଗ୍ରାହକ ଗଜାନନଙ୍କୁ ୧.୫ ଲକ୍ଷ ଟଙ୍କା ମୂଲ୍ୟର ୨ଟି ସ୍ମାର୍ଟଫୋନ୍‌ ହସ୍ତାନ୍ତର କରିବା ପରେ ସେ ଟଙ୍କା ପୈଠ କରିବା ପରିବର୍ତ୍ତେ ତାଙ୍କୁ ହତ୍ୟା କରିଥିଲେ। ସେପ୍ଟେମ୍ବର ୨୩ରେ ଏହି ହତ୍ୟାକାଣ୍ଡ ଘଟିଛି। ପୋଲିସ କହିବା ଅନୁଯାୟୀ ଭରତ ସ୍ମାର୍ଟଫୋନ୍‌ ଦେବା ଲାଗି ଗଜାନନଙ୍କ ଘରକୁ ଯାଇଥିଲେ। ସେ ଫୋନ୍‌ ହସ୍ତାନ୍ତର କରିସାରିବା ପରେ ଗଜାନନ ଓ ତାଙ୍କ ସହଯୋଗୀ ଆକାଶ ତାଙ୍କୁ ତଣ୍ଟିଚିପି ହତ୍ୟାକରି ମୃତଦେହକୁ ଇନ୍ଦିରା କେନାଲରେ ଫିଙ୍ଗିଦେଇଥିଲେ ବୋଲି ଡିଏସ୍‌ପି ଶଶାଙ୍କ ସିଂ କହିଛନ୍ତି। ଭରତ ୨ ଦିନ ଯାଏ ଘରକୁ ନ ଫେରିବାରୁ ସେ ନିଖୋଜ ଥିବା ନେଇ ସେପ୍ଟେମ୍ବର ୨୫ରେ ତାଙ୍କ ପରିବାର ଥାନାରେ ଏତଲା ଦେଇଥିଲେ। ପୋଲିସ ତଦନ୍ତ ଚଳାଇବା ପରେ ଭରତଙ୍କ ଫୋନ୍‌ କଲ୍‌ ରେକର୍ଡରୁ ଗଜାନନଙ୍କ ନମ୍ବର ପାଇଥିଲା। ଜେରାବେଳେ ସେମାନେ ହତ୍ୟା କରିଥିବା ଆକାଶ ସ୍ବୀକାର କରିଥିଲେ। ପୋଲିସ ଗଜାନନ ଓ ଆକାଶଙ୍କୁ ଗିରଫ କରିଛି।

The post ସ୍ମାର୍ଟଫୋନ୍‌ ନେବା ପରେ ଡେଲିଭରି ଏଜେଣ୍ଟଙ୍କୁ ହତ୍ୟାକଲେ ଗ୍ରାହକ: ଜାଣନ୍ତୁ କାହିଁକି appeared first on Dharitri Odia News.