ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପରିଣୀତି

‘ମୁମ୍ବାଇ: ‘ଲେଡିଜ ଭର୍ସେସ୍‌ ରିକି ବେହଲ’ ସହିତ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ପରିଣୀତି ଚୋପ୍ରା ଆଜିକାଲି ଫିଲ୍ମ ଜଗତରୁ ଦୂରରେ ରହିଛନ୍ତି। କିଛିଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା ଅଭିନେତ୍ରୀ ରାଘବ ଚଢ଼ାଙ୍କୁ ବିବାହ କରିବା ପରେ ଖୁବ୍‌ଶୀଘ୍ର ରାଜନୀତିରେ ଯୋଗ ଦେଇପାରନ୍ତି। ତେବେ ବର୍ତ୍ତମାନ ଏହି ସବୁ ଖବରର ଅନ୍ତ ଘଟାଇ ସେ ସୋସିଆଲ ମିଡିଆରେ ଏକ ବଡ଼ ଅପଡେଟ୍‌ ଶେୟାର କରିଛନ୍ତି। ଅଭିନେତ୍ରୀ ଖୁବ୍‌ଶୀଘ୍ର ଫିଲ୍ମ ପରେ ଗୀତ ଜଗତରେ ନିଜର ଯାଦୁ […] The post ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପରିଣୀତି appeared first on Dharitri Odia News.

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପରିଣୀତି

‘ମୁମ୍ବାଇ: ‘ଲେଡିଜ ଭର୍ସେସ୍‌ ରିକି ବେହଲ’ ସହିତ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ପରିଣୀତି ଚୋପ୍ରା ଆଜିକାଲି ଫିଲ୍ମ ଜଗତରୁ ଦୂରରେ ରହିଛନ୍ତି। କିଛିଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା ଅଭିନେତ୍ରୀ ରାଘବ ଚଢ଼ାଙ୍କୁ ବିବାହ କରିବା ପରେ ଖୁବ୍‌ଶୀଘ୍ର ରାଜନୀତିରେ ଯୋଗ ଦେଇପାରନ୍ତି।

ତେବେ ବର୍ତ୍ତମାନ ଏହି ସବୁ ଖବରର ଅନ୍ତ ଘଟାଇ ସେ ସୋସିଆଲ ମିଡିଆରେ ଏକ ବଡ଼ ଅପଡେଟ୍‌ ଶେୟାର କରିଛନ୍ତି। ଅଭିନେତ୍ରୀ ଖୁବ୍‌ଶୀଘ୍ର ଫିଲ୍ମ ପରେ ଗୀତ ଜଗତରେ ନିଜର ଯାଦୁ ଦେଖାଇବାକୁ ପ୍ରସ୍ତୁତ ଅଛନ୍ତି।

ପରିଣୀତି ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି।  ଭିଡିଓ ଶେୟାର କରି ସେ କ୍ୟାପଶନ୍‌ରେ ଲେଖିଛନ୍ତି, ‘’ସଙ୍ଗୀତ ମୋ ପାଇଁ ସବୁବେଳେ ମୋର ଖୁସିର ସ୍ଥାନ ହୋଇଆସୁଛି। ମୁଁ ସାରା ବିଶ୍ୱରେ ମଞ୍ଚରେ ଅଗଣିତ ସଂଗୀତଜ୍ଞଙ୍କ ଗୀତର ଯାଦୁ ଦେଖିଛି ଏବଂ ବର୍ତ୍ତମାନ ସେହି ଜଗତର ଏକ ଅଂଶ ହେବାର ସମୟ ଆସିଛି। ମୁଁ ମୋ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି।

The post ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପରିଣୀତି appeared first on Dharitri Odia News.