ସମୁଦ୍ରରେ ବୁଡ଼ିଗଲା ପ୍ରବାସୀଙ୍କ ଡ଼ଙ୍ଗା, ୪୦ ପାକିସ୍ତାନୀ ମୃତ
ରାବତ,୧୭।୧: ଉତ୍ତର ଆଫ୍ରିକୀୟ ଦେଶ ମରକ୍କୋରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି। ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ସମୁଦ୍ରରେ ଓଲଟି ପଡ଼ିଥିଲା। ଯେଉଁଥିରେ ୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। କୁହାଯାଉଛି ଯେ ଏହି ଡଙ୍ଗାରେ ୮୦ ଜଣ ପ୍ରବାସୀ ଥିଲେ। ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସମସ୍ତ ଲୋକ ପାକିସ୍ତାନୀ ନାଗରିକ ବୋଲି କୁହାଯାଉଛି। ଏହି ଡଙ୍ଗାରେ ଥିବା ସମସ୍ତ ପ୍ରବାସୀ ସ୍ପେନ ଯିବାକୁ ଚେଷ୍ଟା କରୁଥିଲେ। ଏହି ଘଟଣା ଉପରେ ପ୍ରବାସୀ […] The post ସମୁଦ୍ରରେ ବୁଡ଼ିଗଲା ପ୍ରବାସୀଙ୍କ ଡ଼ଙ୍ଗା, ୪୦ ପାକିସ୍ତାନୀ ମୃତ appeared first on Dharitri Odia News.
ରାବତ,୧୭।୧: ଉତ୍ତର ଆଫ୍ରିକୀୟ ଦେଶ ମରକ୍କୋରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି। ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ସମୁଦ୍ରରେ ଓଲଟି ପଡ଼ିଥିଲା। ଯେଉଁଥିରେ ୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। କୁହାଯାଉଛି ଯେ ଏହି ଡଙ୍ଗାରେ ୮୦ ଜଣ ପ୍ରବାସୀ ଥିଲେ। ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସମସ୍ତ ଲୋକ ପାକିସ୍ତାନୀ ନାଗରିକ ବୋଲି କୁହାଯାଉଛି। ଏହି ଡଙ୍ଗାରେ ଥିବା ସମସ୍ତ ପ୍ରବାସୀ ସ୍ପେନ ଯିବାକୁ ଚେଷ୍ଟା କରୁଥିଲେ। ଏହି ଘଟଣା ଉପରେ ପ୍ରବାସୀ ଅଧିକାର ସଂଗଠନ ‘ୱାକିଙ୍ଗ ବର୍ଡର୍ସ’ କହିଛି ଯେ ୫୦ ରୁ ଅଧିକ ପ୍ରବାସୀ ସମୁଦ୍ରରେ ବୁଡ଼ି ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି।
ସୂଚନା ଅନୁଯାୟୀ, ମରକ୍କୋ କର୍ତ୍ତୃପକ୍ଷ ଡଙ୍ଗାରୁ ୩୬ ଜଣଙ୍କୁ ଉଦ୍ଧାର କରିଛନ୍ତି। ଯାହା ଜାନୁଆରୀ ୨ରେ ପ୍ରବାସୀଙ୍କୁ ନେଇ ମୌରିଟାନିଆରୁ ବାହାରିଥିଲା। ଏହି ଡଙ୍ଗାରେ ୮୬ଜଣ ପ୍ରବାସୀ ଥିଲେ। ସେମାନଙ୍କ ମଧ୍ୟରେ ୬୬ଜଣ ପାକିସ୍ତାନୀ ନାଗରିକ ମଧ୍ୟ ଥିଲେ। ‘ୱାକିଙ୍ଗ ବର୍ଡର୍ସ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ହେଲେନା ମାଲେନୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏ ବିଷୟରେ ପୋଷ୍ଟ କରି କହିଛନ୍ତି ଯେ ଦୁର୍ଘଟଣାରେ ବୁଡ଼ି ଯାଇଥିବା ୪୪ ଜଣ ଲୋକ ପାକିସ୍ତାନର ଥିଲେ।
ଏହି ଘଟଣା ପରେ, ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ଏକ ବିବୃତ୍ତି ଜାରି କରିଛି। ଯେଉଁଥିରେ କୁହାଯାଇଥିଲା ଯେ, ‘ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ମରକ୍କୋରେ ଥିବା ସେମାନଙ୍କର ଦୂତାବାସ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛି।’ ଏହା ସହିତ, ପାକିସ୍ତାନୀ ନାଗରିକମାନଙ୍କୁ ସାହାଯ୍ୟ କରିବା ଏବଂ ଆବଶ୍ୟକୀୟ ସହାୟତା ଯୋଗାଇବା ପାଇଁ ମରକ୍କୋରେ ଥିବା ପାକିସ୍ତାନୀ ଦୂତାବାସର ଏକ ଦଳ ପଠାଯାଇଛି।
The post ସମୁଦ୍ରରେ ବୁଡ଼ିଗଲା ପ୍ରବାସୀଙ୍କ ଡ଼ଙ୍ଗା, ୪୦ ପାକିସ୍ତାନୀ ମୃତ appeared first on Dharitri Odia News.