କୋରେଇ ରାଜନୀତିରେ ନାଟକୀୟ ମୋଡ଼, ଅଭିନେତା ବନାମ ଅଭିନେତ୍ରୀଙ୍କ ଭିତରେ ହୋଇପାରେ ଲଢେଇ!
ଯାଜପୁର,୪।୪: କୋରେଇ ବିଧାନସଭା ଆସନରେ ମୁହାଁମୁହିଁ ହୋଇପାରନ୍ତି ଅଭିନେତା ଅଭିନେତ୍ରୀ। ଭାଜପା ଏଠାରେ ଅଭିନେତା ଆକାଶ ଦାସ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କୋରେଇରୁ ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଝିଲିକ୍ ଭଟ୍ଟାଚାର୍ଯ୍ୟ। କୋରେଇ ନିର୍ବାଚନ ମଣ୍ଡଳୀର ଶତାଧିକ ବ୍ୟକ୍ତି ଗୁରୁବାର ସୁକିନ୍ଦା ବିଧାୟକ ପ୍ରାର୍ଥୀ ପ୍ରୀତିରଂଜନ ଘଡ଼ାଇଙ୍କ ଯାଜପୁର ରୋଡ ସ୍ଥିତ ବାସଭବନରେ ପହଞ୍ଚି ପତ୍ନୀ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କୁ କୋରେଇ ବିଧାନସଭା ଆସନରୁ ପ୍ରାର୍ଥୀ ହେବାକୁ ଅନୁରୋଧ କରିଥିଲେ। ଲୋକମାନଙ୍କର ଅନୁରୋଧ ଶୁଣିବା […] The post କୋରେଇ ରାଜନୀତିରେ ନାଟକୀୟ ମୋଡ଼, ଅଭିନେତା ବନାମ ଅଭିନେତ୍ରୀଙ୍କ ଭିତରେ ହୋଇପାରେ ଲଢେଇ! appeared first on Dharitri Odia News.
ଯାଜପୁର,୪।୪: କୋରେଇ ବିଧାନସଭା ଆସନରେ ମୁହାଁମୁହିଁ ହୋଇପାରନ୍ତି ଅଭିନେତା ଅଭିନେତ୍ରୀ। ଭାଜପା ଏଠାରେ ଅଭିନେତା ଆକାଶ ଦାସ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କୋରେଇରୁ ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଝିଲିକ୍ ଭଟ୍ଟାଚାର୍ଯ୍ୟ। କୋରେଇ ନିର୍ବାଚନ ମଣ୍ଡଳୀର ଶତାଧିକ ବ୍ୟକ୍ତି ଗୁରୁବାର ସୁକିନ୍ଦା ବିଧାୟକ ପ୍ରାର୍ଥୀ ପ୍ରୀତିରଂଜନ ଘଡ଼ାଇଙ୍କ ଯାଜପୁର ରୋଡ ସ୍ଥିତ ବାସଭବନରେ ପହଞ୍ଚି ପତ୍ନୀ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କୁ କୋରେଇ ବିଧାନସଭା ଆସନରୁ ପ୍ରାର୍ଥୀ ହେବାକୁ ଅନୁରୋଧ କରିଥିଲେ।
ଲୋକମାନଙ୍କର ଅନୁରୋଧ ଶୁଣିବା ପରେ ଝିଲିକ୍ ପ୍ରତିକ୍ରିୟା ଦେଇ କହିଛନ୍ତି ‘ବିଜେଡି ସୁପ୍ରିମୋ ଯଦି ଅନୁମତି ଦେବେ, ତେବେ କୋରେଇରୁ ନିର୍ବାଚନ ଲଢିବି’। ତେବେ ଝିଲିକଙ୍କ ଏଭଳି ବୟାନ ପରେ କୋରେଇ ନିର୍ବାଚନମଣ୍ଡଳୀକୁ ଘଡ଼ାଇ ପରିବାର ପୁଣି ଫେରିବା ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ବର୍ତମାନ ସୁଦ୍ଧା ବିଜେଡି ୯୯ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଥିଲା ବେଳେ କୋରେଇ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ।
ଅନ୍ୟପଟେ ବିଜେଡିରେ ଟିକେଟ୍ ଆଶା କ୍ଷୀଣ ହେବା ପରେ ଆକାଶ ଭଜାପରେ ଯୋଗ ଦେଇଥିଲେ। ଏହାପରେ ଭାଜପା ତାଙ୍କୁ କୋରେଇରୁ ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ ଆକାଶ ଏବଂ ଝିଲିକଙ୍କ ସ୍ୱାମୀ ପ୍ରୀତିରଞ୍ଜନ ଘଡ଼ାଇ କୋରେଇରୁ ନିର୍ବାଚନ ଲଢ଼ି ବିଧାୟକ ହୋଇଛନ୍ତି। ତେଣୁ କୋରେଇରେ ଉଭୟଙ୍କର ପ୍ରୀତିରଞ୍ଜନଙ୍କର ପୁରୁଣା ସଙ୍ଗଠନ ରହିଛି। ତେଣୁ ବିଜେଡି ପୁଣିଥରେ ଘଡାଇ ପରିବାରରୁ କାହାକୁ କୋରେଇ ଆସନରେ ପ୍ରାର୍ଥୀ କରି ବିଜୟୀ ହେବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଲାଣି।
The post କୋରେଇ ରାଜନୀତିରେ ନାଟକୀୟ ମୋଡ଼, ଅଭିନେତା ବନାମ ଅଭିନେତ୍ରୀଙ୍କ ଭିତରେ ହୋଇପାରେ ଲଢେଇ! appeared first on Dharitri Odia News.