ଓଡିଶାକୁ ଏକ ନମ୍ବର କରିବା ନେଇ ଜୋର ଧରିଲା ରାଜନୀତି, ବିଜେପିକୁ ଏମିତି ଜବାବ ଦେଲା ବିଜେଡି

ଭୁବନେଶ୍ଵର:  ଓଡିଶାକୁ ଏକ ନମ୍ବର କରିବାକୁ ନେଇ ଜୋର ଧରିଛି ବୟାନବାଜି । କେତେବେଳେ କେଉଁ ନେତା ପ୍ରଚାର ମଞ୍ଚରୁ ଓଡିଶାକୁ ଏକ ନମ୍ବର ରାଜ୍ୟ କରିବାକୁ ଗୁଗୁଲି ଫିଙ୍ଗୁଛନ୍ତି ତାର ହିସାବ ନାହିଁ । ନିର୍ବାଚନ ପ୍ରଚାର ଏବେ ଯେଉଁ ପିଚ୍ ରେ ପହଞ୍ଚିଛି କିଏ କାହାକୁ ଇଞ୍ଚେ ଆଗକୁ  ଛାଡିବାକୁ ନାରାଜ । ଆଉ ଏତିକି ବେଳେ ଓଡିଶାର ବିକାଶ ହିଁ ମୁଖ୍ୟ ବିନ୍ଦୁ ପାଲଟିଛି । ଯେଉଁଥିପାଇଁ ବିଜେପିର ତମାମ ବଡ ନେତା କଥା କଥାକେ କହୁଛନ୍ତି ସେମାନେ କ୍ଷମତାକୁ ଆସିଲେ ଓଡ଼ିଶା ହେବ ନମ୍ବର ଓାନ୍ ରାଜ୍ୟ । ଆଉ ଯାହାର କଡ଼ା ଜବାବ ଦେଇଛନ୍ତି  ମୁଖ୍ୟମନ୍ତ୍ରୀ। ଓଡ଼ିଶା ହେବ ନମ୍ବର ୱାନ୍ ରାଜ୍ୟ । କ୍ଷମତାକୁ ଆସିଲେ ବିଜେପି ଓଡ଼ିଶାକୁ କରିବ ନମ୍ବର ୱାନ୍ । ଓଡ଼ିଶାକୁ ଆସୁଥିବା ବିଜେପିର ବଡ଼ବଡ଼ ନେତା ଏଭଳି ପ୍ରତିଶ୍ରୁତି ଦେଉଛନ୍ତି । ଓଡ଼ିଶାର ଗରିବି, ଶିଳ୍ପାୟନର ଚିତ୍ର, ଦାଦନ ସମସ୍ୟା ଆଦି ପ୍ରସଙ୍ଗ ଉଠାଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହା ବିଜେଡିକୁ ଘେରିବା ବେଳେ ଏଠି ଡବଲ ଇଞ୍ଜିନ ସରକାର ଆସିଲେ ଓଡିଶା ଏକ ନମ୍ବର ହେବ ବୋଲି ଦୋହରାଇଛନ୍ତି । ଏମିତିକି ଓଡିଶାରେ ଖଣିଜ ସଂପଦ ଭରପୁର ହୋଇ ଥିବାରୁ କାହିଁକି ବିକାଶର ବିଭିନ୍ନ ପାରାମିଟରରେ ଓଡିଶା ପଛରେ ବୋଲି ବିଜେପି ରାଷ୍ଟ୍ରିୟ ସଭାପତି ଜେ.ପି. ନଡ୍ଡା ମଧ୍ୟ ପ୍ରଶ୍ନ କରିଛନ୍ତି । ଏଠାରେ ବିଜେପି ସରକାର ଆସିଲେ ରାଜ୍ୟକୁ ଏକ ନମ୍ବର କରିବ ବୋଲି ଦାବି କରିଥିଲେ । Also read: ଭୋଟ

ଓଡିଶାକୁ ଏକ ନମ୍ବର କରିବା ନେଇ ଜୋର ଧରିଲା ରାଜନୀତି, ବିଜେପିକୁ ଏମିତି ଜବାବ ଦେଲା ବିଜେଡି

ଭୁବନେଶ୍ଵର:  ଓଡିଶାକୁ ଏକ ନମ୍ବର କରିବାକୁ ନେଇ ଜୋର ଧରିଛି ବୟାନବାଜି । କେତେବେଳେ କେଉଁ ନେତା ପ୍ରଚାର ମଞ୍ଚରୁ ଓଡିଶାକୁ ଏକ ନମ୍ବର ରାଜ୍ୟ କରିବାକୁ ଗୁଗୁଲି ଫିଙ୍ଗୁଛନ୍ତି ତାର ହିସାବ ନାହିଁ । ନିର୍ବାଚନ ପ୍ରଚାର ଏବେ ଯେଉଁ ପିଚ୍ ରେ ପହଞ୍ଚିଛି କିଏ କାହାକୁ ଇଞ୍ଚେ ଆଗକୁ  ଛାଡିବାକୁ ନାରାଜ । ଆଉ ଏତିକି ବେଳେ ଓଡିଶାର ବିକାଶ ହିଁ ମୁଖ୍ୟ ବିନ୍ଦୁ ପାଲଟିଛି । ଯେଉଁଥିପାଇଁ ବିଜେପିର ତମାମ ବଡ ନେତା କଥା କଥାକେ କହୁଛନ୍ତି ସେମାନେ କ୍ଷମତାକୁ ଆସିଲେ ଓଡ଼ିଶା ହେବ ନମ୍ବର ଓାନ୍ ରାଜ୍ୟ । ଆଉ ଯାହାର କଡ଼ା ଜବାବ ଦେଇଛନ୍ତି  ମୁଖ୍ୟମନ୍ତ୍ରୀ। 

ଓଡ଼ିଶା ହେବ ନମ୍ବର ୱାନ୍ ରାଜ୍ୟ । କ୍ଷମତାକୁ ଆସିଲେ ବିଜେପି ଓଡ଼ିଶାକୁ କରିବ ନମ୍ବର ୱାନ୍ । ଓଡ଼ିଶାକୁ ଆସୁଥିବା ବିଜେପିର ବଡ଼ବଡ଼ ନେତା ଏଭଳି ପ୍ରତିଶ୍ରୁତି ଦେଉଛନ୍ତି । ଓଡ଼ିଶାର ଗରିବି, ଶିଳ୍ପାୟନର ଚିତ୍ର, ଦାଦନ ସମସ୍ୟା ଆଦି ପ୍ରସଙ୍ଗ ଉଠାଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହା ବିଜେଡିକୁ ଘେରିବା ବେଳେ ଏଠି ଡବଲ ଇଞ୍ଜିନ ସରକାର ଆସିଲେ ଓଡିଶା ଏକ ନମ୍ବର ହେବ ବୋଲି ଦୋହରାଇଛନ୍ତି । ଏମିତିକି ଓଡିଶାରେ ଖଣିଜ ସଂପଦ ଭରପୁର ହୋଇ ଥିବାରୁ କାହିଁକି ବିକାଶର ବିଭିନ୍ନ ପାରାମିଟରରେ ଓଡିଶା ପଛରେ ବୋଲି ବିଜେପି ରାଷ୍ଟ୍ରିୟ ସଭାପତି ଜେ.ପି. ନଡ୍ଡା ମଧ୍ୟ ପ୍ରଶ୍ନ କରିଛନ୍ତି । ଏଠାରେ ବିଜେପି ସରକାର ଆସିଲେ ରାଜ୍ୟକୁ ଏକ ନମ୍ବର କରିବ ବୋଲି ଦାବି କରିଥିଲେ । 

Also read: ଭୋଟରଙ୍କ ପାଇଁ ନିଆରା ସଚେତନତା, କବିତା ମାଧ୍ଯମରେ ବୁଝାଇଲେ କବୟିତ୍ରୀ

ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବାରମ୍ବାର କହି ଆସୁଛନ୍ତି ଡବଲ ଇଞ୍ଜିନ ସରକାର ହିଁ ଓଡ଼ିଶାକୁ ଏକ ନମ୍ବର କରିବ।  ଶିଶୁ ପୁଷ୍ଟିହୀନତା, ମାଟ୍ରିକ ଛାତ୍ରଛାତ୍ରୀ ଡ୍ରପ ଆଉଟ ଠାରୁ ଆରମ୍ଭ କରି ପିଇବା ପାଣି ସମସ୍ୟା ଭଳି ନାନା ମୌଳକ ସମସ୍ୟା କଥା ଉଠାଉଛନ୍ତି ଧର୍ମେନ୍ଦ୍ର । ଏପରିକି ପ୍ରଚାର ପାଇଁ ଓଡ଼ିଶା ଆସୁଥିବା ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବି ବିଜେପି ସରକାରକୁ ଆସିଲେ ଓଡିଶା ଏକ ନମ୍ବର ହେବ ବୋଲି ପ୍ରତିଶୃତି ଦେଉଛନ୍ତି ।

ଓଡ଼ିଶାକୁ ଏକନମ୍ବର କରିବାକୁ ବିଜେପି ନେତାଙ୍କ ବାରମ୍ବାର ପ୍ରତିଶୃତି ଉପରେ କଡା ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ଭିଡିଓ ବାର୍ତ୍ତାରେ ନବୀନ କହିଛନ୍ତି ବିଜେପିର କିଛି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ପ୍ରଚାରକୁ ଆସି ଓଡିଶାକୁ ଏକନମ୍ବର କରିବାକୁ ପ୍ରତିଶୃତି ଦେଉଛନ୍ତି । ହେଲେ ଏସବୁ ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟକୁ ଆଗ ଏକନମ୍ବର କରନ୍ତୁ । ନବୀନ କହିଛନ୍ତି ଓଡ଼ିଶାଠୁ ଆସାମର ଋଣଭାର ଦୁଇଗୁଣା । ସେଠି ନିଜ ରାଜ୍ୟକୁ ନସମ୍ଭାଳି ଏଠି ଆସି ବୟାନବାଜି କଲେ ଲୋକେ ହସିବେ ବୋଲି ତେରଛାବାଣ ମାରିଛନ୍ତି ନବୀନ । 

ସେହିଭଳି ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ ମଧ୍ୟ ଓଡିଶାକୁ ଏକନମ୍ବର ରାଜ୍ୟ କରିବା ପ୍ରସଙ୍ଗରେ ବିଜେପି ନେତାକୁ କଡା ସମାଲୋଚନା କରିଛନ୍ତି । ପାଣ୍ଡିଆନ କହିଛନ୍ତି ବିଜେପି ନେତା ଯେଉଁ ରାଜ୍ୟକୁ ଯାଉଛନ୍ତି ସେଠି ସେ ରାଜ୍ୟକୁ ଏକନମ୍ବର କରିବା କଥା କହୁଛନ୍ତି । ଆଗ କୁହନ୍ତୁ କେଉଁରାଜ୍ୟକୁ ସେମାନେ ଏକନମ୍ବର ରାଜ୍ୟ କରିବେ । ଓଡ଼ିଆ ଅସ୍ମିତା ଏଥର ନିର୍ବାଚନରେ ଏକ ପ୍ରମୁଖ ମୁଦ୍ଦା ହୋଇ ରହିଛି । ଏହାସହ ରାଜ୍ୟର ବିକାଶ ଚିତ୍ରକୁ ଆଗକୁ ଆଣି କିଏ ଓଡ଼ିଶାକୁ ଏକନମ୍ବର କରିବ ତାପାଇଁ ବି ଚାଲିଛି ବାକଯୁଦ୍ଧ